ଲଉଡ଼ି ଖେଳରେ ମାଷ୍ଟର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଖେଳରେ ସମସ୍ତେ ଝୁମିଲେ

କେଉଁଠି ନେତା ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଥାନ୍ତି ତ ଆଉ କେଉଁଠି ସେମାନଙ୍କ ସହ ନାଚ ଗୀତରେ ସାମିଲ ହୋଇ ନାଚିଥାନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ଠାରେ ।

ପାରାଦୀପ (କେନ୍ୟୁଜ୍‌ ଓଡ଼ିଶା): ନିର୍ବାଚନ ଆସିଲେ ସାଧାରଣତଃ ନେତାମାନେ ଖୁବ୍‌ ପାଖେଇ ଆସନ୍ତି ଜନତାଙ୍କର । ଏକାଥରେ ଗୋଟାପଣେ ହୋଇ ଯାଆନ୍ତି । ନିଜ ଭିତରେ ରହିଥିବା କଳା ମନକୁ ମନ ପଦାକୁ ବାହାରି ଆସିଥାଏ । କେଉଁଠି ନେତା ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଥାନ୍ତି ତ ଆଉ କେଉଁଠି ସେମାନଙ୍କ ସହ ନାଚ ଗୀତରେ ସାମିଲ ହୋଇ ନାଚିଥାନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ଠାରେ । ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଚଳିତ ନିର୍ବାଚନରେ ଟିକେଟ ପାଇ ନାହାନ୍ତି । ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ବିଜେଡିରୁ ଟିକେଟ୍‌ ମିଳିଛି । ପ୍ରଥମ ଥର ପାରାଦୀପ ବିଧାନସଭା କ୍ଷେତ୍ରରେ ଜଣେ ମହିଳା ପ୍ରାର୍ଥୀ ହୋଇଛନ୍ତି । ତେବେ ପତ୍ନୀଙ୍କ ସହ ନିର୍ବାଚନ ପ୍ରଚାର ବେଳେ ବିଧାୟକ ସମ୍ବିତ ରାଉତରାୟଙ୍କୁ ଲଉଡ଼ି ଖେଳରେ ଦେଖିବାକୁ ମିଳିଥିଲା । ସେ ଭୂତମୁଣ୍ଡାଇ ଠାରେ ଆୟୋଜିତ ଲଉଡି ପ୍ରତିଯୋଗିତାରେ ଭାଗ ନେଇ ଲୋକପ୍ରିୟ ‘ଝୁଲରେ ନିତାଇ ଝୁଲ…’ ଗୀତର ତାଳେ ତାଳେ ହାତରେ ଲଉଡି ଧରି ଜଣେ ପୋଖତ ଖେଳାଳି ଭାବେ ନାଚିଥିଲେ । କେବଳ ସମ୍ବିତ ନୁହନ୍ତି ତାଙ୍କ ସହ ଧର୍ମପତ୍ନୀ ତଥା ବିଧାୟକ ପ୍ରାର୍ଥୀ ଗୀତାଜଂଳି ରାଉତରାୟ ମଧ୍ୟ ଗୀତର ତାଳେ ତାଳେ ହାତରେ ଲଉଡି ଧରି ନାଚୁଥିବାର ଦେଖା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.