ଲୋକଙ୍କୁ ‘ସୋସିଆଲ ଡିଷ୍ଟାନସିଂ’ ସମ୍ପର୍କରେ ବୁଝାଇବା ପାଇଁ ଘରେ ବସି ଯୁବକ ତିଆରି କଲେ ଅଜବ ଧରଣର ଇ-ବାଇକ !

ଲୋକଙ୍କୁ ସୋସିଆଲ ଡିଷ୍ଟାନସିଂ ସମ୍ପର୍କରେ ବୁଝାଇବା ପାଇଁ ତ୍ରିପୁରାର ଜଣେ ବ୍ୟକ୍ତି ଇଲେକ୍ଟ୍ରୋନିକ ବାଇକ ତିଆରି କରିଛନ୍ତି। ଏହି ବାଇକରେ ଦୁଇଟି ସିଟ ମଝିରେ ପାଖାପାଖି 1 ମିଟରର ଦୂରତା ରହିଛି। ବ୍ୟକ୍ତି ଜଣକ ଏହାକୁ ‘COVID-19 ବାଇକ’ ନାଁ ଦେଇଛନ୍ତି। ଏହି ଇ-ବାଇକକୁ ଅଗରତାଲାରେ ରହୁଥିବା ପାର୍ଥ ସାହା ତିଆରି କରିଛନ୍ତି। ସେ ଜଣେ ୟୁଟ୍ୟୁବର। ତାଙ୍କର 3 ଲକ୍ଷ subscribers ଅଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସେ ତାଙ୍କ ଇ-ବାଇକକୁ ନିଜ ଚ୍ୟାନେଲରେ ପୋଷ୍ଟ କରି ନାହାନ୍ତି।

ତାଙ୍କ କହିବା ଅନୁସାରେ, କରୋନା ସହ ଲଢ଼ିବା ପାଇଁ ସୋସିଆଲ ଡିଷ୍ଟାନସିଂ ବହୁତ ଜରୁରୀ। ଲକଡାଉନ ପରେ ସେ ଏହି ବାଇକରେ ତାଙ୍କ ଝିଅକୁ ସ୍କୁଲ ନେବା ଆଣିବା କରିବେ। ସେ ଏହାକୁ ବିକିବା ଉଦ୍ଦେଶ୍ୟରେ ତିଆରି କରି ନାହାନ୍ତି। ଏଥିରେ 750 wattର ମୋଟର ଲାଗିଛି, ଯାହାକୁ 48 volt ବ୍ୟାଟେରୀରେ ଯୋଡ଼ାଯାଇଛି। ବାଇକକୁ ଥରେ ଫୁଲ ଚାର୍ଜ କଲେ ତାହାକୁ 80 କିମି ପର୍ଯ୍ୟନ୍ତ ଚଲେଇ ଯାଇହେବ। ସେପଟେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ କରି ଏହି ବାଇକ ସହ ଏହାର ଆବିଷ୍କାରକ ପାର୍ଥ ସାହାଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.