ଧ୍ୟାନ ଦିଅନ୍ତୁ…, ବଦଳିଗଲା ରେଲୱେର Helpline ନମ୍ବର, ଏବେ ବାସ୍ ଡାଏଲ କରିବାକୁ ହେବ ୧୩୯
ଏବେ ଆପଣଙ୍କୁ ରେଲେଓ୍ଵ ସମ୍ବନ୍ଧିତ କୌଣସି ବି ପ୍ରକାର ଅଭିଯୋଗ କିମ୍ବା ସୂଚନା ଜାଣିବାକୁ ହେଲେ କେବଳ ଗୋଟିଏ ହିଁ ନମ୍ବର ଡାଏଲ କରିବାକୁ ପଡ଼ିବ। ତାହା ହେଉଛି, ‘୧୩୯’। କହି ରଖୁଛୁ, ରେଲେଓ୍ଵ ନିଜ ହେଲ୍ପଲାଇନ୍ ନମ୍ବର ବଦଳାଇ ଦେଇଛି। ଏଣିକି ଆପଣ ଭ୍ରମିତ ନ ହୋଇ ୧୩୯ ନମ୍ବରକୁ ଡାଏଲ କରି ସମସ୍ତ ସୂଚନା ଏବଂ ସୁବିଧା ପାଇପାରିବେ।
ରେଲେଓ୍ଵ କହିଛି, ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଲେଓ୍ଵ ବିଭିନ୍ନ ହେଲ୍ପଲାଇନ ନମ୍ବରକୁ ଏକାଠି ମିଶାଇ ଦେଇଛି, ଅର୍ଥାତ୍ ଏତେଗୁଡ଼ିଏ ନ ରଖି କେବଳ ଗୋଟିଏ ହିଁ ରଖିଛି। ସମସ୍ତ ମହଜୁଦ ହେଲ୍ପଲାଇନ ନମ୍ବର ଜାଗାରେ ଏବେ ସିଙ୍ଗଲ୍ ନମ୍ବର ୧୩୯ ଜାରି କରାଯାଇଛି, ଯଦ୍ଦ୍ଵାରା ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ ରଖିବା ଏବଂ ରେଲେଓ୍ଵ ସହିତ ଯୋଡ଼ି ହେବା ସହଜ ହୋଇପାରିବ।
ରେଲେଓ୍ଵ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଜୋନାଲ୍ ରେଲେଓ୍ଵ ୧୩୯ ବ୍ୟତୀତ ଏବେ କୌଣସି ବି ନୂଆ ହେଲ୍ପଲାଇନ ନମ୍ବର ବା ଅଭିଯୋଗ ନମ୍ବର ଜାରି କରିବ ନାହିଁ। ନୂଆ ନମ୍ବର ରେଳ ଯାତ୍ରୀମାନଙ୍କୁ ସବୁ ପ୍ରକାର ସେବା ପ୍ରଦାନ କରିବ। ଯାତ୍ରୀମାନେ ନିଜ ସୁରକ୍ଷା, ଅଭିଯୋଗ, ଖାଦ୍ୟପେୟ ଏବଂ ସତର୍କତା ପାଇଁ ୧୩୯ ଡାଏଲ କରିପାରିବେ।
ରେଲେଓ୍ଵ ଦ୍ୱାରା ଜାରି ଟ୍ଵିଟ୍ରେ କୁହାଯାଇଛି, ୧୩୯ ନମ୍ବର ବିଭିନ୍ନ ଭାଷାରେ ଉପଲବ୍ଧ ହେବ ଏବଂ ଏହା IVRS (Interactive Voice Response System) ଉପରେ ଆଧାରିତ ରହିବ। ସମସ୍ତ ମୋବାଇଲ୍ ଫୋନ୍ ଉପଭୋକ୍ତା ଏହି ନମ୍ବରକୁ କଲ୍ କରିପାରିବେ। ଏହି ନମ୍ବରରେ ଯାତ୍ରୀମାନେ ଟ୍ରେନ୍ ସମ୍ବନ୍ଧିତ ଜରୁରୀ ତଥ୍ୟ, ପିଏନ୍ଆର୍ ସ୍ଥିତି, ଟିକେଟ(ସାମାନ୍ୟ ଏବଂ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ଆରକ୍ଷଣ ସମ୍ବନ୍ଧିତ ପଚରାଉଚରା ପାଇଁ ଏକ ମେସେଜ ପଠାଇ ତଥ୍ୟ ହାସଲ କରିପାରିବେ। କେବଳ ଏତିକି ନୁହେଁ, ବାତିଲ ଏବଂ ଶେଡ୍ୟୁଲ ଟ୍ରେନ, ସିଟ୍ ଉପଲବ୍ଧତା, ଟିକେଟ ରଦ୍ଦ କରିବା, ଭଡ଼ା, ଗନ୍ତବ୍ୟ ଚେତାବନୀ, େଓ୍ଵକ୍ଅପ କଲ୍ ସହିତ ଅନ୍-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧିତ ସୂଚନା ମଧ୍ୟ ଏହା ଜରିଆରେ ମିଳିପାରିବ।
One Number for every service
139
Dial Rail Madad helpline for all your queries.Helplines like 182 & 138 have been merged into 139.
For security, assistance,information, complaint,enquiry or any other concern, Dial #139.#OneRailOneHelpline139 pic.twitter.com/1f94MbNESw— Ministry of Railways (@RailMinIndia) March 7, 2021