ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ଆଜି ଭାଗ୍ୟ ପରୀକ୍ଷା ଦେବେ ରାହୁଲ ଗାନ୍ଧୀ, ହେମାମାଳିନୀ ଓ ଶଶୀ ଥରୁର

ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେବେ ବହୁ ହେଭି ୱେଟ। କେରଳର ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଗ୍ୟ ପରୀକ୍ଷା ଦେଉଛନ୍ତି। ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ନୂଆଦିଲ୍ଲୀ : ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେବେ ବହୁ ହେଭି ୱେଟ। କେରଳର ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଗ୍ୟ ପରୀକ୍ଷା ଦେଉଛନ୍ତି। ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସର ସବୁଠାରୁ ବଡ଼ ଚେହେରା । ଗତ ଦୁଇ ବର୍ଷ ଭିତରେ ଭାରତ ଯୋଡ଼ ଯାତ୍ରା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି କଂଗ୍ରେସକୁ ସଙ୍ଗଠିତ କରିବାକୁ ପ୍ରୟାସ କରିଛନ୍ତି ରାହୁଲ । ତେଣୁ ରାହୁଲଙ୍କ ଫଳାଫଳ ଅନେକାଂଶରେ କଂଗ୍ରେସ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ସେହିପରି ଆଜି ହେମା ମାଳିନୀ ଓ ଶଶୀ ଥରୁର ଭାଗ୍ୟ ପରୀକ୍ଷା ଦେଉଛନ୍ତି। ପଶ୍ଚିମବଙ୍ଗର ବାଲୁରଘାଟ ଆସନରୁ ବିଜେପି ନେତା ସୁକାନ୍ତ ମଜୁମଦାର, ବିହାରର ପୂର୍ଣ୍ଣିଆରୁ ସ୍ୱାଧୀନ ପ୍ରାର୍ଥୀ ପପୁ ଯାଦବ, ରାଜସ୍ଥାନର ଭିଲୱାରାରୁ କଂଗ୍ରେସ ପ୍ରାର୍ଥୀ ସିପି ଯୋଶୀ, ରାଜସ୍ଥାନର ଜାଲୋର ଆସନରୁ କଂଗ୍ରେସ ପ୍ରାର୍ଥୀ ବୈଭବ ଗେହଲୋତ, ରାଜସ୍ଥାନର ଯୋଧପୁରରୁ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂ ଶେଖାୱତ, ଉତ୍ତର ପ୍ରଦେଶର ମଥୁରାରୁ ବିଜେପି ପ୍ରାର୍ଥୀ ହେମାମାଳିନୀ, ଛତିଶଗଡର ରାଜନନ୍ଦଗାଓଁ ଆସନରୁ କଂଗ୍ରେସ ପ୍ରାର୍ଥୀ ଭୂପେଶ ବାଘେଲ, କର୍ଣ୍ଣାଟକର ମାଣ୍ଡ୍ଯାରୁ ଜେଡିଏସ ନେତା ଏଚଡି କୁମାରସ୍ୱାମୀ, ହାସାନ ଲୋକସଭା ଆସନରୁ ଜେଡିଏସ ପ୍ରାର୍ଥୀ ପ୍ରଜ୍ଜ୍ୱଳ ଗୌଡା, ବାଙ୍ଗାଲୋର ସାଉଥରୁ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ, କେରଳର ଆଲାପୁଝାରୁ କଂଗ୍ରେସ ପ୍ରାର୍ଥୀ କେସି ଭେନୁଗୋପାଳ, ତିରୁଭାନନ୍ତପୁରମ ଆସନରୁ କଂଗ୍ରେସ ପ୍ରାର୍ଥୀ ଶଶୀ ଥରୁରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.