ନିର୍ବାଚନୀ ଯାଞ୍ଚ କହି ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ, ୨ ଲକ୍ଷ ୭୩ ହଜାର ଟଙ୍କା ଲୁଟିନେଲେ

ନିର୍ବାଚନ ପାଇଁ ଯାଞ୍ଚ ହେଉଛି କହି ଲୁଟିନେଲେ ଦୁର୍ବୃତ୍ତ। ନିଜକୁ ପୋଲିସ ପରିଚୟ ଦେଇ ଲୁଟ କଲେ ।

କଟକ : ନିର୍ବାଚନ ପାଇଁ ଯାଞ୍ଚ ହେଉଛି କହି ଲୁଟିନେଲେ ଦୁର୍ବୃତ୍ତ। ନିଜକୁ ପୋଲିସ ପରିଚୟ ଦେଇ ଲୁଟ କଲେ । ଏ ନେଇ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ବ୍ୟବସାୟୀ। ମାଲଗୋଦାମକୁ ସଉଦା ପାଇଁ ଆସୁଥିଲେ ବ୍ୟବସାୟୀ।

ଓଏମ୍ ପି ଓଭରବ୍ରିଜ ନିକଟରେ ତାଙ୍କୁ ନକଲି ପୋଲିସ ଅଟକାଇଥିଲେ। ଯାଞ୍ଚ ଆଳରେ ୨ ଲକ୍ଷ ୭୩ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅନୁରୂପ ଢଙ୍ଗରେ ବାଦାମବାଡ଼ି ଥାନା ଅଞ୍ଚଳରେ ମଧ୍ୟ ଏମିତି ଲୁଟ ହୋଇଛି । ଏଠାରେ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.