ମଣିଷ ପଣିଆ ଓ ଦାୟିତ୍ୱ ଏକାସାଥିରେ ତୁଲେଇ ପାରନ୍ତି ଭାରତୀୟ ସେନା

ମଣିଷପଣିଆ ଦେଖେଇ ହୃଦୟ ଜିତିବା ନେଇ ହେଉ ଅବା ଶତ୍ରୁ ପକ୍ଷର ସୈନ୍ୟ ମାନଙ୍କୁ ଧୂଳି ଚଟେଇବା ହେଉ ସବୁଥିରେ ଭାରତୀୟ ସେନା ଆଗଭର । ସୋସିଆଲ ମିଡିଆରେ ଭାରତୀୟ ସୈନ୍ୟଙ୍କୁ ନେଇ ଅନେକ ଫଟୋ ତଥା ଭିଡିଓ ଭାଇରାଲ ହେବାରେ ଲାଗିଛି । ଡହ ଡହ ଖରା, ବରଫ ପଡିବା ପରି ଶୀତ କାକର କିମ୍ବା ଅବିରତ ବର୍ଷା ସବୁଥିରେ ନିଜ କାମ ସୁଚାରୁରୂପେ ତୁଲେଇ ପାରନ୍ତି ଆମ ସେନା । ଏମିତି ଦୃଶ୍ୟ ଯେବେ ବି ସାମ୍ନାକୁ ଆସେ ଆମ ଆଖିରୁ ଆପଣା ଛାଏଁ କେଇ ବୁନ୍ଦା ଲୁହ ବାହାରିଆସେ । ଆର୍ମି ଅଫସର ମାନଙ୍କ ଅନେକ କାମ ଆମକୁ ଭାବୁକ କରିଦିଏ । ଏଇ ନିକଟରେ ଏମିତି ହିଁ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।
When emotions and duty go hand in hand.
Hats off Indian Army👏 pic.twitter.com/irDgdzfkf5
— Harsh Sanghavi (@sanghaviharsh) June 8, 2022
ଏହି ଫଟୋକୁ ଦେଖି ଆପଣ ବି ଭାରତୀୟ ସେନାର କାମକୁ ସଲାମ କରିବାକୁ ବାଧ୍ୟ ହେବେ । ଫଟୋ ଟିକୁ ପ୍ରକୃତରେ ଗୃହମନ୍ତ୍ରୀ ହର୍ଷ ସଙ୍ଘବି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି ଯେବେ ମନର ଭାବନା ଓ କର୍ତ୍ତବ୍ୟ ଯେବେ ଏକା ସାଥିରେ ଚାଲିଥାଏ । ଭାରତୀୟ ସେନାଙ୍କୁ ସଲାମ । ” ଏହି ଫଟୋରେ ଦେଖିପାରିବେକି କେମିତି ଜଣେ ଆର୍ମି ଅଫିସର ଏକ ଛୋଟ ଛୁଆକୁ ନିଜ କୋଳରେ ଧରି ବସିଛନ୍ତି । ଆଉ ଏହି ସମୟରେ ଏହି ଛୁଆଟିକୁ ଖାଦ୍ୟ ଖୁଆଉଛନ୍ତି । ଚାରି ପାଖର ଦୃଶ୍ୟରୁ ଯାହା ଜଣାଯାଉଛି ଏମାନେ ଏକ ଆମ୍ବୁଲାନ୍ସରେ ବସିଛନ୍ତି । ଯେବେକି ଅନ୍ୟଜଣେ ହାତରେ ଏକ କପଡା ଧରି ପାଖରେ ଛିଡା ହୋଇଛନ୍ତି ।
ହୃଦୟକୁ ଛୁଇଁଥିବା ଏହି ଫଟୋଟିକୁ ଦେଖିବା ପରେ ଲୋକେ ଏହି ଯବାନଙ୍କ ସାମ୍ନାରେ ମୁଣ୍ଡ ନୁଆଇଁଛନ୍ତି । ଜଣେ ୟୁଜର ଲେଖିଛନ୍ତିକି ସେ ଭାରତୀୟ ଯବାନଙ୍କୁ ନେଇ ଗର୍ବ କରନ୍ତି । ଯେବେକି ଅନ୍ୟଜଣେ ଲେଖିଛନ୍ତିକି ଏହି ଫଟୋ ତାଙ୍କ ହୃଦୟ ଜିଣି ନେଇଛି । ଯେବେକି ଅନ୍ୟଜଣେ ଲେଖିଛନ୍ତିକି, “ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ଥାନ ହମାରା, ଆମ ଦେଶର ରକ୍ଷାକର୍ତ୍ତାଙ୍କୁ ସଲାମ” ।