ପାମ୍ପଡ଼ ବିଜିନେସ୍‌ କରିବାକୁ ଚାହୁଁଛନ୍ତି କି? ସରକାର ଦେବେ ୪ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

କମ୍‌ ପୁଞ୍ଜି ନିବେଶ କରି ଆପଣ ଯଦି କୌଣସି ବିଜିନେସ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆମେ ଆପଣଙ୍କୁ ଏକ ଖାସ୍‌ ବିଜିନେସ୍‌ ବିଷୟରେ କହୁଛୁ। ଏହି ବିଜିନେସ୍‌କୁ ଆପଣ କେବଳ ୨ ଲକ୍ଷ ଟଙ୍କା ବିନିଯୋଗରେ ଆରମ୍ଭ କରିପାରିବେ। ନ୍ୟାଶନାଲ ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ(ଏନ୍‌ଏସ୍‌ଆଇସି) ଏଥିପାଇଁ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛି, ଯଦ୍ଦ୍ଵାରା ଆପଣଙ୍କୁ ମୁଦ୍ରା ସ୍କିମ୍‌ରେ ୪ ଲକ୍ଷ ଟଙ୍କାର ଋଣ ଶସ୍ତା ରେଟ୍‌ରେ ମିଳିଯିବ।

ଏହାସହ ପଢ଼ନ୍ତୁ: ଭୁଲ୍‌ ପ୍ୟାନ୍‌ ନମ୍ବର ଦେଲେ ଭରିବାକୁ ପଡ଼ିବ ୧୦ ହଜାର ଜରିମାନା, ଦୁଇଟି କାର୍ଡ ଥିଲେ ଲାଗିବ ଭାରି ପେନାଲ୍ଟି, ଜାଣନ୍ତୁ…

ରିପୋର୍ଟ ମୁତାବକ, ୬ ଲକ୍ଷ ଟଙ୍କା ମୂଳ ନିବେଶରେ ପାଖାପାଖି ୩୦ ହଜାର କିଲୋଗ୍ରାମର ପ୍ରଡକ୍ସନ କାପାସିଟି ପ୍ରସ୍ତୁତ ହୋଇଯିବ। ଏହି ବିଜିନେସ୍‌କୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ୬.୦୫ ଲକ୍ଷ ଲଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ମୂଳ ଖର୍ଚ୍ଚରେ ଫିକ୍ସଡ କ୍ୟାପିଟାଲ ଏବଂ ଓ୍ଵାର୍କିଙ୍ଗ୍‌ କ୍ୟାପିଟାଲର ଖର୍ଚ୍ଚ ସାମିଲ ଅଛି।

ଫିକ୍ସଡ କ୍ୟାପିଟାଲରେ ଦୁଇଟି ମେଶିନ୍‌, ପ୍ୟାକେଜିଙ୍ଗ୍‌ ମେଶିନ୍‌ ଯନ୍ତ୍ରପାତି ଆଦି ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। ଓ୍ଵାର୍କିଙ୍ଗ୍‌ କ୍ୟାପିଟାଲରେ ଷ୍ଟାଫ୍‌ମାନଙ୍କର ୩ ମାସର ଦରମା, ୩ ମାସରେ ଲାଗିବାକୁ ଥିବା ମ୍ୟାଟେରିୟାଲ୍‌ ଏବଂ ୟୁଟିଲିଟି ପ୍ରଡକ୍ଟର ଖର୍ଚ୍ଚ ସାମିଲ ରହିଛି। ଏହାଛଡ଼ା ଏଥିରେ ଭଡ଼ା, ବିଦ୍ୟୁତ୍‌, ପାଣି, ଟେଲିଫୋନ୍‌ ବିଲ୍‌ ଭଳି ଖର୍ଚ୍ଚ ବି ଅନ୍ତର୍ଭୁକ୍ତ ରହିଛି।

ଏହାସହ ପଢ଼ନ୍ତୁ: BSNL ଏବଂ MTNL ର ୬୦ ହଜାରରୁ ଅଧିକ କର୍ମଚାରୀ ବାଛିନେଲେ ଇଚ୍ଛାମୂଳକ ଅବସର ବିକଳ୍ପ

