Below header

ପୋଲିସ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତ, ମାଓ ଦମନ ଅପରେସନ ନେଇ କଲେ ଆଲୋଚନା

ମାଲ୍କାନଗିରି (କେନ୍ୟୁଜ) : ପୋଲିସ ଡିଜି ଅଭୟ ଆଜି ନକ୍ସଲ ଉପଦ୍ରୁତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତ କରିଛନ୍ତି ।  ମାଓ ପ୍ରବଣ ଅଞ୍ଚଳ ବଣ୍ଡାଘାଟିରେ ପୋଲିସ DG ଅଭୟଙ୍କ ସହ ପହଞ୍ଚିଥିଲେ ୩ ଜଣିଆ ଟିମ୍‌। ବଣ୍ଡା ମହିଳାମାନେ ପାରମ୍ପରିକ ବେଶ ପୋଷକ ରେ ଡିଜିପି ଙ୍କ ଟିମ୍‌ କୁ ସ୍‌ୱାଗତ କରିଥିଲେ। ଡିଜିପି ବଣ୍ଡା ମହିଳା ଙ୍କ ସହ ସେମାନଙ୍କ ସମସ୍ଯା ନେଇ ଆଲୋଚନା କରିବା ସହ ମହିଳାମାନଙ୍କୁ କମ୍ବଳ ଓ ଶାଢ଼ୀ ବଣ୍ଟନ କରିଛନ୍ତି। ଡିଜି ସେଠାରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି।

ଏହା ପରେ ଡିଜିପି ବିଏସଏଫ କ୍ଯାମ୍ପ ରେ ମାଓ ଦମନ ନେଇ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି। ବଣ୍ଡା ଘାଟିକୁ କିଭଳି ସଂପୂର୍ଣ୍ଣ ମାଓ ମୁକ୍ତ କରାଯିବ ସେନେଇ BSF ଯବାନ ଓ ଜିଲ୍ଲା ପୋଲିସଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ମାଲକାନଗିରି ଏସ୍ପି, ବିଏସଏଫ କମଣ୍ଡେଣ୍ଟ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଡିଜିପି ଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଏସଓଜି କମଣ୍ଡେଣ୍ଟ ଅନିରୁଦ୍ଧ ସିଂ ବୈଠକରେ ଉପସ୍ଥିତ ଥିଲେ।

dg

ପ୍ରଥମ ଥର ପାଇଁ ଡିଜିପି ଙ୍କ ଏତେ ବଡ ଟିମ୍‌ ଦେଖି ବଣ୍ଡା ଜନଜାତି ବେଶ ଖୁସି ହେବ ସହ ପୋଲିସ ଟିମ୍‌ କୁ ଧନ୍ଯବାଦ ଦେଇଛନ୍ତି। ଗତ ମାସକ ମଧ୍ୟରେ ବଣ୍ଡା ଘାଟିର 2 ଟି ବିଏସଏଫ କ୍ଯାମ୍ପ ପ୍ରତିଷ୍ଠା ହୋଇଛି। ସମୀକ୍ଷା ପରେ ପୋଲିସ ଡିଜି କହିଛନ୍ତି ବଣ୍ଡା ଘାଟି ଓ ସ୍‌ୱାଭିମାନ ଅଞ୍ଚଳରେ ବିକାଶ କୁ ତ୍ୱରାନ୍‌ୱିତ କରିବା ସହ ଯେଉଁ ଅଞ୍ଚଳରେ ମାଓ ଗତିବିଧି ରହିଛି ତାହା ଉପରେ ପୋଲିସ ନଜର ରଖିଛି।

ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଆହ୍ଵାନ୍‌ ଦେଇଛନ୍ତି । ଗତ ମାସକ ମଧ୍ୟରେ ବଣ୍ଡା ଘାଟିରେ ୨ଟି BSF କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବୈଠକରେ ମାଲକାନଗିରି ଏସ୍‌ପି, BSF କମାଣ୍ଡାଣ୍ଟ , ଏସ୍‌ଓଜି କମାଣ୍ଡାଣ୍ଟ, ଆଇଜି ଅପରେସନ୍‌ ଓ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।  ମାଲକାନଗିରି ଓ କୋରାପୁଟ ପରେ ପୋଲିସ ଡିଜି ଅଭୟ ଆଜି ରାୟଗଡ଼ା ଜିଲ୍ଲାରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ନିୟମଗିରି ଅଞ୍ଚଳ ସମେତ ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ଚନ୍ଦ୍ରପୁର ଅଞ୍ଚଳରେ କିପିରି ମାଓ ଦମନ କରାଯିବ ସେନେଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ମାଓ ମୁକାବିଲା କମ୍ବିଂ ଓ ସର୍ଚ୍ଚ ଅପରେସନ ଜୋରଦାର କରିବାକୁ କହିଛନ୍ତି । ଗସ୍ତ ସମୟରେ ତାଙ୍କ ସହିତ ଆଇଜି ଅପରେସନ ରାଧାକୃଷ୍ଣ ଶର୍ମା, ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ସାମିଲ ଥିଲେ ।

fire vehicle

ଡିଜିଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି 

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ଏକ ଅଗ୍ନିଶମ ଗାଡ଼ି ଓଲଟି ୫ ଆହତ ହୋଇଥିବାର ଖବର ମିଳିଛି। ଆଜି ବଣ୍ଡା ଘାଟିର ମୁଦୁଲିପଡ଼ାରେ ପୁଲିସ ଡିଜିଙ୍କ ଗସ୍ତ ଥିବାରୁ ସେଠାକୁ କୁଡୁମୁଳୁଗୁମ୍ମାର ଅଗ୍ନିଶମ ବିଭାଗର ଗାଡ଼ି ଯାଉଥିଲା । ତେବେ ଅଗ୍ନିଶମ ବିଭାଗର ଗାଡ଼ି ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଟରେ ଓଲଟି ପଡ଼ିଥିଲା। ଏଥିରେ ୫ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଥିବା ବେଳେ ସେଥିମଧ୍ୟରୁ ୪ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ମନୋଜ କୁମାର ସେଠୀ, ଉମାଶଙ୍କର ନାୟକ, ସାରଙ୍ଗଧର ହାତୀ ଓ ପ୍ରକାଶ ଚନ୍ଦ୍ର ନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.