ଦିନ ଦ୍ୱିପହରରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଦୁର୍ଘଟଣା ଘଟାଇଲେ ପୁଣି ମହିଳାଙ୍କ ସହ ନିରୀହ ପରିବାରକୁ ମାଡ଼ ମାରିଲେ

ଭୁବନେଶ୍ୱର ସହିଦ୍ ନଗର ଥାନା ଅଂଚଳରେ ଗାଡ଼ି ସାଇଡ୍ ମାରିଲେ, ଆକ୍ସିଡେଣ୍ଟ ବି କଲେ। ବିରୋଧ କରିବାରୁ ବିଚ୍ ରାସ୍ତାରେ ଅଟକାଇ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ।

ଭୁବନେଶ୍ୱର (କେନ୍ୟୁଜ୍‌) : ଗାଡ଼ି ସାଇଡ୍ ମାରିଲେ, ଆକ୍ସିଡେଣ୍ଟ ବି କଲେ। ବିରୋଧ କରିବାରୁ ବିଚ୍ ରାସ୍ତାରେ ଅଟକାଇ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଭୁବନେଶ୍ୱର ସହିଦ୍ ନଗର ଥାନା ଅଂଚଳରେ ଘଟିଛି ଏଭଳି ଘଟଣା।

ବିବାହ କାର୍ଯ୍ୟ ସାରି ଗୋଟିଏ ପରିବାର ବୋଲେରୋ ଗାଡ଼ିରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଏକ୍ସୟୁଭି ଗାଡ଼ି ପ୍ରଥମେ ସେମାନଙ୍କୁ ସାଇଡ ମାରି ଦୁର୍ଘଟଣା ଘଟାଇ ଥିଲା। ବୋଲେରୋରେ ଥିବା ଲୋକେ ଗାଡ଼ି ଧୀରେ ଚଳାଇବାକୁ କହିବାରୁ ଚାରି ନିଶାସକ୍ତ ଯୁବକ ପରିବାର ଲୋକଙ୍କୁ ମାରପିଟ୍ କରିଥିଲେ। ଗାଡ଼ିରେ ଥିବା ଗୀତାଞ୍ଜଳି ମିଶ୍ର ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ରାସ୍ତା ମଝିରେ ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ସହିଦନଗର ପୋଲିସ୍ ପହଞ୍ଚି ମହିଳା ଏବଂ ତାଙ୍କ ପରିବାରକୁ ଉଦ୍ଧାର କରିବା ସହ ଚାରି ଯୁବକଙ୍କୁ ନିଜ କବଜାକୁ ନେଇ ପଚରା ଉଚରା କରୁଛି। ସେପଟେ ରାତିରେ ଡ୍ରଙ୍କେନ୍ ଡ୍ରାଇଭ୍ ଏବଂ ବ୍ଲକିଂ ଚେକିଂ କରାଯାଉଥିବା ବେଳେ ଦିନ ଦ୍ୱିପ୍ରହରରେ ନିଶାସକ୍ତ ହୋଇ ଏଭଳି କାଣ୍ଡ କରିବସୁଛନ୍ତି ଲୋକେ । ଗୋଟିଏ ପରିବାରକୁ ବିଚ୍ ରାସ୍ତାରେ ଆକ୍ରମଣ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ତେଣୁ ଏଭଳି ଘଟଣାରେ ପୋଲିସ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଦୁଇ ଦିନ ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ‘HER’ ନାମରେ ଏକ ଟିମ୍‌ ଗଠନ ହୋଇଛି । ତେବେ ଆଜି ମହିଳାଙ୍କ ଉପରେ ବିଚ୍‌ ରାସ୍ତାରେ ଆକ୍ରମଣ ଏବେ ଆଲୋଚନାର ବିଷୟ ହୋଇଛି ।

You might also like