କେଉଁ କେଉଁ ମେଶିନାରୀ ଉପକରଣ ଆବଶ୍ୟକ

ପାମ୍ପଡ଼ ବିଜିନେସ୍‌ ଆରମ୍ଭ କରିବା ପାଇଁ ଆପଣଙ୍କୁ ସ୍ୱିଫ୍ଟର, ଦୁଇଟି ମିକ୍ସର, ପ୍ଲାଟ୍‌ଫର୍ମ ବାଲାନ୍ସ, ଇଲେକ୍ଟ୍ରିସିଟି ଅପରେଟର ଓଭାନ୍‌, ମାର୍ବଲ ଟେବୁଲ୍‌ ଟପ୍‌, ଚକଲା ବେଲନ୍‌, ଆଲୁମିନିୟମ୍‌ର ବାସନ ଏବଂ ର‍୍ୟାକ୍ସ ଆଦି ମେଶିନାରୀ ଉପକରଣ ଆବଶ୍ୟକ ପଡ଼ିବ।

୨୫୦ ବର୍ଗଫୁଟ ଜାଗା ଦରକାର

ପାମ୍ପଡ଼ ବିଜିନେସ୍‌ ପାଇଁ ଅତିକମ୍‌ରେ ୨୫୦ ବର୍ଗଫୁଟ୍‌ ଜାଗା ଦରକାର ପଡ଼ିବ। ଯଦି ଆପଣଙ୍କ ପାଖରେ ନିଜସ୍ୱ ଜାଗା ନାହିଁ, ତା’ହେଲେ ଭଡ଼ାରେ ନେଇପାରିବେ। ଏଥିପାଇଁ ପ୍ରତିମାସରେ ଅତିକମ୍‌ରେ ୫ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ। ମ୍ୟାନ୍‌ପାଓ୍ଵାରରେ ୩ଜଣ ଅଣତାଲିମପ୍ରାପ୍ତ ଲେବର, ଦୁଇଜଣ ତଲିମପ୍ରାପ୍ତ ଲେବର ଏବଂ ଜଣେ ସୁପରଭାଇଜରଙ୍କ ଆବଶ୍ୟକତା ପଡ଼ିବ। ଏ ସମସ୍ତଙ୍କର ଦରମା ବାବଦକୁ ୨୫,୦୦୦ ଟଙ୍କା ଖର୍ଚ୍ଚ ହେବ, ଯାହାକୁ ଓ୍ଵାର୍କିଙ୍ଗ କ୍ୟାପିଟାଲରେ ଯୋଡ଼ାଯାଇଛି।

ନିଜକୁ ଦେବାକୁ ପଡ଼ିବ ୨ ଲକ୍ଷ ଟଙ୍କା

୬ ଲକ୍ଷ ଟଙ୍କା ମୂଳ ଧନରୁ ୨ ଲକ୍ଷ ଟଙ୍କା ଆପଣ ନିଜକୁ ହିଁ ଦେବାକୁ ପଡ଼ିବ। ସରକାରଙ୍କ ମୁଦ୍ରା ଯୋଜନାରେ ଆପଣଙ୍କୁ କେବଳ ୪ ଲକ୍ଷ ଟଙ୍କା ଋଣ ମିଳିପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଆପଣ କୌଣସି ବି ବ୍ୟାଙ୍କରେ ଆବେଦନ କରିପାରିବେ। ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡ଼ିବ, ଯେଉଁଥିରେ ସମସ୍ତ ଡିଟେଲ୍ସ ଦେବେ। ଏଥିରେ କୌଣସି ବି ପ୍ରୋସେସିଙ୍ଗ୍‌ ଫିସ୍‌ କିମ୍ବା ଗ୍ୟାରେଣ୍ଟି ଫିସ୍‌ ଦେବାକୁ ପଡ଼େନାହିଁ। ୫ ବର୍ଷ ଭିତରେ ଆପଣ ଋଣ ପରିଶୋଧ କରିପାରିବେ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ କନ୍ୟାଦାନ ପାଇଁ LIC ର ଏହି ସ୍ପେଶାଲ ପଲିସି, ପାଇପାରିବେ ୨୭ ଲକ୍ଷ ଟଙ୍କା

ଠିକ୍‌ ମାର୍କେଟିଙ୍ଗ୍‌ କରନ୍ତୁ

ପ୍ରଡକ୍ଟ ବନେଇବା ପାଇଁ ଆପଣଙ୍କୁ ତୁରନ୍ତ ବିକିବାକୁ ହେବ। ଏଥିପାଇଁ ଆପଣଙ୍କୁ ଛୋଟ ଗ୍ରୋସେରି ଷ୍ଟୋର, ସୁପର ମାର୍କେଟ ଏବଂ ବଡ଼ ରିଟେଲରଙ୍କ ସହ ସମ୍ପର୍କ ବଢ଼ାଇ ସେଲ୍‌କୁ ବଢ଼ାଇବାକୁ ପଡ଼ିବ।

Roshni

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

5 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

35 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago