୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା ଚାକିରିଆଙ୍କୁ ସରକାରଙ୍କ ଉପହାର, ଆସନ୍ତା ମାସରୁ ଏତିକି ଅଧିକ ମିଳିବ ଦରମା

ବେସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ମୋଦି ସରକାର ବେସରକାରୀ ଚାକିରି କରୁଥିବା ଲୋକଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର। ଯଦି ଆପଣଙ୍କୁ ପ୍ରତ୍ୟେକ ମାସରେ ୨୧ ହଜାର ଦରମା ମିଳୁଛି, ତା’ ହେଲେ ଏହି ମାସଠାରୁ ଆପଣଙ୍କ ଦରମା ବଢ଼ିଯିବ ବୋଲି ଜାଣି ରଖନ୍ତୁ। ଏହି ନିଷ୍ପତ୍ତି ୧ ଜୁଲାଇରୁ ଲାଗୁ ହୋଇଗଲାଣି। କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇ) ଯୋଜନାରେ କେନ୍ଦ୍ର ସରକାର କର୍ମଚାରୀମାନଙ୍କର ଅଂଶଦାନରୁ କାଟ୍ କରୁଛନ୍ତି। ଖାସ୍ କଥା ହେଲା ଏହି ବିଯୋଗ ବା କାଟ୍ ପରେ କର୍ମଚାରୀଙ୍କୁ ଅଗଷ୍ଟ ମାସରୁ ଅଧିକ ଦରମା ମିଳିବ।

ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ହେବ ଲାଭ

ବର୍ତ୍ତମାନ ପର୍ଯ୍ୟନ୍ତ ଇଏସ୍ଆଇ ହ୍ରାସ ୬.୫ ପ୍ରତିଶତ କଟୁଥିଲା। ଏହି ବିଯୋଗରେ ୧.୭୫ ପ୍ରତିଶତ ଭାଗ କର୍ମଚାରୀଙ୍କର ଏବଂ ୪.୭୫ ପ୍ରତିଶତ ଭାଗ ନିଯୁକ୍ତିଦାତା ବା କମ୍ପାନୀର ରହୁଥିଲା। ସରକାର ଏହି କାଟକୁ ହ୍ରାସ କରି ୪ ପ୍ରତିଶତ କରିଦେଇଛନ୍ତି।

ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ଭାଗରୁ ୦.୭୫ ପ୍ରତିଶତ ଅଂଶଦାନରୁ କାଟ୍ ହେବ ଏବଂ ନିଯୁକ୍ତିଦାତାଙ୍କୁ ୩.୨୫ ପ୍ରତିଶତ ଦେବାକୁ ପଡ଼ିବ। ଏହାର ଅର୍ଥ ହେଲା କର୍ମଚାରୀଙ୍କ ଦରମାରେ ସିଧା ୧ ପ୍ରତିଶତ ବଢ଼ିଯିବ। ଯେଉଁମାନଙ୍କୁ ୨୧ ହଜାର ଟଙ୍କା ଦରମା ପ୍ରତିମାସରେ ମିଳୁଛି, ସେମାନଙ୍କୁ ୧ ପ୍ରତିଶତ ହିସାବରେ ପାଖାପାଖି ୨୧୦ ଟଙ୍କାର ଲାଭ ମିଳିବ।

ଏହାସହ ପଢ଼ନ୍ତୁ : ପାନ କାର୍ଡ ହେଉ କିମ୍ବା ଆଧାର ନମ୍ବର, କାହା ସହିତ ବି ଫାଇଲ୍ କରାଯାଇପାରେ ଆୟକର ରିଟର୍ଣ୍ଣ

ଏହି ପରିବର୍ତ୍ତନରେ କେତେ କର୍ମଚାରୀ ହେବେ ଲାଭବାନ୍

ଦେଶର ସମସ୍ତ ବେସରକାରୀ କମ୍ପାନୀରେ କାମ କରୁଥିବା ପାଖାପାଖି ୩ କୋଟି ୬୦ ଲକ୍ଷ ଚାକିରିଆଙ୍କୁ ଏହି ଲାଭ ମିଳିବ। କମ୍ପାନୀଗୁଡ଼ିକୁ ବି ଲାଭ ମିଳିବ। ଏବେ ସେମାନଙ୍କୁ ବୀମାରେ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଜାଣନ୍ତୁ କ’ଣ କ’ଣ ଲାଭ ରହିଛି ଏହି ସ୍କିମରେ

  • ଯେ କେହି ବି କର୍ମଚାରୀ ୬ ମାସ ଚାକିରି ପରେ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଚିକିତ୍ସା କରାଇ ପାରିବେ।
  • କର୍ମଚାରୀଙ୍କ ଉପରେ ନର୍ଭର କରୁଥିବା ସ୍ତ୍ରୀ, ପିଲା, ବାପା, ମା’ ମଧ୍ୟ ଏହାଦ୍ବାରା ଚିକିତ୍ସିତ ହେବେ, ଯେଉଁଠି କର୍ମଚାରୀଙ୍କ ଦରମା ୯୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିବ।
  • ବର୍ତ୍ତମାନ ଇଏସ୍ଆଇ କୌଣସି ବି କର୍ମଚାରୀଙ୍କ ଚିକିତ୍ସା ଲାଗି ୮୭.୫ ପ୍ରତିଶତ ବ୍ୟୟ କରୁଛି। ବାକି ୧୨.୫ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ଉଠାଉଛନ୍ତି।
  • ମହିଳା କର୍ମଚାରୀମାନଙ୍କୁ ୨୬ ସପ୍ତାହ ଯାଏ ମାତତ୍ବଜନିତ ଲାଭ ମିଳିଥାଏ ଅର୍ଥାତ୍ ସେମାନେ ଅଫିସ୍ ନ ଗଲେ ମଧ୍ୟ ପୂରା ଦରମା ମିଳିବାର ବ୍ୟବସ୍ଥା ରହିଛି।
  • ଯଦି କର୍ମଚାରୀ ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ହୋଇଥିବେ, ତା’ହେଲେ ତାଙ୍କୁ ମୋଟ ଦରମାରେ ୯୦ ପ୍ରତିଶତ ଦେବାର ବ୍ୟବସ୍ଥା ରହିଛି।
  • କର୍ମଚାରୀ ବେରୋଜଗାରିଆ ହେଲେ, ନୂଆ ଚାକିରି ମିଳିବା ଯାଏ ଏହି ଭତ୍ତା ଦିଆଯାଇଥାଏ। ନଗଦ ଅର୍ଥ ତାଙ୍କ ଆକାଉଣ୍ଟରେ ଜମା କରାଯାଏ।

କେଉଁ କର୍ମଚାରୀଙ୍କୁ ମିଳେ ଇଏସ୍ଆଇ ଲାଭ

ଇଏସ୍ଆଇ ଯୋଜନାର ଲାଭ ସେହି କର୍ମଚାରୀମାନଙ୍କୁ ମିଳେ, ଯେଉଁମାନଙ୍କ ଦରମା ୨୧ ହଜାର ଟଙ୍କାଠାରୁ କମ୍ ଏବଂ ଯିଏ ପ୍ରାୟ ୧୦ଜଣ କର୍ମଚାରୀ କାମ କରୁଥିବା କମ୍ପାନୀରେ ଚାକିରି କରୁଥିବ। ଏଠାରେ ଜଣାଇ ଦେଉଛୁ, ୨୦୧୬ ପର୍ଯ୍ୟନ୍ତ ଏହି ଆୟ ୧୫ ହଜାର ଟଙ୍କା ଥିଲା, ଯାହାକୁ ୧ ଜାନୁୟାରୀ ୨୦୧୭ରୁ ବଢ଼ାଇ ୨୧ ହଜାର କରି ଦିଆଯାଇଛି। ୨୦୧୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଇଏସ୍ଆଇର ୨.୧ କୋଟି ବୀମାଭୁକ୍ତ ସଦସ୍ୟ ଥିଲେ ଏବଂ ପାଖାପାଖି ୬ କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବାର ଲାଭ ମିଳୁଥିଲା।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

18 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

20 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

53 mins ago