Below header

କରୋନାର ସାଇଡ ଇଫେକ୍ଟ, ରାଜସ୍ଥାନରେ ୭୦୦ ଓଟଙ୍କ ମୃତ୍ୟୁ

ପିପୁଲ୍ସ ଫର ଆନିମଲ୍ସର ରାଜ୍ୟ ଦାୟିତ୍ୱରେ ଥିବା ବାବୁଲାଲ ଜାଜୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ଏକ ଚିଠି ଲେଖି ଲକଡାଉନ ଅଭାବରୁ ରାଜ୍ୟରେ ପ୍ରାୟ ୭୦୦ ଓଟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଗହଲୋତଙ୍କୁ ଲେଖାଯାଇଥିବା ଚିଠିରେ ଜାଜୁ ଅଭିଯୋଗ କରିଛନ୍ତି ଯେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ହେବା ଓ ବଜାରରେ ଔଷଧ ଅଭାବରୁ ରାଜ୍ୟରେ ପ୍ରାୟ ୭୦୦ ଟି ଓଟଙ୍କର ମୃତ୍ୟୁ ଘଟିଛି ଯାହାକି ସରକାରଙ୍କର ଚରମ ଅବହେଳା ସୂଚାଉଛି ।

Petition · Save 10,000 Camel Lives from being shot dead. · Change.orgସେ କହିଛନ୍ତି ଯେ ୧୨ ବର୍ଷ ପୂର୍ବେ ଓଟ ସଂଖ୍ୟା ୧୦  ଲକ୍ଷ ଥିଲା । ଯାହା ସରକାରଙ୍କ ଅଜ୍ଞତା ହେତୁ ୨୦୧୯ ର ଗଣନାରେ ମରୁଭୂମି ଜାହାଜ ଓଟ ସଂଖ୍ୟା ମାତ୍ର ୨ ଲକ୍ଷ ୧୨ ହଜାର ହୋଇଛି । ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ । ଏହାସହିତ ସେ କହିଥିଲେ ଯେ ଓଟମାନଙ୍କର ଏହି ରୋଗ ପାଇଁ ଇଭେର୍ମେକ୍ଟିନ୍ ନାମକ ଏକ ଟିକା ଅଛି । ଏହି ଟିକା ବର୍ତ୍ତମାନ ସରକାରୀ ଡାକ୍ତରଖାନା ଏବଂ ଡ୍ରଗ୍ ଡିଲରମାନଙ୍କ ପାଖରେ ମଧ୍ୟ ଉପଲବ୍ଧ ନାହିଁ । ଜାଜୁ ଆହୁରି କହିଛନ୍ତି ଯେ ଓଟ ସଂଖ୍ୟା ହ୍ରାସ ପାଇବା ପାଇଁ କେନ୍ଦ୍ର ସରକାର୨୦୧୬ରେ ଓଟ ବିକାଶ ଯୋଜନା ପ୍ରସ୍ତୁତ କରିଥିଲେ । ଉକ୍ତ ଯୋଜନା ଅନୁଯାୟୀ ଓଟ ପାଳୁଥିବା ଲୋକମାନେ ୧୦,୦୦୦ ଟଙ୍କା ପାଉଥିଲେ କିନ୍ତୁ୨୦୧୯ରେ ଏହି ଯୋଜନାକୁ ମଧ୍ୟ ବନ୍ଦ କରିଦିଆ ଯାଇଥିଲା ।

ସରକାରଙ୍କ ଅବହେଳା କାରଣରୁ ଓଟ ମାଂସର ଚାହିଦା ବଢିବା ହେତୁ ଗଲ୍ଫ ଦେଶରେ ଅନେକ ବର୍ଷ ଧରି ଓଟର ଚୋରା ଚାଲାଣ ଚାଲିଛି । ତେବେ ବିପଦସଙ୍କୁଳ ଓଟ ପ୍ରଜାତିଗୁଡିକୁ ବଞ୍ଚାଇବା ତଥା ସେମାନଙ୍କର ସଂଖ୍ୟା ବୃଦ୍ଧି କରାଇବା ସହିତ ଓଟମାନଙ୍କର ଚିକିତ୍ସା ପ୍ରବନ୍ଧନ କରିବା ପାଇଁ ବାବୁଲାଲ ଜାଜୁ ପଶୁପାଳନ ମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.