୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଫେରାର ହେଲେ ୪ ଯୁବକ, ପରିବାରକୁ ଦେଲେ ହତ୍ୟା ଧମକ

ନାଟକ ଦେଖି ଫେରୁଥିବା ସମୟରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର।

କଳାହାଣ୍ଡି (କେନ୍ୟୁଜ): ନାଟକ ଦେଖି ଫେରୁଥିବା ସମୟରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର। ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଭିଯୋଗ ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ଦୁଇ ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ୨ ଜଣ ନାବାଳିକାଙ୍କୁ ୪ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ନାବାଳିକାଙ୍କୁ ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଫେରାର ହୋଇଯାଇଥିଲେ।

ବିଜେପୁର ପୋଲିସ ଘଟଣାର ତଦନ୍ତ କରୁଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ନିଆଯାଇଥିବା ବିଜେପୁର ଥାନା ପକ୍ଷରୁ ସୂଚନା ମିଳିଛି । ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.