ବ୍ୟବସାୟ ଓ ଅର୍ଥନୀତି

ସାବଧାନ! ଅନ୍ୟ କାହାକୁ ଆଧାର କାର୍ଡ ଦେଉଥିଲେ ପଡିପାରନ୍ତି ବିପଦରେ, ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଡାକଘର ଓ ପାସପୋର୍ଟ ପର୍ଯ୍ୟନ୍ତ ଆଧାର କାର୍ଡ଼ ରହିବା ଆବଶ୍ୟକ। ଆଉ ଏହି ଆଧାର କାର୍ଡର ଅପବ୍ୟବହାର ହୋଉଥିବାର ଅନେକ ଖବର ମିଳୁଛି। ଯାହାକି ଉଭୟ ଆଧାରକାର୍ଡଧାରୀ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଆଧାର କାର୍ଡକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ଗାଇଡଲାଇନରେ ‘ମାସ୍କଡ୍‌ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି।

ସରକାର କହିଛନ୍ତି ଯେ ଲୋକମାନେ କୌଣସି ଅନୁଷ୍ଠାନକୁ ଆଧାର କାର୍ଡର ଫଟୋଗ୍ରାଫି ଦେବା ଉଚିତ୍ ନୁହେଁ, କାରଣ ଏହାର ଅପବ୍ୟବହାର ହୋଇପାରେ। ଆପଣ ଏହା ବଦଳରେ ମାସ୍କଡ୍‌ ଆଧାର ବ୍ୟବହାର କରିପାରିବେ । ମାସ୍କଡ୍‌ ଆଧାରରେ ଆପଣ ପୂର୍ଣ୍ଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଖିପାରିବେ ନାହିଁ । ବରଂ ଆଧାର ନମ୍ବରର କେବଳ ଶେଷ ଚାରି ଅଙ୍କ ଏଥିରେ ଦୃଶ୍ୟମାନ ହୁଏ । ଆପଣ ଏହାକୁ ଅନଲାଇନରେ ମଧ୍ୟ ପାଇପାରିବେ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ଯେ ଅଣ-ଲାଇସେନ୍ସପ୍ରାପ୍ତ ବେସରକାରୀ ସଂସ୍ଥା ଆପଣଙ୍କ ଆଧାର ସଂଗ୍ରହ କରିପାରିବେ ନାହିଁ କିମ୍ବା ରଖିପାରିବେ ନାହିଁ। ଏପରିସ୍ଥିତିରେ ହୋଟେଲ୍‌ ଏବଂ ଫିଲ୍ମ ହଲ୍‌ ଆଦିରେ ଆପଣଙ୍କ ଆଧାର କାର୍ଡର ଜେରକ୍ସକୁ ରଖିବାରେ କୌଣସି ଅଧିକାର ନାହିଁ ବୋଲି କେନ୍ଦ୍ର ଆଇଟି ମନ୍ତ୍ରାଳୟ କହିଛି। ଯଦି ଏହି ସଂସ୍ଥାଗୁଡିକ ଆପଣଙ୍କ ଆଧାର କାର୍ଡର ଫଟୋ କପିକୁ ରଖିବା ପାଇଁ ଦାବି କରୁଛନ୍ତି ତେବେ ଏହା ଆଧାର କାର୍ଡ ଆଇନ ୨୦୧୬ର ଉଲ୍ଲଙ୍ଘନ। ସର୍ବସାଧାରଣ ସାଇବର କାଫେ, କିଓସ୍କ ସେଣ୍ଟର ପରିଚୟ ପତ୍ର ତିଆରି ହେଉଥିବା ସଂସ୍ଥାମାନଙ୍କରେ ଏହି କାର୍ଡକୁ କାମ ସରିଗଲା ପରେ ଯଥା ଶୀଘ୍ର ନେଇ ଆସିବାକୁ ନାଗରିକମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି।

କେବଳ ‘ୟୁନିକ୍ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ରୁ ‘ୟୁଜର୍ସ ଲାଇସେନ୍ସ’ ପ୍ରାପ୍ତ ସଂସ୍ଥାନଗୁଡ଼ିକ କୌଣସ ବ୍ୟକ୍ତିଙ୍କର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି। ତେଣୁ, ଆଧାର କାର୍ଡ ଶେୟାର୍‌ କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍ସ’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି।

ଏହାଛଡ଼ା, ସରକାର ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜ ନିଜର ଆଧାର କାର୍ଡ ଡାଉନ୍‌ଲୋଡ୍‌ କରିବା ନିମନ୍ତେ ସେମାନେ ଇଣ୍ଟର୍‌ନେଟ୍‌ କାଫେରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଧିଷ୍ଟ କମ୍ପ୍ୟୁଟର୍‌ ବ୍ୟବହାର କରିବା ଅନୁଚିତ। ଯଦି ସେଭଳି କରୁଥା’ନ୍ତି, ତେବେ ଉକ୍ତ କମ୍ପ୍ୟୁଟର୍‌ରେ ଡାଉନ୍‌ଲୋଡ୍‌ ହୋଇଥିବା ‘ଇ-ଆଧାର’ କପିକୁ ସମ୍ପୂର୍ଣ୍ଣରୂପେ ଡିଲିଟ୍‌ କରି ଦିଅନ୍ତୁ।

ଯଦି ଆପଣ ମାସ୍କଡ୍‌ ଆଧାର ଡାଉନଲୋଡ୍ କରିବାକୁ ଚାହାଁନ୍ତି, ତେବେ ଆପଣ UIDAI ୱେବସାଇଟ୍ କୁ ଯାଇ ‘ Do You Want a Masked Aadhaar’ ଅପସନକୁ ଚୟନ କରନ୍ତୁ । ମାସ୍କଡ୍‌ ଆଧାର ପାଇଁ ଏଠାରେ ଆବଶ୍ୟକ ବିବରଣୀ ପୂରଣ କରି ଡାଉନଲୋଡ୍ କରିପାରିବେ । ଏହା ବ୍ୟତୀତ, ଡିଜି ଲକର ଏବଂ mAadhaar ର ବିକଳ୍ପ ମଧ୍ୟ ଅଛି ।

Barsha

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

14 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

30 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

43 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

52 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

55 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago