Below header

Flipkart ଘୋଷଣା କଲା Big Billion Days ସେଲ, ଏହି ୫ ଦିନ ସମସ୍ତ ସମାଗ୍ରୀରେ ମଳିବ ଜବରଦସ୍ତ ଅଫର୍

ଦଶହରା ପାଇଁ ସପିଂ କରିବାକୁ ପ୍ରସ୍ତୁତ ହେଉଛନ୍ତି ? ତେବେ ଟିକିଏ ରହିଯାଆନ୍ତୁ । ଆରମ୍ଭ ହେବାକୁ ଫ୍ଲିପକାର୍ଟର Big Billion Days ସେଲ୍ । ୧୦ ଅକ୍ଟୋବରରୁ ୧୪ ଅକ୍ଟେବାର ଯାଏଁ ପୁରା ୫ ଦିନ ଯାଏଁ ଚାଲିବ ଏହି ସେଲ୍ । ଯେଉଁଥିରେ ସ୍ମାର୍ଟଫୋନଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀରେ ମିଳିବ ଭାରି ରିହାତି । ଅନ୍ଯପଟେ ଫ୍ଲିପକାର୍ଟର ପ୍ରତିଦ୍ବନ୍ଦୀ ଆମାଜନ୍ ମଧ୍ୟ ଫେଷ୍ଟିଭ୍ ସିଜନ୍ ସେଲ୍ ଆଣିପାରେ । ହେଲେ ସେଲର ତାରିଖ ଏଯାଏଁ ଘୋଷଣା କରିନାହିଁ କମ୍ପାନୀ ।

flipkartଫ୍ଲିପକାର୍ଟ ଏଥିପାଇଁ ଏକ ନୂଆ ଏବଂ ସେପାରେଟ୍ ପେଜ୍ ଲାଇଭ୍ କରିବ । ଏହି ସେଲର ପ୍ରଥମ ଦିନରେ ଫ୍ଯାସନ୍ , ଟିଭି, ଘରୋଇ ଉପକରଣ, ସ୍ମାର୍ଟ ଡିଭାଇସ୍ ଏବଂ ଅନ୍ଯ ସାମଗ୍ରୀ ଉପରେ ମିଳିବ ଜବରଦସ୍ତ ରିହାତି । ସେହିପରି ସେଲର ଦ୍ବିତୀୟ ଦିନରେ ମିଳିବ ସ୍ମାର୍ଟଫୋନ୍ ଏବଂ ଅନ୍ଯ ଇଲେକ୍ଟ୍ରୋନିକ୍ ସାମଗ୍ରୀରେ ମିଳିବ ରିହାତି । ୩ୟ ଦିନରେ ମିଳିବ ଅନ୍ଯ ସାମଗ୍ରୀ ଉପରେ ମିଳିବ ଭାରି ରିହାତି । କମ୍ପାନୀର ଘୋଷଣା ମୂତାବକ , ରେଗୁଲାର୍ ରିହାତି ବ୍ଯତୀତ ପ୍ରତିଘଣ୍ଟାରେ ଚାଲିବ ଫ୍ଲାସସେଲ୍ । ଏହା ସହ ପ୍ରତି ୮ ଘଂଟା ପରେ ନୂଆ ଡିଲ୍ସ ଅଫର୍ କରାଯିବ ।

big-billion-daysଅନ୍ଯପଟେ ଫ୍ଲିପକାର୍ଟର ଚଳିତ ବର୍ଷ ସେଲରେ ବିଭିନ୍ନ ପ୍ରକାର ପେମେଂଟ୍ ବିକଳ୍ପ ରହିଛି । ଯେଉଁଥିରେ ଏଚଡିଏଫସି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ୟୁଜର୍ସଙ୍କୁ ୱଲର୍ଡ ପେମେଂଟ୍ ଅଫର୍ କରାଯାଉଛି । ସେହିପରି ନିର୍ଦ୍ଦିଷ୍ଟ କ୍ରେଡିଟ୍ ଏବଂ ଡେବିଟ୍ ୟୁଜର୍ସଙ୍କୁ ଏଏମଆଇ ଅଫର୍ ମଧ୍ୟ ଦିଆଯାଉଛି ।

ଏହା ସହ ପଢନ୍ତୁ ପୁଣି ଜିଓର ଦମଦାର୍ ଅଫର୍, ମାତ୍ର ୨୦ଟଙ୍କାରେ ମିଳିବ ୫ଜି ସିମ୍

ସେହିପରି ଫ୍ଲିପକାର୍ଟ ପ୍ଲସ୍ ମେମ୍ବରଙ୍କୁ ଏହି Big Billion Days  ସେଲରେ ଏକ୍ସକ୍ଲୁସିଭ୍ ଆର୍ଲି ଆକ୍ସେସ୍ ଦିଆଯିବ । ଏହି ମେମ୍ବର ୩ ଘଂଟା ପୂର୍ବରୁ ଡିଲ୍ସକୁ ଆକ୍ସେସ୍ କରିପାରିବେ  । ଫୋନ୍ ପେ ୟୁଜର୍ସଙ୍କୁ ଏହି ସେଲରେ କ୍ଯାସବ୍ଯାକ୍ ଅଫର୍ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.