Below header

ଭାରତୀୟ ସୈନିକଙ୍କୁ ଚାଇନିଜ୍‌ ଶିଖାଇବ ତେଜପୁର ବିଶ୍ୱବିଦ୍ୟାଳୟ, ସେନା ସହିତ ଚୁକ୍ତିନାମା ସ୍ୱାକ୍ଷରିତ

ବିଦେଶୀ ଭାଷା ଶିକ୍ଷାଦାନରେ ଅଗ୍ରଣୀ ତେଜପୁର ବିଶ୍ୱବିଦ୍ୟାଳୟରୁ ଚୀନ ଭାଷା ଶିଖିବେ ଭାରତୀୟ ସୈନିକ। ଏହି ପରିପ୍ରେକ୍ଷୀରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଚାଇନିଜ୍‌ ଶିଖିବେ ଭାରତୀୟ ସୈନିକ। ଚୀନ ସହ ତିକ୍ତତା ମଧ୍ୟରେ ସୀମାରେ ଥିବା ଚୀନ ସୈନ୍ୟଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବା ପାଇଁ ଭାରତୀୟ ସେନା ନେଇଛି ଏକ ବଡ଼ ପଦକ୍ଷେପ। ବିଦେଶୀ ଭାଷା ଶିକ୍ଷାଦାନରେ ଅଗ୍ରଣୀ ତେଜପୁର ବିଶ୍ୱବିଦ୍ୟାଳୟରୁ ଭାରତୀୟ ସୈନିକମାନେ ଚୀନ ଭାଷା ଶିକ୍ଷାଲାଭ କରିବେ। ଏହି ପରିପ୍ରେକ୍ଷୀରେ ବୁଧବାର ଭାରତୀୟ ସେନା ଏବଂ ତେଜପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଭାରତୀୟ ସେନା ତରଫରୁ ଏକ ୪ ଜଣିଆ ପ୍ରତିନିଧି ଦଳ ଏବଂ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ଦ୍ୱାରା ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ସମୟରେ କୁଳପତି ପ୍ରଫେସର ଏସ୍.ଏନ୍ ସିଂ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିରକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ୧୬ ସପ୍ତାହର ପାଠ୍ୟକ୍ରମ କେବଳ ତେଜପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ।

ଚାଇନିଜ୍ ଭାଷା କୌଶଳ ଭାରତୀୟ ସୈନିକମାନଙ୍କୁ ଚୀନ ସୈନିକଙ୍କ ସାମ୍ନାରେ ସେମାନଙ୍କ ପଏଣ୍ଟକୁ ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପନ କରିବାରେ ସାହାଯ୍ୟ କରିବ। ଏଥିସହ କମାଣ୍ଡର ସ୍ତରୀୟ ଆଲୋଚନା, ଫ୍ଲାଗ୍‌ ମିଟିଂ, ମିଳିତ ବ୍ୟାୟାମ ଏବଂ ସୀମା ଅଧିକାରୀଙ୍କ ବୈଠକରେ କଥାବାର୍ତ୍ତା ବେଳେ ଚାଇନିଜ୍‌ PLAର କାର୍ଯ୍ୟକଳାପ ବୁଝିବା ସହଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.