ଲକଡାଉନ ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦେଶରେ ଏବେ ଲକଡାଉନ ଶେଷ ହୋଇଥିବା ବେଳେ ଗୁଗଲ କିନ୍ତୁ ନିଜ କର୍ମଚାରୀଙ୍କୁ ଜୁନ ୧ ପୂର୍ବରୁ ଅଫିସ ଆସିବାକୁ ମନା କରିଛି। ଏନେଇ ଆଲଫବେଟର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି।
ରିପୋର୍ଟ ମୁତାବକ ଗୁଗଲ ନିଜ ସମସ୍ତ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ଏହି ସୂଚନା ଦେଇଛି। ସେ କହିଛନ୍ତି ଯେ ଦୀର୍ଘ ସମୟ ପରେ ଅଫିସ ଆସିବାକୁ ସମସ୍ତେ ଉତ୍ସାହିତ ଥିବେ କିନ୍ତୁ ଜୁନ ୧ ପୂର୍ବରୁ ଏହା ସମ୍ଭବ ନୁହେଁ।
ନିଜ କର୍ମଚାରୀଙ୍କ ପାଇଁ ସୁନ୍ଦର ପିଚାଇ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ସେ କହିଛନ୍ତି ଯେ ନିଜ ସହ ପରିବାର ଲୋକଙ୍କର ମଧ୍ୟ ଦେଖାଶୁଣା କରନ୍ତୁ। ଯାହାର ପରିବାରକୁ ନେଇ କିଛି ସମସ୍ୟା ରହିଛି ସେମାନେ ଏବେ ଅଫିସ ଆସନ୍ତୁ ନାହିଁ। ସେମାନେ ନିଜ ମ୍ୟାନେଜର ସହ କଥା ହୋଇ ସୁବିଧା ଅନୁସାରେ ଘରେ କାମ କରନ୍ତୁ। ସେ କହିଛନ୍ତି ଯେ ସମସ୍ତ କର୍ମଚାରୀ ଏକାସାଙ୍ଗେ ଅଫିସ ଆସିବେ ନାହିଁ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…