ମହାନଦୀରେ ଡ଼ଙ୍ଗା ବୁଡ଼ି ଅଘଟଣ : ୨ ମୃତଦେହ ଉଦ୍ଧାର, ମୃତକଙ୍କ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୪ ଜଣ ନିଖୋଜ ଅଛନ୍ତି ।

 ଝାରସୁଗୁଡା : ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ କିଛି ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବାବେଳେ ଡ଼ଙ୍ଗା ବୁଡିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୪ ଜଣ ନିଖୋଜ ଅଛନ୍ତି । ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଘଟିଛି ଘଟଣା ।

ଛତିଶଗଡ଼ ଅତରଲିଆରୁ ପିକନିକ୍ ପାଇଁ ଆସିଥିଲେ । ବରଗଡ଼ ଆମ୍ବାଭୋନାର ପଥରସିନୀରୁ ପିକ୍ ନିକ୍ ସାରି ଫେରୁଥିବା ବେଳେ ଘଟଣା ଘଟିଥିବା ସୂଚନା । ଡ଼ଙ୍ଗାରେ ପ୍ରାୟ ୫୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ l ଘଟଣା ସ୍ଥଳରେ RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଲଖନପୁର ନୌକା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଝାରସୁଗୁଡା ଅଭିମୁଖେ ବାହାରିଛନ୍ତି ଅଗ୍ନିଶମ ଟିମ। ପାଞ୍ଚ ଜଣ ସ୍କୁବା ଡାଇଭର ଟିମରେ ସାମିଲ ଅଛନ୍ତି । ଦୁଇଟି ଅଣ୍ଡର ଉଆଟର ସର୍ଚ୍ଚ କ୍ୟାମେରା ମଧ୍ୟ ପଠାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଲିଫ୍ଟ ହେଉଛି ଉଦ୍ଧାରକାରୀ ଟିମ। ଘଟଣାସ୍ଥଳରେ ଅଛନ୍ତି ଆମ୍ବଭୋନ ଦମକଳ କେନ୍ଦ୍ର କର୍ମଚାରୀ। ଭଟଲି,ବରଗଡ଼,ଲଖନପୁର, ଓ ସମ୍ବଲପୁରରୁ ମଧ୍ୟ ଆସୁଛନ୍ତି ଉଦ୍ଧାରକାରୀ ଟିମ। ଉତ୍ତରାଞ୍ଚଳ ଫାୟାର ଅଫିସରଙ୍କୁ ଉଦ୍ଧାରକାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦେଶ ଦେଲେ ଅଗ୍ନିଶମ ଡିଜି। ରାଜ୍ୟ ଅଗ୍ନିଶମ କଣ୍ଟ୍ରୋଲ ରୁମକୁ ସଜାଗ ରହିବାକୁ ନିର୍ଦେଶ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.