ଖୁସି ଖବର! ସରକାର ଜଲ୍ଦି EPFO ଆକାଉଣ୍ଟରେ ଟ୍ରାନ୍ସଫର କରିବେ ୭୨,୦୦୦ କୋଟି ଟଙ୍କା; ଏହିଭଳି ଚେକ୍ କରନ୍ତୁ ଷ୍ଟାଟସ୍
![epfo](https://knewsodisha.com/wp-content/uploads/2022/06/epfo.jpg)
EPFO ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର। ସରକାର ଖୁବ୍ ଜଲ୍ଦି EPFO ଆକାଉଣ୍ଟଧାରୀଙ୍କ ଖାତାକୁ ଆର୍ଥିକ ବର୍ଷ ୨୦୨୨ର ସୁଧ ଦର ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଏହି ସୁଧ ଦର ୮.୧ ପ୍ରତିଶତ ହିସାବରେ ହେବ। ଏହାଦ୍ୱାରା ପାଖାପାଖି ୭ କୋଟି ଚାକିରିଆ ଲାଭ ପାଇ ପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (Employees Provident Fund) ଆର୍ଥିକ ବର୍ଷ ୨୦୨୨ରେ ପିଏଫ୍ ଖାତାକୁ ଆସିବାକୁ ଥିବା ସୁଧ ରାଶିର ଗଣନା କରି ନେଇଛି। ଏହାକୁ ଜଲ୍ଦି ଟ୍ରାନ୍ସଫର କରାଯିବ।
ସରକାରୀ ଖାତାରେ ଜମା ମୋଟ ୭୨,୦୦୦ କୋଟି ଟଙ୍କାକୁ ଟ୍ରାନ୍ସଫର କରାଯିବ। ଗତବର୍ଷ ସରକାର ସୁଧ ଦର ହିସାବରେ ପାଖାପାଖି ୭୦,୦୦୦ କୋଟି ଟଙ୍କା ପିଏଫ୍ ଆକାଣ୍ଟଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।
ଆପଣ ନିଜ ଷ୍ଟାଟସ୍ ଚେକ୍ କରିବା ପାଇଁ EPFOର ଅଫିସିଆଲ େଓ୍ଵବ୍ସାଇଟ epfindia.gov.in ଭିଜିଟ୍ କରନ୍ତୁ। ଏଠାରେ ଆପଣ ଇ-ପାସ୍ବୁକ ଉପରେ କ୍ଲିକ୍ କରନ୍ତୁ। ଏହା ଉପରେ କ୍ଲିକ୍ କରୁ କରୁ ହିଁ passbook.epfindia.gov.in ଖୋଲିବ। ଏଠି ନିଜର UAN ନମ୍ବର, ପାସ୍ଓ୍ଵାର୍ଡ ଓ କେପ୍ଚା ଦିଅନ୍ତୁ। ଏ ସବୁ ଦେବା ପରେ ଆପଣଙ୍କ ପିଏଫ୍ ଆକାଉଣ୍ଟ ସହ ଜଡ଼ିତ ସମସ୍ତ ଡିଟେଲ୍ସ ନଜର ଆସିବ। ଏଠାରେ ମେମ୍ବର ଆଇଡି ଦେଖାଯିବ, ଯାହାକୁ ଆପଣଙ୍କୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣ EPassbookରେ ନିଜର ପିଏଫ୍ ବାଲାନ୍ସ ଦେଖି ପାରିବେ।
୧୬ ଜୁନ୍ ସୁଦ୍ଧା ପଇସା କରାଯିବ ଟ୍ରାନ୍ସଫର
ଗତବର୍ଷ ଲୋକଙ୍କୁ ସୁଧ ପାଇଁ ୬ରୁ ୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ସରକାର ଜଲ୍ଦି ହିଁ ଲୋକମାନଙ୍କ ଖାତାକୁ ପଇସା ଟ୍ରାନ୍ସଫର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଆପଣଙ୍କୁ ଜୁନ୍ ୧୬ ସୁଦ୍ଧା ସୁଧ ମିଳିଯିବ। ଏହି ସୁଧ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ତରରେ ଅଛି।