ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମହାଶିବରାତ୍ରିରେ କରନ୍ତୁ ଏହି ଖାସ୍‌ ପୂଜା

ଚଳିତବର୍ଷ ମାର୍ଚ୍ଚ ୧୧ରେ ପଡ଼ୁଛି ମହାଶିବରାତ୍ରି। ଏହି ଦିନ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ। ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ସୃଷ୍ଟି ଆରମ୍ଭ ହୋଇଥିଲା। ଏଥିସହ ମାତା ପାର୍ବତୀ ଓ ଶିବଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ବିଭିନ୍ନ କଥା ପ୍ରଚଳିତ ଅଛି। ତେବେ ଆପଣ ବି ଯଦି ଶିବ ପାର୍ବତୀଙ୍କ ଭଳି ପ୍ରେମ ଚାହୁଁଛନ୍ତି ତେବେ ଏହି ଦିନ କିଛି ଉପାୟ ଆପଣାଇପାରିବେ। ଏହି ଉପାୟ ଆପଣାଇଲେ ଆପଣଙ୍କ ବିବାହ ଶୀଘ୍ର ହେବ।

  • ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଶିବରାତ୍ରିରେ ଶିବ ଓ ପାର୍ବତୀଙ୍କ ମୂର୍ତ୍ତି ଥିବା ମନ୍ଦିରକୁ ଯାଆନ୍ତୁ। ମନ୍ଦିରରେ ଏକାଠି ଶିବ ପାର୍ବତୀଙ୍କୁ ପୂଜା କରନ୍ତୁ।
  • ମହାଶିବରାତ୍ରି ଦିନ ଲାଲ ରଙ୍ଗର ପୋାଷକ ପିନ୍ଧି ମନ୍ଦିରକୁ ଯାଆନ୍ତୁ। ଏହା ପରେ ମା’ପାର୍ବତୀଙ୍କୁ ଶଙ୍ଖା, ସିନ୍ଦୁର, ଅଳତା ଆଦି ସଧବାଙ୍କ ବସ୍ତୁ ଅର୍ପଣ କରି ପ୍ରାର୍ଥନା କରନ୍ତୁ।
  • ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାମଚରିତ ମାନସର ଏକ ଚୌପାଇ ‘ତୋ ଭଗବାନୁ ସକଲ ଉର ବାସୀ…’ଜପ କରନ୍ତୁ। ଦେଖିବେ ଆପଣ ଚାହୁଁଥିବା ବ୍ୟକ୍ତି ନିଜ ଆଡ଼ୁ ପ୍ରସ୍ତାବ ନେଇ ଆପଣଙ୍କ ଘରକୁ ଆସିବ।