Below header

ସ୍ୱାସ୍ଥ୍ୟ କ୍ଷେତ୍ରରେ ଲକ୍‌ଡାଉନ୍‌ ପ୍ରଭାବ : ବିନା କୋଭିଡ୍‌ ମୃତ୍ୟୁ ଓ ଏମର୍ଜେନ୍ସି ମାମଲରେ ମୃତ୍ୟୁ ହାର କମିଛି ଭାରତରେ

କରୋନା ଯୋଗୁ ଭାରତ ଏବେ ଲକ୍‌ଡାଉନ୍‌ । ଲୋକେ ଘରେ ଏକରକମ ବନ୍ଦୀ । ରାସ୍ତା ଘାଟ୍‌ ଶୂନ୍‌ଶାନ୍‌ । ସବୁଠି ଏକ ପ୍ରକାର ନିର୍ଜନତା । ତେବେ ଏହି ଲକ୍‌ଡାଉନ୍‌ ଲୋକଙ୍କ ପାଇଁ ହୋଇଛି ମଙ୍ଗଳ ଦାୟକ । ଭାରତରେ ହୃଦ୍‌ଘାତ, ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଓ ଷ୍ଟ୍ରୋକ୍‌ ଭଳି ଏମର୍ଜେନ୍ସି ମାମଲାରେ ମୃତ୍ୟୁ ହାର ମଧ୍ୟ କମିଛି ।

ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ ଏବେ ବିନା କୋଭିଡ଼ ମୃତ୍ୟୁ ସଂଖ୍ୟା ବହୁମାତ୍ରାରେ କମିଛି । ମେଡିକାଲ୍‌ରେ ମଧ୍ୟ ଏମର୍ଜେନ୍ସି ରୋଗୀଙ୍କ ସଂଖ୍ୟା କମିଛି । ଲକ୍‌ଡାଉନ୍‌ ଯୋଗୁ ଯଦିଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିବା ସ୍ୱାଭାବିକ୍‌ ।

ହେଲେ ହୃଦ୍‌ଘାତ, ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଓ ଷ୍ଟ୍ରୋକ୍‌ ଭଳି ଏମର୍ଜେନ୍ସି ମାମଲାରେ ମୃତ୍ୟୁ ହାର ମଧ୍ୟ କମିଛି । ମୁମ୍ବାଇ ମ୍ୟୁନ୍‌ସିପାଲ କର୍ପୋରେସନ୍‌ ଅନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରେ ହୃଦ୍‌ଘାତ ଓ ଷ୍ଟ୍ରୋକ ଭଲି ଏମର୍ଜେନ୍ସି ମାମଲାରେ ମୃତ୍ୟୁ ସଂଖ୍ୟା ୯୩୭, ୨୦୧୮ ମାର୍ଚ୍ଚରେ ୮୩୩ ଓ ୨୦୧୭ ମାର୍ଚ୍ଚରେ ୭୨୯ ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୃତ୍ୟୁ ସଂଖ୍ୟା ୫୯୫ ଥିବା ଜଣାଯାଇଛି ।

lockdown-2

ଡାକ୍ତରଙ୍କ କହିବା କଥା ଯେ ଲୋକେ ଲକ୍‌ଡାଉନ୍‌ରେ ଘରେ ଥିବା ବେଳେ ଅଫିସ୍‌ର ଟେନ୍‌ସନ୍‌ ନାହିଁ । ଲୋକଙ୍କ ଖାଇବା ପିଇବା ଠିକ୍‌ ସମୟରେ ହେଉଛି । ପରିବାର ମଧ୍ୟରେ ରହୁଥିବାରୁ ମାନସିକ ଚାପ ମଧ୍ୟ କମ୍‌ ରହୁଛି ।

ଏହାଛଡ଼ା ପରିବେଶ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ କମିଛି । ଫଳରେ ଏମର୍ଜେନ୍ସି ରୋଗୀ ସଂଖ୍ୟାରେ ୫୦ ରୁ ୬୦ ପ୍ରତିଶତ ମଧ୍ୟ କମିଛି । ଯେଉଁଥି ପାଇଁ କରୋନା ସଂକ୍ରମଣ ବ୍ୟତୀତ ଅନ୍ୟ ମୃତ୍ୟୁ ହାର କମିଛି ।

ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଘଟିଥିବାରୁ ଏହି ମୃତ୍ୟୁ ହାର କମିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । କରୋନା ଲକ୍‌ଡାଉନ୍‌ ଯୋଗୁ ଦେଶର ନଦୀଗୁଡ଼ିକରେ ମଧ୍ୟ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଯେଉଁ ନଦୀଗୁଡ଼ିକୁ ପରିସ୍କାର କରିବା ପାଇଁ ୨୦ ବର୍ଷ ଧରି ସରକାରଙ୍କ ସବୁ ପ୍ରଚେଷ୍ଟା ଫେଲ୍‌ ମାରିଥିଲା । ଲକ୍‌ଡାଉନ୍‌ର କିଛି ମାସ ଭିତରେ ବିନା ଉଦ୍ୟମରେ ଏହି ନଦୀସବୁ ପରିସ୍କାର ହୋଇଯାଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.