Below header

୭୫ ବର୍ଷ ପରେ Microsoft Wordରେ ହେଲା ବଡ଼ ପରିବର୍ତ୍ତନ, ଏବେ ବଦଳିଯିବ ଟାଇପିଂ ଷ୍ଟାଇଲ

ଦୀର୍ଘ ୭୫ ବର୍ଷ ପରେ Microsoft Word ଏକ ବଡ଼ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ଟାଇପିଂ ଷ୍ଟାଇଲ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। କମ୍ପାନୀ କହିଛି ଯେ ଏବେ Ms Wordରେ ଟାଇପିଂ ବେଳେ ଯଦି ଡବଲ ସ୍ପେସ ରହିବ ତେବେ ତାହା ଏରର ଶୋ କରିବ। ଏବେ ଡବଲ ସ୍ପେସକୁ ଭୁଲ ବୋଲି ଧରାଯାଉଛି। ଏଣୁ ୭୫ ବର୍ଷ ପଟେ ମାଇକ୍ରୋସଫ୍ଟ ଏହି ଫିଚରକୁ ନୂତନଭାବେ ଯୋଗ କରିଛି। ଦୀର୍ଘବର୍ଷ ପରେ ୱାର୍ଡ ପ୍ରୋସେସିଂ ଆପ୍ଲିକେସନକୁ ବଦଳା ଯାଇଛି ବୋଲି କହିଛି ମାଇକ୍ରୋସଫ୍ଟ।

word

ସୂଚନାଯୋଗ୍ୟ ଯେ ପୂର୍ଣ୍ଣଚ୍ଛେଦ ପରେ ଡବଲ ସ୍ପେସ ଦେବା ଟାଇପରାଇଟର ଯୁଗରୁ ଚାଲିଆସୁଛି। କାରଣ ସେତେବେଳେ ଟାଇପ ରାଇଟରରେ ମୋନୋସ୍ପେସ ଫଣ୍ଟ ବ୍ୟବହାର କରାଯାଉଥିଲା। ଏସ ସାଇଜ ଅକ୍ଷର ମଧ୍ୟରେ ଡବଲ ସ୍ପେସ ବ୍ୟବହାର କରିବାର କାରଣ ଏହା ବାକ୍ୟ ଶେଷକୁ ହାଇଲାଇଟ କରିବ। କିନ୍ତୁ ଏବେ ଟାଇପିଂ ବେଳେ ଦୁଇଟି ବାକ୍ୟ ମଝିରେ ଡବଲ ସ୍ପେସ ଦେଲେ ମାଇକ୍ରୋସଫ୍ଟ ୱାର୍ଡରେ ତାହା ଏରର ଦେଖାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.