ବ୍ୟବସାୟ ଓ ଅର୍ଥନୀତି

ଆଜିଠୁ ଟ୍ଵିଇଟରରେ ବ୍ଲୁଟିକ୍‌ ପାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ମାସିକ ମସ୍କ ନେବେ ୯୦୦

କେନ୍ୟୁଜ୍‌(ବ୍ୟୁରୋ): ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍‌ । ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ପୂର୍ବରୁ ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍‌ର ଲାଭ ମିଳିବ ନାହିଁ । ତାଙ୍କ ଆକାଉଣ୍ଟରୁ ଆଜିଠାରୁ ଅର୍ଥାତ ଏପ୍ରିଲ ୨୦ ତାରିଖରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯିବ । ଯଦି ଆପଣ ଆପଣଙ୍କ ଟ୍ଵିଇଟର ଆକାଉଣ୍ଟର ବ୍ଲୁଟିକ୍‌ ପୁନର୍ବାର ଚାହୁଁଛନ୍ତି ଆପଣଙ୍କୁ ମାସିକ ଚାର୍ଜ ଦେବାକୁ ପଡ଼ିବ । ଏହି ଚାର୍ଜ ଟ୍ଵିଇଟର ନିକଟରେ ପୈଠ କରିବା ପରେ ଆପଣଙ୍କ ଆକାଉଣ୍ଟରେ ବ୍ଲୁଟିକ୍‌ ଆକ୍ଟିଭ ହୋଇଯିବ ।

ଟ୍ଵିଇଟର ଆକାଉଣ୍ଟରେ ବ୍ଲୁଟିକ୍‌ ମିଳିବା ପ୍ରକ୍ରିୟା ୨୦୦୯ରୁ ଆରମ୍ଭ ହୋଇଥିଲା । ଏହି ଟିକ୍‌ମାର୍କ ସମସ୍ତ ୟୁଜରଙ୍କୁ ମିଳି ନଥାଏ । ଏହି ଟିକ୍‌ମାର୍କ ସେମାନଙ୍କୁ ମିଳୁଥିଲା ଯିଏ ସମାଜରେ ପପୁଲାର ହୋଇଥିବେ । କୌଣସି ବଡ଼ ପ୍ରଶାସନିକ ଅଧିକାରୀ ବା ବ୍ୟକ୍ତି ହୋଇଥିବେ । ରାଜନୈତିକ ନେତା, ସେଲିବ୍ରେଟୀ, ସାମ୍ବାଦିକ ଓ ପ୍ରଭାବଶାଳୀଙ୍କୁ ଏହି ଟିକ୍‌ ମାର୍କ ମିଳୁଥିଲା । ସେମାନଙ୍କ ଆକାଉଣ୍ଟକୁ ଭେରିଫାଏ କରିକି ମାଗଣାରେ ବ୍ଲୁଟିକ୍‌ ଦିଆଯାଉଥିଲା । ଏଲନ ମସ୍କଙ୍କ ଆସିବା ପରେ ଟ୍ଵିଇଟରରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏଥିରେ ବ୍ଲୁଟିକ୍‌ ପାଇଁ ମାସିକ ଚାର୍ଜ ନେବା ମଧ୍ୟ ସାମିଲ ହୋଇଛି ।

ଗତବର୍ଷ ଅକ୍ଟୋବରରେ ଏଲନ ମସ୍କ ଟ୍ଵିଇଟରକୁ ୪୪ ଅରବ ଡଲାରରେ କିଣିଥିଲେ । ମସ୍କ ଟ୍ଵିଇଟରକୁ କିଣିବାପରେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ସର୍ବ ପ୍ରଥମେ ମସ୍କ ଟ୍ଵିଇଟରରେ ଛଟେଇ ଆରମ୍ଭ କରିଥିଲେ । ଏଥିରେ ପୂର୍ବତନ ଟ୍ଵିଇଟର ସିଇଓ ପରାଗ ଅଗ୍ରଓ୍ଵାଲ ସାମିଲ ଥିଲେ । ଏହାପରେ ବ୍ଲୁଟିକ୍‌ ପାଇଁ ଚାର୍ଜ ନେବା ଆରମ୍ଭ କରିଛନ୍ତି ମସ୍କ । ବ୍ଲୁଟିକ୍‌ ପାଇଁ ପ୍ରଥମେ ଆମେରିକା ଓ ଅନ୍ୟ ଦେଶର ୟୁଜରଙ୍କ ପାଇଁ ଚାର୍ଜ ନେବା ଆରମ୍ଭ କରିଥିଲେ ମସ୍କ । ଆଜିଠୁ ଭାରତରେ ଏହା ଲାଗୁ ହୋଇଛି । ଏବେ ଭାରତୀୟ ମାନଙ୍କୁ ମଧ୍ୟ ବ୍ଲୁଟିକ୍‌ ପାଇବା ପାଇଁ ମାସିକ ଚାର୍ଜ ଦେବାକୁ ପଡ଼ିବ ।

ଭାରତରେ ମୋବାଇଲ ୟୁଜର ଆକାଉଣ୍ଟ ଟ୍ଵିଇଟର ବ୍ଲୁଟିକ୍‌ ପାଇବା ପାଇଁ ମାସିକ ୯୦୦ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ େଓ୍ଵବ ୟୁଜରଙ୍କ ପାଇଁ ମାତ୍ର ୬୫୦ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ ଆପଣ ଯଦି କେବଳ ଟ୍ଵିଇଟର ଆପ୍ଲିକେସନରେ ବ୍ଲୁଟିକ୍‌ ପାଇବା ପାଇଁ ଚାହୁଁଛନ୍ତି ଆପଣଙ୍କୁ କେବଳ ୯୦୦ ଟଙ୍କା ଦେବାକୁ ପଡ଼ିବ । ଏହାସହ ଯଦି ଆପଣ େଓ୍ଵବ ସାଇଟରେ ମଧ୍ୟ ଟ୍ଵିଇଟର ବ୍ଲୁଟିକ୍‌ ପାଇବାକୁ ଚାହୁଁଛନ୍ତି ଆପଣଙ୍କୁ ଅଧିକ ୬୫୦ଟଙ୍କା ଦେବାକୁ ପଡ଼ିବ । ଆମେରିକା କଥା ଦେଖିଲେ ସେଠାରେ ମୋବାଇଲ ୟୁଜରଙ୍କୁ ବର୍ଷକୁ ୧୧୪.୯୯ ଆମେରିକୀୟ ଡଲାର ଦେବାକୁ ପଡିବ । େଓ୍ଵବ ପାଇଁ ବର୍ଷକୁ ୮୪ ଡଲାର ଦେବାକୁ ପଡ଼ିବ ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

27 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

28 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago