ବ୍ୟବସାୟ ଓ ଅର୍ଥନୀତି

୫୨ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବଡ଼ ରିହାତି, ଜାଣନ୍ତୁ ଏହାକୁ କିପରି କରିବେ

କେନ୍ଦ୍ର କର୍ମଚାରୀ ଙ୍କୁ ଦିଆଯାଉଥିବା ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ (CEA) ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ-19 ଲକଡାଉନ୍କୁ ଦୃଷ୍ଟିରେ ରଖି ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ ଦାବି ପାଇଁ କେନ୍ଦ୍ର ସ୍ୱ-ପ୍ରମାଣପତ୍ର କୁ ଅନୁମତି ଦେଇଛି । ଏହା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ ରିହାତି ପ୍ରଦାନ କରିବ । କାରଣ ତାଲା ପଡିଥିବାରୁ ସିଏଏ ଦାବି କରିବା କଷ୍ଟକର ହୋଇପଡିଥିଲା । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଏ ବାବଦରେ ଏକ ଅଫିସ୍ ମେମୋରଣ୍ଡମ୍ ଜାରି କରିଛି ।

ବାସ୍ତବରେ, କେନ୍ଦ୍ର ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ CEA ଅଧୀନରେ ମାସକୁ ୨୨୫୦ ଟଙ୍କା ପାଆନ୍ତି । କୋଭିଡ-19 ମହାମାରୀ ଓ ପରବର୍ତ୍ତୀ ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀମାନେ CEA ଦାବି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାରଣ ପିଲାଙ୍କ ରେଜଲ୍ଟ କିମ୍ବା ରିପୋର୍ଟ କାର୍ଡ ସ୍କୁଲଗୁଡିକ ଦ୍ୱାରା ଏସଏମଏସ କିମ୍ବା ଇମେଲ ମାଧ୍ୟମରେ ପଠାଯାଇ ନଥିଲା । ଏପରିକି ଫି ମଧ୍ୟ ଅନଲାଇନରେ ଜମା କରାଯାଇଥିଲା ।

ଏହି ଉପାୟରେ କରାଯାଇପାରିବ କ୍ଲେମ୍

ନିର୍ଦ୍ଦିଷ୍ଟ ମୋଡ୍ ବ୍ୟତୀତ ସଂପୃକ୍ତ କର୍ମଚାରୀ ସ୍ୱ-ପ୍ରମାଣପତ୍ର ମାଧ୍ୟମରେ କିମ୍ବା ରେଜଲ୍ଟ, ରିପୋର୍ଟ କାର୍ଡ କିମ୍ବା ଇ-ମେଲ୍ କିମ୍ବା SMS ର ପ୍ରିଣ୍ଟଆଉଟ୍ ମାଧ୍ୟମରେ ଏହି କ୍ଲେମ୍ କରାଯାଇପାରିବ । ଏହି ରିହାତି କେବଳ ମାର୍ଚ୍ଚ, ୨୦୨୦ ଓ ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ଶିକ୍ଷାବର୍ଷ ପାଇଁ ପ୍ରଯୁଜ୍ୟ ହେବ ।

ସମାଧାନ ହୋଇଥିବା କ୍ଲେମଗୁଡିକ ପୁନଃ ଖୋଲା ନଯାଉ

DoPT ଏହା ମଧ୍ୟ କହିଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସପକ୍ଷରେ ପୂର୍ବରୁ ସମାଧାନ ହୋଇସାରିଥିବା CEA ଦାବିଗୁଡିକର ମାମଲା ଖୋଲିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ପିଲାମାନଙ୍କର ବିଦ୍ୟାଳୟ ଏବଂ ହଷ୍ଟେଲ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ କରିବା ପାଇଁ CEA ପ୍ରଦାନ କରିଥାଏ । କର୍ମଚାରୀମାନଙ୍କୁ ମାସିକ ୨୨୫୦ ଟଙ୍କା ହାରରେ CEA ଦିଆଯିବା ଉଚିତ ବୋଲି ସପ୍ତମ ବେତନ ଆୟୋଗ ସୁପାରିଶ କରିଥିଲା ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

43 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

52 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

52 mins ago