ଉର୍ବଶୀ ରୌତେଲା ମା’, ବାପାଙ୍କ ସହ ଉତ୍ତରାଖଣ୍ଡରେ କଲେ ମତଦାନ, ଲୋକଙ୍କୁ କଲେ ଏହି ଅପିଲ୍‌

ଉର୍ବଶୀ ରୌତେଲା ବଲିଉଡ୍‌ ଏବଂ ମଡେଲିଂ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା । ଉର୍ବଶୀ ଫିଲ୍ମଠାରୁ ଅଧିକ ନିଜର ବୟାନ ଏବଂ ସୋସିଆଲ ମିଡିଆ ପ୍ରେଜେନ୍ସ ପାଇଁ ଜଣାଯାଆନ୍ତି ।

ଉର୍ବଶୀ ରୌତେଲା ବଲିଉଡ୍‌ ଏବଂ ମଡେଲିଂ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା । ଉର୍ବଶୀ ଫିଲ୍ମଠାରୁ ଅଧିକ ନିଜର ବୟାନ ଏବଂ ସୋସିଆଲ ମିଡିଆ ପ୍ରେଜେନ୍ସ ପାଇଁ ଜଣା ଯାଆନ୍ତି । ତେବେ ଆଜି ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଉଥିବା ବେଳେ ଅଭିନେତ୍ରୀ ନିଜ ପରିବାର ସହିତ ଭୋଟ୍‌ ଦେବାକୁ ପହଞ୍ଚିଥିଲେ ।

ସେ ଉତ୍ତରାଖଣ୍ଡର କୋଟ୍‌ଦ୍ୱାରରେ ମତଦାନ କରିବାକୁ ନିଜ ମା’, ବାପାଙ୍କ ସହ ଆସିଥିଲେ । ଏହି ମଉକାରେ ଅଭିନେତ୍ରୀ ଏବଂ ତାଙ୍କ ମା’, ବାପାଙ୍କ ଫଟୋ ସାମ୍ନାକୁ ଆସିଛି । ଏଥିରେ ତିନି ଜଣ ଭୋଟ୍‌ ଦେବା ପରେ କ୍ୟାମେରା ସାମ୍ନାରେ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି ।

ଉର୍ବଶୀଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ସେ ଲାଇନ୍‌ରେ ଛିଡ଼ା ହୋଇ ଅପେକ୍ଷା କରିଥିବା ଏବଂ ପୁଣି ପୋଲିଂ ବୁଥ୍‌ ଯାଇ ମତଦାନ କରୁଥିବାର ଦେଖାଯାଉଛି । ଅଭିନେତ୍ରୀ ନିଜର ପ୍ରଶଂସକ, ଉତ୍ତରାଖଣ୍ଡର ବାସିନ୍ଦା ଏବଂ ଦେଶର ଜନତାଙ୍କୁ ମତଦାନ କରିବାକୁ ଅପିଲ୍‌ କରିଛନ୍ତି ।

ଉର୍ବଶୀ କହିଛନ୍ତି ଯେ ସେ ଉତ୍ତରାଖଣ୍ଡର ହୋଇଥିବାରୁ ଗର୍ବିତ । ସେ ମା’, ବାପାଙ୍କ ସହ ମିଶି ମତଦାନ କରିଛନ୍ତି । ସମସ୍ତେ ମତଦାନ କରିବା ମଧ୍ୟ ଉଚିତ୍‌ । ଲୋକମାନେ ଏମିତି ନେତା ବାଛିବା ଦରକାର, ଯିଏ ଉତ୍ତରାଖଣ୍ଡର ସଂସ୍କୃତିକୁ ବଜାୟ ରଖିବେ । ଏଠାରେ ପର୍ଯ୍ୟଟନରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ଏଭଳି ବିକାଶ ହେବା ଦରକାର, ଯେପରି ଲୋକମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।

କୋଟଦ୍ୱାରର ସିତାବପୁରରେ ହୋଇଥିବା ପୋଲିଂ ବୁଥ୍‌ରେ ସକାଳ ପ୍ରାୟ ୭ଟାରେ ଅଭିବେତ୍ରୀ ଉର୍ବଶୀ ରୌତେଲା ନିଜ ପରିବାର ସହିତ ଭୋଟ୍‌ ଦେବାକୁ ପହଞ୍ଚିଥିଲେ । ଏଠାରେ ତାଙ୍କ ମା’, ବାପା ମଧ୍ୟ ଭୋଟ୍‌ ଦେଇଥିଲେ । ସମସ୍ତେ ମତଦାନ କରିବା ପରେ ମୁମ୍ବାଇ ଫେରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.