ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର! ସରକାର ଜଲ୍‌ଦି EPFO ଆକାଉଣ୍ଟରେ ଟ୍ରାନ୍ସଫର କରିବେ ୭୨,୦୦୦ କୋଟି ଟଙ୍କା; ଏହିଭଳି ଚେକ୍‌ କରନ୍ତୁ ଷ୍ଟାଟସ୍‌

EPFO ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର। ସରକାର ଖୁବ୍‌ ଜଲ୍‌ଦି EPFO ଆକାଉଣ୍ଟଧାରୀଙ୍କ ଖାତାକୁ ଆର୍ଥିକ ବର୍ଷ ୨୦୨୨ର ସୁଧ ଦର ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଏହି ସୁଧ ଦର ୮.୧ ପ୍ରତିଶତ ହିସାବରେ ହେବ। ଏହାଦ୍ୱାରା ପାଖାପାଖି ୭ କୋଟି ଚାକିରିଆ ଲାଭ ପାଇ ପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (Employees Provident Fund) ଆର୍ଥିକ ବର୍ଷ ୨୦୨୨ରେ ପିଏଫ୍‌ ଖାତାକୁ ଆସିବାକୁ ଥିବା ସୁଧ ରାଶିର ଗଣନା କରି ନେଇଛି। ଏହାକୁ ଜଲ୍‌ଦି ଟ୍ରାନ୍ସଫର କରାଯିବ।

ସରକାରୀ ଖାତାରେ ଜମା ମୋଟ ୭୨,୦୦୦ କୋଟି ଟଙ୍କାକୁ ଟ୍ରାନ୍ସଫର କରାଯିବ। ଗତବର୍ଷ ସରକାର ସୁଧ ଦର ହିସାବରେ ପାଖାପାଖି ୭୦,୦୦୦ କୋଟି ଟଙ୍କା ପିଏଫ୍‌ ଆକାଣ୍ଟଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

ଆପଣ ନିଜ ଷ୍ଟାଟସ୍‌ ଚେକ୍‌ କରିବା ପାଇଁ EPFOର ଅଫିସିଆଲ େଓ୍ଵବ୍‌ସାଇଟ epfindia.gov.in ଭିଜିଟ୍‌ କରନ୍ତୁ। ଏଠାରେ ଆପଣ ଇ-ପାସ୍‌ବୁକ ଉପରେ କ୍ଲିକ୍‌ କରନ୍ତୁ। ଏହା ଉପରେ କ୍ଲିକ୍‌ କରୁ କରୁ ହିଁ passbook.epfindia.gov.in ଖୋଲିବ। ଏଠି ନିଜର UAN ନମ୍ବର, ପାସ୍‌ଓ୍ଵାର୍ଡ ଓ କେପ୍‌ଚା ଦିଅନ୍ତୁ। ଏ ସବୁ ଦେବା ପରେ ଆପଣଙ୍କ ପିଏଫ୍‌ ଆକାଉଣ୍ଟ ସହ ଜଡ଼ିତ ସମସ୍ତ ଡିଟେଲ୍ସ ନଜର ଆସିବ। ଏଠାରେ ମେମ୍ବର ଆଇଡି ଦେଖାଯିବ, ଯାହାକୁ ଆପଣଙ୍କୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣ EPassbookରେ ନିଜର ପିଏଫ୍‌ ବାଲାନ୍ସ ଦେଖି ପାରିବେ।

୧୬ ଜୁନ୍‌ ସୁଦ୍ଧା ପଇସା କରାଯିବ ଟ୍ରାନ୍ସଫର

ଗତବର୍ଷ ଲୋକଙ୍କୁ ସୁଧ ପାଇଁ ୬ରୁ ୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ସରକାର ଜଲ୍‌ଦି ହିଁ ଲୋକମାନଙ୍କ ଖାତାକୁ ପଇସା ଟ୍ରାନ୍ସଫର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଆପଣଙ୍କୁ ଜୁନ୍‌ ୧୬ ସୁଦ୍ଧା ସୁଧ ମିଳିଯିବ। ଏହି ସୁଧ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ତରରେ ଅଛି।

Roshni

Recent Posts

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

10 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

24 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

40 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

52 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago