Below header

ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ପରଲୋକ, ଦୀର୍ଘଦିନରୁ ଭେଣ୍ଟିଲେଟରେ ହେଉଥିଲେ ଚିକିତ୍ସିତ

ୟଶ ଚୋପ୍ରାଙ୍କ ପତ୍ନୀ ତଥା ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ପରଲୋକ । ଆଜି ସକାଳେ ମୁମ୍ବାଇର ଲୀଲାବତି ହସପିଟାଲରେ ତାଙ୍କର ନିଧନ ହୋଇଥିବା ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ୧୫ ଦିନ ହେଲାଣି ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ୟଶ ଚୋପ୍ରାଙ୍କ ପତ୍ନୀ ତଥା ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା । ଗତ ୧୫ ଦିନ ହେଲାଣି ମୁମ୍ବାଇର ଲୀଲାବତୀ ହସପିଟାଲରେ ଚିକିତ୍ସିତ ହେଉଥିଲେ ପାମେଲା । ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ଶେଷରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପାମେଲା । ପାମେଲା ଚୋପ୍ରା ଜଣେ ଲୋକପ୍ରିୟ ଗାୟିକା, ଫିଲ୍ମ ରାଇଟର ଏବଂ ପ୍ରଯୋଜକ ମଧ୍ୟ ।

ଲୀଲାବତି ହସପିଟାଲର ଡାକ୍ତର ପ୍ରହ୍ଲାଦ ପ୍ରଭୁଦେସାଇ କହିଛନ୍ତି, ପାମେଲା ନିମୋନିଆ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ମଲ୍ଟିଅର୍ଗାନ ଫେଲ୍‌ ହେବା ଯୋଗୁଁ ନିଧନ ହୋଇଛି । ୟଶରାଜ ଫିଲ୍ମସ ତରଫରୁ ଟ୍ଵିଟ୍‌ କରି ପାମେଲାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।

ପାମେଲା ଏବଂ ୟଶ ଚୋପ୍ରାଙ୍କ ବିବାହ ୧୯୭୦ରେ ହୋଇଥିଲା । ପାମେଲା ୟଶ ଚୋପ୍ରାଙ୍କ ଦ୍ୱିତୀୟ ପତ୍ନୀ । ସେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି । ନୁର, ଚାନ୍ଦିନୀ, ଦିଲଓ୍ଵାଲେ ଦୁଲହନିଆ ଲେ ଯାଏ ଗେଁ ମୁଝସେ ଦୋସ୍ତି କରୋଗୀ ଭଳି ଫିଲ୍ମ କରିଛନ୍ତି । ୟଶରାଜ ଫିଲ୍ମରେ ପ୍ରଯୋଜକ ଭାବେ ମଧ୍ୟ କାମ କରିଛନ୍ତି ପାମେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.