ବ୍ୟବସାୟ ଓ ଅର୍ଥନୀତି

ପ୍ରତିଶ୍ରୁତି ରଖିଲେ ସରକାର, ପ୍ରତି ପରିବାରକୁ ଦେଉଛନ୍ତି ବର୍ଷକୁ ୩ଟି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମାଗଣା

ଗୋଆ ସରକାର ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଗୋଆ ସରକାର ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ବଡ ନିଷ୍ପତ୍ତି ଜଣାଇଛନ୍ତି। ଏହି ବୈଠକରେ କୁହାଯାଇଛି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ମିଳୁଛି। ପୂର୍ବରୁ ବିଜେପି ନିଜ ନିର୍ବାଚନପତ୍ରରେ ପୂର୍ବରୁ ଏହାର ଘୋଷଣା କରିଥିଲା। ଗୋଆର ମୁଖ୍ୟମୁନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ନୂଆ କ୍ୟାବିନେଟର ପ୍ରଥମ ବୈଠକର ଅଧ୍ୟକ୍ଷତା କରିବା ସମୟରେ ଏହା ଘୋଷଣା କରିଛନ୍ତି। ପ୍ରମୋଦ ସାଓ୍ଵନ୍ତଙ୍କ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ସାମିଲ ରହିଥିଲେ।

ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦବୀର ଶପଥ ନେବା ପରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟର ନୂଆ ବିତ୍ତୀୟ ବର୍ଷରୁ ବିଜେପି ଘୋଷଣାପତ୍ରରେ କରିଥିବା ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ପ୍ରତି ପରିବାରକୁ ବର୍ଷକୁ ୩ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇବ।

ସୂଚନାଯୋଗ୍ୟ, ପ୍ରମୋଦ ସାଓ୍ଵନ୍ତ ୨୦୧୯ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ରାଜ୍ୟର କାର୍ଯ୍ୟଭାର ସମ୍ଭାଳିଥିଲେ। ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ଜିତିଥିଲେ। ପ୍ରମୋଦ ବିଜେପି ନେତୃତ୍ୱରେ ଏହି ନିର୍ବାଚନ ଜିତିଥିଲେ।

ଉଲ୍ଲେଖନୀୟ, ବର୍ତ୍ତମାନ ଦିଲ୍ଲୀର ବ୍ୟବସାୟିକ ସିଲିଣ୍ଡର ୨୩୫୪ ବଦଳରେ ୨୨୧୯ ଟଙ୍କା ହୋଇଛି । ସେହିଭଳି କୋଲକାତାରେ ୨୪୫୪ ବଦଳରେ ୨୩୨୨ ଟଙ୍କା, ମୁମ୍ବାଇରେ ୨୩୦୬ ବଦଳରେ ୨୧୭୨.୫୦ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ବଦଳରେ ୨୩୭୩ ଟଙ୍କା ହୋଇଛି। କମ୍ପାନୀଗୁଡିକ ଦେଇଥିବା ଏହି ରିଲିଫ୍ ର ପ୍ରଭାବ ଆଗାମୀ ସମୟରେ ମୁଦ୍ରାସ୍ଫୀତି ଉପରେ ଦେଖିବାକୁ ମିଳିବ । ଏହାପୂର୍ବରୁ ମେ ୧ ରେ ଏହାର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ବୃଦ୍ଧି ପାଇଥିଲା।

ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ବର୍ତ୍ତମାନ କେବଳ ଉଜ୍ଵଳା ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟ ଲୋକଙ୍କୁ କେବଳ ବଜାର ମୂଲ୍ୟରେ LPG କିଣିବାକୁ ପଡିବ। ପୁଣି ଯୋଜନାର ହିତାଧିକାରୀମାନେ ଗୋଟିଏ ବର୍ଷରେ ୧୨ ସିଲିଣ୍ଡର ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ପାଇବେ। ପିଟିଆଇ ରନ୍ଧନ ଗ୍ୟାସ ଏଲପିଜି ଉପରେ ସରକାର ସବସିଡି ସୀମିତ କରିଛନ୍ତି। ସବସିଡି ନେଉଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବର୍ତ୍ତମାନ ବଜାର ମୂଲ୍ୟ ଦେବାକୁ ପଡିବ। ବର୍ତ୍ତମାନ କେବଳ ୯ କୋଟି ଗରିବ ମହିଳା ଏବଂ ଅନ୍ୟାନ୍ୟ ହିତାଧିକାରୀ, ଯେଉଁମାନେ ଉଜ୍ବଳା ଯୋଜନା ଅଧୀନରେ ମାଗଣା କନେକ୍ସନ୍ ପାଇଛନ୍ତି, ସେମାନେ ହିଁ ସବସିଡି ପାଇବେ।

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

8 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

20 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

21 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago