Googleର ବଡ଼ ଘୋଷଣା, ଜୁନ୍ ପୂର୍ବରୁ ଅଫିସ ଆସିବେନି କୌଣସି କର୍ମଚାରୀ

ଲକଡାଉନ ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦେଶରେ ଏବେ ଲକଡାଉନ ଶେଷ ହୋଇଥିବା ବେଳେ ଗୁଗଲ କିନ୍ତୁ ନିଜ କର୍ମଚାରୀଙ୍କୁ ଜୁନ ୧ ପୂର୍ବରୁ ଅଫିସ ଆସିବାକୁ ମନା କରିଛି। ଏନେଇ ଆଲଫବେଟର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି।

ରିପୋର୍ଟ ମୁତାବକ ଗୁଗଲ ନିଜ ସମସ୍ତ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ଏହି ସୂଚନା ଦେଇଛି। ସେ କହିଛନ୍ତି ଯେ ଦୀର୍ଘ ସମୟ ପରେ ଅଫିସ ଆସିବାକୁ ସମସ୍ତେ ଉତ୍ସାହିତ ଥିବେ କିନ୍ତୁ ଜୁନ ୧ ପୂର୍ବରୁ ଏହା ସମ୍ଭବ ନୁହେଁ।

Google CEO Tells Staff China Plans Are 'Exploratory' After ...

ନିଜ କର୍ମଚାରୀଙ୍କ ପାଇଁ ସୁନ୍ଦର ପିଚାଇ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ସେ କହିଛନ୍ତି ଯେ ନିଜ ସହ ପରିବାର ଲୋକଙ୍କର ମଧ୍ୟ ଦେଖାଶୁଣା କରନ୍ତୁ। ଯାହାର ପରିବାରକୁ ନେଇ କିଛି ସମସ୍ୟା ରହିଛି ସେମାନେ ଏବେ ଅଫିସ ଆସନ୍ତୁ ନାହିଁ। ସେମାନେ ନିଜ ମ୍ୟାନେଜର ସହ କଥା ହୋଇ ସୁବିଧା ଅନୁସାରେ ଘରେ କାମ କରନ୍ତୁ। ସେ କହିଛନ୍ତି ଯେ ସମସ୍ତ କର୍ମଚାରୀ ଏକାସାଙ୍ଗେ ଅଫିସ ଆସିବେ ନାହିଁ।