ବ୍ୟବସାୟ ଓ ଅର୍ଥନୀତି

ଝଟକା ଦେଲେ ସରକାର; ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ସୁଧ ହାର ହ୍ରାସ କଲା EPFO

କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ସରକାର ଏଥିପାଇଁ ୮.୧ ପ୍ରତିଶତ ସୁଧ ହାର ଅନୁମୋଦନ କରିଛନ୍ତି। ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ ରହିଥିବା ବେଳେ ଚଳିତ ଥର କିନ୍ତୁ ଗ୍ରାହକଙ୍କୁ ଲାଗିଛି ଜବରଦସ୍ତ ଝଟକା । ଇପିଏଫଓର ଏହି ପଦକ୍ଷେପ ଫଳରେ କୋଟି କୋଟି ସରକାରୀ କର୍ମଚାରୀ ପ୍ରଭାବିତ ହେବେ ।

ଶୁକ୍ରବାର ଦିନ ଜାରି କରାଯାଇଥିବା ଇପିଏଫଓ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଇପିଏଫ ଯୋଜନାର ପ୍ରତ୍ୟେକ ସଦସ୍ୟଙ୍କୁ ୨୦୨୧-୨୨ ପାଇଁ ୮.୧ ପ୍ରତିଶତ ସୁଧ ହାରରେ କ୍ରେଡିଟ କରିବାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦେଇଛି। ସମ୍ମତି ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଶ୍ରମ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି। ସରକାରଙ୍କ ଅନୁମୋଦନ ପରେ ଇପିଏଫଓ ଆର୍ଥିକ ବର୍ଷ ପାଇଁ ସ୍ଥିର ସୁଧ ହାର କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିବା ଆରମ୍ଭ କରିବ।

୧୯୭୭ -୭୮ ପରଠାରୁ ୮.୧ପ୍ରତିଶତ EPF ସୁଧ ହାର ସର୍ବନିମ୍ନ ହୋଇଛି । ସେତେବେଳେ ଏହା ୮ ପ୍ରତିଶତ ଥିଲା । ମାର୍ଚ୍ଚ ୨୦୨୧ରେ ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ (ସିବିଟି) ୨୦୨୦ -୨୧ ପାଇଁ EPF ଜମା ଉପରେ ୮.୫ ପ୍ରତିଶତ ସୁଧ ହାର ସ୍ଥିର କରିଥିଲା। ଅକ୍ଟୋବର ୨୦୨୧ ରେ ଏହାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଥିଲା । ଏହା ପରେ, ଇପିଏଫ୍ଓ ୨୦୨୦-୨୧ ପାଇଁ ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ଆୟକୁ କ୍ରେଡିଟ୍ କରିବାକୁ ଫିଲ୍ଡ ଅଫିସଗୁଡିକୁ ନିର୍ଦ୍ଦେଶନାମା ଜାରି କରିଥିଲା ।

କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଇପିଏଫ୍ଓର ଟ୍ରଷ୍ଟି କେ ଇ ରଘୁନାଥନ୍ କହିଛନ୍ତି ଯେ ଯେଉଁ ଗତିରେ ଶ୍ରମ ଏବଂ ଅର୍ଥ ମନ୍ତ୍ରଣାଳୟ ସୁଧ ହାରକୁ ଅନୁମୋଦନ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। କର୍ମଚାରୀମାନଙ୍କର ଅର୍ଥର ଅତ୍ୟଧିକ ଆବଶ୍ୟକତା ଥିଲା ଏବଂ ଏହା ସେମାନଙ୍କ ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତା ପରି ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବ । ମାର୍ଚ୍ଚ ୨୦୨୦ ରେ, EPFO ​​ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ୨୦୧୯ -୨୦ ରେ ୮.୫ ପ୍ରତିଶତରୁ ୨୦୧୮-୧୯ ରେ ୮.୬୫ ପ୍ରତିଶତକୁ ହ୍ରାସ କରିଥିଲା । ୨୦୧୯ -୨୦ ପାଇଁ EPF ସୁଧ ହାର ୨୦୧୨-୧୩ ପରଠାରୁ ସର୍ବନିମ୍ନ ଥିଲା, ଯେତେବେଳେ ଏହାକୁ ୮.୫ ପ୍ରତିଶତକୁ କମାଇ ଦିଆଯାଇଥିଲା।

 

Barsha

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

38 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago