ବ୍ୟବସାୟ ଓ ଅର୍ଥନୀତି

ଧ୍ୟାନ ଦିଅନ୍ତୁ…, ବଦଳିଗଲା ରେଲୱେର Helpline ନମ୍ବର, ଏବେ ବାସ୍‌ ଡାଏଲ କରିବାକୁ ହେବ ୧୩୯

ଏବେ ଆପଣଙ୍କୁ ରେଲେଓ୍ଵ ସମ୍ବନ୍ଧିତ କୌଣସି ବି ପ୍ରକାର ଅଭିଯୋଗ କିମ୍ବା ସୂଚନା ଜାଣିବାକୁ ହେଲେ କେବଳ ଗୋଟିଏ ହିଁ ନମ୍ବର ଡାଏଲ କରିବାକୁ ପଡ଼ିବ। ତାହା ହେଉଛି, ‘୧୩୯’। କହି ରଖୁଛୁ, ରେଲେଓ୍ଵ ନିଜ ହେଲ୍ପଲାଇନ୍‌ ନମ୍ବର ବଦଳାଇ ଦେଇଛି। ଏଣିକି ଆପଣ ଭ୍ରମିତ ନ ହୋଇ ୧୩୯ ନମ୍ବରକୁ ଡାଏଲ କରି ସମସ୍ତ ସୂଚନା ଏବଂ ସୁବିଧା ପାଇପାରିବେ।

ରେଲେଓ୍ଵ କହିଛି, ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଲେଓ୍ଵ ବିଭିନ୍ନ ହେଲ୍ପଲାଇନ ନମ୍ବରକୁ ଏକାଠି ମିଶାଇ ଦେଇଛି, ଅର୍ଥାତ୍‌ ଏତେଗୁଡ଼ିଏ ନ ରଖି କେବଳ ଗୋଟିଏ ହିଁ ରଖିଛି। ସମସ୍ତ ମହଜୁଦ ହେଲ୍ପଲାଇନ ନମ୍ବର ଜାଗାରେ ଏବେ ସିଙ୍ଗଲ୍‌ ନମ୍ବର ୧୩୯ ଜାରି କରାଯାଇଛି, ଯଦ୍ଦ୍ଵାରା ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ ରଖିବା ଏବଂ ରେଲେଓ୍ଵ ସହିତ ଯୋଡ଼ି ହେବା ସହଜ ହୋଇପାରିବ।

ରେଲେଓ୍ଵ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଜୋନାଲ୍‌ ରେଲେଓ୍ଵ ୧୩୯ ବ୍ୟତୀତ ଏବେ କୌଣସି ବି ନୂଆ ହେଲ୍ପଲାଇନ ନମ୍ବର ବା ଅଭିଯୋଗ ନମ୍ବର ଜାରି କରିବ ନାହିଁ। ନୂଆ ନମ୍ବର ରେଳ ଯାତ୍ରୀମାନଙ୍କୁ ସବୁ ପ୍ରକାର ସେବା ପ୍ରଦାନ କରିବ। ଯାତ୍ରୀମାନେ ନିଜ ସୁରକ୍ଷା, ଅଭିଯୋଗ, ଖାଦ୍ୟପେୟ ଏବଂ ସତର୍କତା ପାଇଁ ୧୩୯ ଡାଏଲ କରିପାରିବେ।

ରେଲେଓ୍ଵ ଦ୍ୱାରା ଜାରି ଟ୍ଵିଟ୍‌ରେ କୁହାଯାଇଛି, ୧୩୯ ନମ୍ବର ବିଭିନ୍ନ ଭାଷାରେ ଉପଲବ୍ଧ ହେବ ଏବଂ ଏହା IVRS (Interactive Voice Response System) ଉପରେ ଆଧାରିତ ରହିବ। ସମସ୍ତ ମୋବାଇଲ୍‌ ଫୋନ୍‌ ଉପଭୋକ୍ତା ଏହି ନମ୍ବରକୁ କଲ୍‌ କରିପାରିବେ। ଏହି ନମ୍ବରରେ ଯାତ୍ରୀମାନେ ଟ୍ରେନ୍‌ ସମ୍ବନ୍ଧିତ ଜରୁରୀ ତଥ୍ୟ, ପିଏନ୍‌ଆର୍‌ ସ୍ଥିତି, ଟିକେଟ(ସାମାନ୍ୟ ଏବଂ ତତ୍କାଳ) ଉପଲବ୍ଧତା, ଟ୍ରେନ୍‌ ଆଗମନ, ପ୍ରସ୍ଥାନ, ଆରକ୍ଷଣ ସମ୍ବନ୍ଧିତ ପଚରାଉଚରା ପାଇଁ ଏକ ମେସେଜ ପଠାଇ ତଥ୍ୟ ହାସଲ କରିପାରିବେ। କେବଳ ଏତିକି ନୁହେଁ, ବାତିଲ ଏବଂ ଶେଡ୍ୟୁଲ ଟ୍ରେନ, ସିଟ୍‌ ଉପଲବ୍ଧତା, ଟିକେଟ ରଦ୍ଦ କରିବା, ଭଡ଼ା, ଗନ୍ତବ୍ୟ ଚେତାବନୀ, େଓ୍ଵକ୍‌ଅପ କଲ୍‌ ସହିତ ଅନ୍‌-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧିତ ସୂଚନା ମଧ୍ୟ ଏହା ଜରିଆରେ ମିଳିପାରିବ।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

3 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

18 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

37 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

53 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago