ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲା, ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା। ନିରବ ମୋଦି ଓ ତାଙ୍କ ଭଉଣୀଙ୍କ ନାଁରେ ସ୍ୱିଜରଲାଣ୍ଡରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧରେ ସେସବୁ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଛନ୍ତି ସ୍ୱିସ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ। ନିରବ ଓ ତାଙ୍କ ଉଭଣୀ ପୁରବୀଙ୍କର ସେସବୁ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖା ୨୮୯ କୋଟି ୧୬ ଲକ୍ଷ ଜମା ରାଶି ଥିଲା। ଏନେଇ ସ୍ୱିସ୍‌ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଭାରତର ଅନୁରୋଧରେ ସେମାନେ ନିରବ ଓ ପୁରବୀଙ୍କର ଚାରିଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଛନ୍ତି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ପାଖାପାଖି ୧୩ ହଜାର ଟଙ୍କା ଆତ୍ମସାତ କରି ବିଦେଶ ଛୁ ମାରିଥିଲେ ନିରବ ମୋଦି। ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ପିଏନ୍‌ବି ଠକେଇ ମାମଲାରେ ପ୍ରତ୍ୟାର୍ପଣ ନେଇ ଭାରତକୁ କୁଟନୈତିକ ସ୍ତରରେ ଦ୍ୱିତୀୟ ସଫଳତା ମିଳିଛି। ଗତ ବୁଧବାର ଏହି ଠକେଇର ଅନ୍ୟତମ ନାୟକ ମେହୁଲ ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଦ ହେବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ କହିଥିଲେ। ଅର୍ଥାତ ମେହୁଲ ଚୋକସୀଙ୍କ ଭାରତ ପ୍ରତ୍ୟାର୍ପଣ ରାସ୍ତା ସଫା ହୋଇଥିବା କୁହାଯାଉଛି।

KNews Bureau

Recent Posts

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

16 seconds ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ବିଶେଷ…

4 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

15 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

17 mins ago

ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା…

22 mins ago

ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର…

40 mins ago