ଆଜିଠୁ ଟ୍ଵିଇଟରରେ ବ୍ଲୁଟିକ୍ ପାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ମାସିକ ମସ୍କ ନେବେ ୯୦୦
ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍ । ପୂର୍ବରୁ ଟ୍ଵିଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ଟ୍ଵିଇଟର ଆକାଉଣ୍ଟର ବ୍ଲୁଟିକ୍ ପୁନର୍ବାର ପାଇବା ପାଇଁ ମାସିକ ଚାର୍ଜ ଦେବାକୁ ପଡ଼ିବ । ଭାରତରେ ଟ୍ଵିଇଟର ବ୍ଲୁଟିକ୍ ପାଇବା ପାଇଁ ମାସିକ ୯୦୦ ଟଙ୍କା ଦେବାକୁ ପଡ଼ିବ ।
କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍ । ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍ । ପୂର୍ବରୁ ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍ର ଲାଭ ମିଳିବ ନାହିଁ । ତାଙ୍କ ଆକାଉଣ୍ଟରୁ ଆଜିଠାରୁ ଅର୍ଥାତ ଏପ୍ରିଲ ୨୦ ତାରିଖରୁ ବ୍ଲୁ ଟିକ୍କୁ ହଟାଇ ଦିଆଯିବ । ଯଦି ଆପଣ ଆପଣଙ୍କ ଟ୍ଵିଇଟର ଆକାଉଣ୍ଟର ବ୍ଲୁଟିକ୍ ପୁନର୍ବାର ଚାହୁଁଛନ୍ତି ଆପଣଙ୍କୁ ମାସିକ ଚାର୍ଜ ଦେବାକୁ ପଡ଼ିବ । ଏହି ଚାର୍ଜ ଟ୍ଵିଇଟର ନିକଟରେ ପୈଠ କରିବା ପରେ ଆପଣଙ୍କ ଆକାଉଣ୍ଟରେ ବ୍ଲୁଟିକ୍ ଆକ୍ଟିଭ ହୋଇଯିବ ।
ଟ୍ଵିଇଟର ଆକାଉଣ୍ଟରେ ବ୍ଲୁଟିକ୍ ମିଳିବା ପ୍ରକ୍ରିୟା ୨୦୦୯ରୁ ଆରମ୍ଭ ହୋଇଥିଲା । ଏହି ଟିକ୍ମାର୍କ ସମସ୍ତ ୟୁଜରଙ୍କୁ ମିଳି ନଥାଏ । ଏହି ଟିକ୍ମାର୍କ ସେମାନଙ୍କୁ ମିଳୁଥିଲା ଯିଏ ସମାଜରେ ପପୁଲାର ହୋଇଥିବେ । କୌଣସି ବଡ଼ ପ୍ରଶାସନିକ ଅଧିକାରୀ ବା ବ୍ୟକ୍ତି ହୋଇଥିବେ । ରାଜନୈତିକ ନେତା, ସେଲିବ୍ରେଟୀ, ସାମ୍ବାଦିକ ଓ ପ୍ରଭାବଶାଳୀଙ୍କୁ ଏହି ଟିକ୍ ମାର୍କ ମିଳୁଥିଲା । ସେମାନଙ୍କ ଆକାଉଣ୍ଟକୁ ଭେରିଫାଏ କରିକି ମାଗଣାରେ ବ୍ଲୁଟିକ୍ ଦିଆଯାଉଥିଲା । ଏଲନ ମସ୍କଙ୍କ ଆସିବା ପରେ ଟ୍ଵିଇଟରରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏଥିରେ ବ୍ଲୁଟିକ୍ ପାଇଁ ମାସିକ ଚାର୍ଜ ନେବା ମଧ୍ୟ ସାମିଲ ହୋଇଛି ।
ଗତବର୍ଷ ଅକ୍ଟୋବରରେ ଏଲନ ମସ୍କ ଟ୍ଵିଇଟରକୁ ୪୪ ଅରବ ଡଲାରରେ କିଣିଥିଲେ । ମସ୍କ ଟ୍ଵିଇଟରକୁ କିଣିବାପରେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ସର୍ବ ପ୍ରଥମେ ମସ୍କ ଟ୍ଵିଇଟରରେ ଛଟେଇ ଆରମ୍ଭ କରିଥିଲେ । ଏଥିରେ ପୂର୍ବତନ ଟ୍ଵିଇଟର ସିଇଓ ପରାଗ ଅଗ୍ରଓ୍ଵାଲ ସାମିଲ ଥିଲେ । ଏହାପରେ ବ୍ଲୁଟିକ୍ ପାଇଁ ଚାର୍ଜ ନେବା ଆରମ୍ଭ କରିଛନ୍ତି ମସ୍କ । ବ୍ଲୁଟିକ୍ ପାଇଁ ପ୍ରଥମେ ଆମେରିକା ଓ ଅନ୍ୟ ଦେଶର ୟୁଜରଙ୍କ ପାଇଁ ଚାର୍ଜ ନେବା ଆରମ୍ଭ କରିଥିଲେ ମସ୍କ । ଆଜିଠୁ ଭାରତରେ ଏହା ଲାଗୁ ହୋଇଛି । ଏବେ ଭାରତୀୟ ମାନଙ୍କୁ ମଧ୍ୟ ବ୍ଲୁଟିକ୍ ପାଇବା ପାଇଁ ମାସିକ ଚାର୍ଜ ଦେବାକୁ ପଡ଼ିବ ।
ଭାରତରେ ମୋବାଇଲ ୟୁଜର ଆକାଉଣ୍ଟ ଟ୍ଵିଇଟର ବ୍ଲୁଟିକ୍ ପାଇବା ପାଇଁ ମାସିକ ୯୦୦ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ େଓ୍ଵବ ୟୁଜରଙ୍କ ପାଇଁ ମାତ୍ର ୬୫୦ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ ଆପଣ ଯଦି କେବଳ ଟ୍ଵିଇଟର ଆପ୍ଲିକେସନରେ ବ୍ଲୁଟିକ୍ ପାଇବା ପାଇଁ ଚାହୁଁଛନ୍ତି ଆପଣଙ୍କୁ କେବଳ ୯୦୦ ଟଙ୍କା ଦେବାକୁ ପଡ଼ିବ । ଏହାସହ ଯଦି ଆପଣ େଓ୍ଵବ ସାଇଟରେ ମଧ୍ୟ ଟ୍ଵିଇଟର ବ୍ଲୁଟିକ୍ ପାଇବାକୁ ଚାହୁଁଛନ୍ତି ଆପଣଙ୍କୁ ଅଧିକ ୬୫୦ଟଙ୍କା ଦେବାକୁ ପଡ଼ିବ । ଆମେରିକା କଥା ଦେଖିଲେ ସେଠାରେ ମୋବାଇଲ ୟୁଜରଙ୍କୁ ବର୍ଷକୁ ୧୧୪.୯୯ ଆମେରିକୀୟ ଡଲାର ଦେବାକୁ ପଡିବ । େଓ୍ଵବ ପାଇଁ ବର୍ଷକୁ ୮୪ ଡଲାର ଦେବାକୁ ପଡ଼ିବ ।