ରାଜ୍ୟ

ଓଡିଶାର ପଦ୍ମପୁର ମାଟିରେ ଫଳିଛି ଜାପାନୀ ଆମ୍ବ, ଯାହାର ଗୋଟେ କେଜିର ଦାମ୍‌ ଅଢ଼େଇ ଲକ୍ଷ ଟଙ୍କା

ବରଗଡ (କେନ୍ୟୁଜ) : ଆମ୍ବ କେଜିକୁ ଅଢେଇ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣ ନିଜ ବାଡ଼ି ଫଳାଇଛନ୍ତି ଏହି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ଜାପାନିଜ୍ ବ୍ରିଡ୍ ମ୍ୟାଜାକି । ମ୍ୟାଜାକି ସହ ଆଇସ ବକ୍ସ ପ୍ରଜାତିର ଆମ୍ବ ଚାଷ ବି କରାଯାଇଛି।

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନିଲାଥର ଗ୍ରାମର ଚନ୍ଦ୍ର ସତ୍ୟନାରୟଣ । ସେ ଜାପାନିଜ ମ୍ୟାଜାକି କିସମର ଆମ୍ଭ ଚାଷ କରି ବର୍ତ୍ତମାନ ଅଂଚଳରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାପାନିଜ ମ୍ୟାଜାକି ପ୍ରଜାତିର ଆମ୍ବର ମାର୍କେଟ ମୂଲ୍ୟ କେଜି ପ୍ରତି ପ୍ରାୟ ୨.୫ ରୁ ୩ ଲକ୍ଷ ଟଙ୍କା। ବହୁ ଔଷଧୀୟ ଗୁଣ ସହ ଭିଟାମିନ ଏବଂ ବିଟାକାରୋଟିନ, ଫଲିକ ଏସିଡ ଓ ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ଥିବାରୁ ଏହି ଆମ୍ବର ମୂଲ୍ୟ ଅଧିକ ।

ତେବେ ୩ ବର୍ଷ ତଳେ ନିଜର ଜଣେ ସାଙ୍ଗ ଠାରୁ ଏହି ଆମ୍ବ ଗଛ ବିଷୟରେ ଜାଣିବା ପରେ ବାଙ୍ଗଲାଦେଶରୁ ମଗାଇ ନିଜ ଫାର୍ମରେ ଲଗାଇଥିଲେ ଚନ୍ଦ୍ର ସତ୍ୟନାରାୟଣ । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ଫଳିଛି । କେବଳ ମ୍ୟାଜାକି ନୁହଁ ଆଇସ ବକ୍ସ କିସମର ଆମ୍ବ ମଧ୍ୟ ଚାଷ କରିଛନ୍ତି ଚନ୍ଦ୍ର ସତ୍ୟନାରାୟଣ । ୩ ବର୍ଷ ଯାଏଁ ଏହି ଆମ୍ବକୁ ସଙ୍ଗୃହିତ କରାଯାଇ ରଖିହେବ।

ଅନ୍ୟପଟେ ଫାର୍ମରେ ବିଦେଶୀ ଆମ୍ବ ଫଳାଇ ଏବେ ଚିନ୍ତାରେ ସତ୍ୟନାରୟଣ। କାରଣ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବକୁ ବଜାରରେ କେମିତି ବିକ୍ରି କରିବେ ଏବଂ ଉଚିତ ମୂଲ୍ୟ ପାଇବେ, ତାହା ବର୍ତ୍ତମାନ ତାଙ୍କ ପାଇଁ ସବୁଠୁ ବଡ ପ୍ରଶ୍ନ ପାଲଟି ଥିବା ବେଳେ ଉଦ୍ୟାନ କୃଷି ବିଭାଗ ଅଧିକାରୀ କହିଛନ୍ତି ଫଳର ମାର୍କେଟିଙ୍ଗ ପାଇଁ ବ୍ୟବସ୍ଥା କରାଯିବ।

ଏହି ଭଳି ଚାଷ ଆଗାମୀ ଦିନରେ ଅନ୍ୟ ଚାଷୀ ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିବା ସହ ଚାଷର ଏକ ନୂତନ ସ୍ୱରୂପ ଭାବେ ପରିଚୟ ସୃଷ୍ଟି କରିବ ନିଶ୍ଚିତ।

Pritiparna

Recent Posts

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

7 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

22 mins ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

42 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

56 mins ago

ଆଜି ଏନଡିଏ ସାଂସଦଙ୍କ ବୈଠକ, ସାମିଲ ହେବେ ଓଡ଼ିଶା ନବନିର୍ବାଚିତ ୨୦ ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଏନଡିଏ ନେତାଙ୍କ…

1 hour ago

ରାଜ୍ୟରେ କଲବଲ କରୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ…

1 hour ago