Below header

PPE କିଟର ଅଭାବକୁ ନେଇ ତାତିଲେ ଜର୍ମାନୀର ଡାକ୍ତର, ଦେହରୁ କପଡ଼ା ଖୋଲି ଅଜବ ଉପାୟରେ କଲେ ବିରୋଧ ପ୍ରଦର୍ଶନ

PPE କିଟର ଅଭାବ ଯୋଗୁ କରୋନା ଯୁଦ୍ଧ ଲଢ଼ୁଥିବା ‘ଫ୍ରଣ୍ଟ ଲାଇନର୍ସ’ଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ସେ ଡାକ୍ତର ହୁଅନ୍ତୁ କି ପୋଲିସ କର୍ମୀ, ସମସ୍ତେ ସୁରକ୍ଷା କିଟର ଅଭାବ ଯୋଗୁ ସଂକ୍ରମଣର ଶିକାର ହେଉଛନ୍ତି। ଜର୍ମାନୀରେ ମଧ୍ୟ ଠିକ ଏମିତି ଅବସ୍ଥା ଡାକ୍ତରଙ୍କୁ ଭୋଗିବାକୁ ପଡ଼ିଛି।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର PPE କିଟ ଉପଲବ୍ଧ ନାହିଁ। ଏହି କାରଣରୁ ସେଠାକାର ଏକ ଡାକ୍ତରୀ ଟିମ ବିରୋଧ ପ୍ରଦର୍ଶନର ଏକ ନୂଆ ତରିକା ଆପଣାଇଥିଲେ। ସୁରକ୍ଷା କିଟ ନ ମିଳିବାରୁ ଡାକ୍ତରମାନେ କପଡା ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ। ଜର୍ମାନୀର ଏକ ୱେବସାଇଟ ପବ୍ଲିସ କରିଥିବା ଫଟୋରେ ଜଣେ ଡାକ୍ତର ଷ୍ଟେଥୋସ୍କୋପ ସହିତ ଦେଖିବାକୁ ମିଳୁଥିବା ବେଳେ ତାଙ୍କ ଦେହରେ କିନ୍ତୁ କୌଣସି କପଡା ନ ଥିଲା।

44

ତେବେ ଡାକ୍ତରମାନେ ଏକ ବୟାନରେ କହିଛନ୍ତି, ‘ଆମକୁ ପ୍ରୋଟେକ୍ଟିଭ ଗିୟରର ଆବଶ୍ୟକତା ଅଛି, ଯଦ୍ଦ୍ୱାରା ଆମେ ସୁରକ୍ଷା ସହିତ ଆପଣଙ୍କ ଚିକିତ୍ସା କରିପାରିବୁ’। କହି ରଖୁଛୁ, ସାରା ବିଶ୍ୱରେ ଲକ୍ଷ ଲକ୍ଷ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସୁରକ୍ଷା କିଟ ମିଳିପାରୁ ନ ଥିବାରୁ ସେମାନେ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି।

ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ଜର୍ମାନୀର ଡାକ୍ତରମାନେ ହତୋତ୍ସାହିତ ହୋଇପଡିଛନ୍ତି। ତେଣୁ ସେମାନେ ଦେହରୁ କପଡ଼ା ଖୋଲି ନିଜ ଫଟୋ ଉଠାଇଥିଲେ ଏବଂ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମୁଖ୍ୟତଃ ସେମାନେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। କେବଳ ଫଟୋ ଉଠାଇ ନ ଥିଲେ, ବରଂ ସେମାନେ ନିଜ କ୍ଲିନିକରେ ରୋଗୀ ଚିକିତ୍ସା ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.