Categories: ମନୋରଂଜନ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା, ଫଟୋ ଦେଖି ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏକ ଫଟୋ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଖୁବ୍‌ ସୁନ୍ଦର ତ ଦେଖାଯାଉଛନ୍ତି କିନ୍ତୁ ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଲୋକମାନେ ଅନେକ ପ୍ରଶ୍ନ ପଚାରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋରେ ଐଶ୍ୱର୍ଯ୍ୟା ରେଡ୍‌ କଲର ସୁଟ୍‌ରେ ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ପ୍ରେଗନେଣ୍ଟ ଥିବାର ଖବର ଉଠିଛି।

ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ମୁକେଶ ଅମ୍ବାନୀଙ୍କ ଭଉଣୀ ନୀନା କୋଠାରୀଙ୍କ ଝିଅ ନୟନତାରାଙ୍କ ପ୍ରି-େଓ୍ଵଡିଂ ପାର୍ଟିରେ ନଜର ଆସିଛନ୍ତି। ଏହି ପା ର୍ଟିରେ ଅଭିଷେକ ବ୍ଲାକ ସୁଟ୍‌ରେ ନଜର ଆସିଥିବା ବେଳେ ଐ ଶ୍ୱର୍ଯ୍ୟା ଫ୍ୟାସନ ଡିଜାଇନର୍‌ ସବ୍ୟସାଚୀଙ୍କର ରେଡ୍‌ ଏବଂ ଗୋଲ୍ଡେନ କଲର୍‌ ର ସୁଟ୍‌ରେ ନଜର ଆସିଛନ୍ତି। ଏହି ଫଟୋରେ ଐଶ୍ୱର୍ଯ୍ୟା ଡ୍ରେସର ଓଢଣୀରେ ତାଙ୍କ ପେଟ ଘୋଡାଇ ଥିବାର ନଜର ଆସିଛି। ଏହିକାରଣରୁ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି କଣ ଐଶ୍ୱର୍ଯ୍ୟା ପ୍ରେଗନେଣ୍ଟ ଅଛନ୍ତି। କିଛି ଲୋକମାନେ ମଧ୍ର କହିଛନ୍ତି ଐଶ୍ୱର୍ଯ୍ୟା ନିଜର ବେବି ବଂପ ଲୁଚାଇବା ପାଇଁ ଏପରି କରିଛନ୍ତି। କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଐଶ୍ୱର୍ଯ୍ୟା ବିଚ୍‌ ରେ ଥିବାର ନଜର ଆସିଥିଲେ। ଏହି ଭିଡିଓ ଗୋଆର ଥିଲା, ଯେଉଁଠାରେ ଐଶ୍‌ ଏବଂ ଅଭିଶେକ ଭାକେସନ୍‌ ସେଲିବ୍ରେଟ୍‌ କରିବା ପାଇଁ ଯାଇଥିଲେ। ସେହି ଭିଡିଓରୁ ମଧ୍ୟ ଐଶ୍ୱର୍ଯ୍ୟା ପ୍ରେଗନେଣ୍ଟ ଥିବା କଥା ଲୋକମାନେ କହିଛନ୍ତି।

ଏହାସହ ପଢନ୍ତୁ: ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌ ଖାନ୍‌ କିନ୍ତୁ ପିତାଙ୍କ ଠାରୁ ମିଳିଥିଲା ଏହି ଉତ୍ତର

ସୂଚନା ଅନୁଯାୟୀ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦୦୭ ମସିହାରେ ୨୦ ଏପ୍ରିଲରେ ବିବାହ କରିଥିଲେ। ବିବାହର ୧୨ ବର୍ଷ ପରେ ମଧ୍ୟ ଦୁଇଜଣଙ୍କ ଭଲ ପାଇବା କମ ହୋଇନାହିଁ। ମଝିରେ ଦୁଇ ଜଣଙ୍କର ଝଗଡାକୁ ନେଇ ଅନେକ ଖବର ସ୍ନାମାକୁ ଆସିଥିଲେ ମଧ୍ୟ ଏସବୁ ମିଛ ପ୍ରମାଣିତ ହୋଇଛି।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

23 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago