ଭିଟାମିନ C ର ଫାଇଦା ବିଷୟରେ ତ ନିଶ୍ଚୟ ଜାଣିଥିବେ ଆପଣ କିନ୍ତୁ ଏହାଦ୍ୱାରା ହେଉଥିବା କ୍ଷତି ବିଷୟରେ ଜାଣିଛନ୍ତି କି ?

ଆମ ଶରୀର ପାଇଁ ଭିଟାମିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଏବଂ ଏହା ଦ୍ୱାରା ଆମ ଶରୀରକୁ ଅନେକ ଉପକାର ମଧ୍ୟ ହୋଇଥାଏ । ଯେପରିକି ଭିଟାମିନ୍ ସି ଆମ ଶରୀର, ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ । ଭିଟାମିନ୍ C ର ଅନେକ ଉପକାରିତା ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିନ୍ତୁ ଏହାଦ୍ୱାରା ହେଉଥିବା କ୍ଷତି ବିଷୟରେ କେବେ ବି ଶୁଣି ନଥିବେ ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଭିଟାମିନ C ଦ୍ୱାରା କି ପ୍ରକାର କ୍ଷତି ହୋଇଥାଏ ।

Vitamin C can't cure coronavirus, but it's still good for you

ସାଧାରଣତଃ ଆପଣ ଶୁଣିଥିବେ ଯେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତି ପହଞ୍ଚାଇଥାଏ । ସମାନ କଥା ଆପଣଙ୍କ ଖାଦ୍ୟରେ ମଧ୍ୟ ପ୍ରଯୁଜ୍ୟ । ଯଦି ଆପଣ କୌଣସି ଜିନିଷ ସଠିକ୍ ପରିମାଣରେ ନେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । କିନ୍ତୁ ଆପଣ ଯଦି ଅଧିକ କିଛି ଖାଉଛନ୍ତି ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । ଠିକ ସେହିପରି ଯଦି ଭିଟାମିନ୍ ସି ଆପଣ ଅଧିକ ମାତ୍ରାରେ ନେଉଛନ୍ତି ତାହେଲେ ଶରୀରରେ ଆଇରନର ପରିମାଣ ଅଧିକ ହୋଇଯାଏ । ଯାହା ଶରୀରରେ ଅନେକ ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ । ଅଧିକ ଭିଟାମିନ୍ ସି ନେବାଦ୍ବାରା କିଡନୀ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଥାଏ । ଏହା ବ୍ୟତୀତ ଭିଟାମିନ୍ ସି ର ମାତ୍ରା ଅଧିକ ହେଲେ ପେଟ ବ୍ୟଥା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.