ଆପଣ ନିଜ ଗାଡିରେ ପେଟ୍ରାଲ ପକାଇ ଖର୍ଚ୍ଚାନ୍ତ ହୋଇଗଲେଣି କି ? କିମ୍ବା ପେଟ୍ରୋଲ ପମ୍ପରେ ଲାଇନରେ ଠିଆ ହୋଇ ବିରକ୍ତି ହୋଇଗଲେଣି କି ? ଯଦି ହଁ, ତେବେ ଆପଣଙ୍କୁ ଏହି ସବୁ ସମସ୍ୟାରୁ ରକ୍ଷା କରିବାକୁ ଆସିଯାଇଛି ଇଲେଟ୍ରିକ ସ୍କୁଟର। ଏଥିପାଇଁ ନା ଆପଣଙ୍କୁ ପେଟ୍ରୋଲ ପକାଇବା ପଡିବ ନା ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରେ ଲାଇନ ଲଗାଇବାକୁ ପଡିବ। ତେବେ ଆପଣମାନଙ୍କର ହିରୋ ଆଣିଦେଇଛି ଏହି ସୁଯୋଗ। ହିରୋ ଇଲେଟ୍ରିକ ତାର ନୂଆ ଇଲେକଟ୍ରୋନିକ ସ୍କୁଟର ଲଞ୍ଚ କରିଛି। କମ୍ପାନୀ ଏହାର ନାମ ‘Dash’ ରଖିଛି। ଏହାର ମୂଲ୍ୟ ହିଁ ସ୍କୁଟରର ବିଶେଷତ୍ୱ। ଏହାସହିତ ଏକ୍ସଡେଣ୍ଡଣ୍ଟ ରେଞ୍ଜ (ER) ଭାରିଏଣ୍ଟ ଅପ୍ଟିମା ଏବଂ Nyx ରହିଛି। Hero Optima ER ର ମୂଲ୍ୟ ୬୮,୭୨୧ ଟଙ୍କା ରହିଥିବା ବେଳେ Hero Nyx ER ର ଦାମ ୬୯,୭୫୪ ଟଙ୍କା ରହିଛି।
ନୂଆ ହିରୋ ଡାସର ବ୍ୟାଟେରୀ କ୍ଷମତା । ଏହା ସହିତ ଫାଷ୍ଟ ଚାର୍ଜ ଟେକନୋଲଜି ମଧ୍ୟ ଏଥିରେ ରହିଛି। ଏହି ସ୍କୁଟର ଫୁଲ ଚାର୍ଜ ହେବାକୁ ମାତ୍ର ୪ ଘଣ୍ଟା ସମୟ ନେଇଥାଏ। ଥରେ ଫୁଲ ଚାର୍ଜ ହେବା ମାତ୍ରେ ଏହା ୬୦ କିମି ପର୍ୟ୍ୟନ୍ତ ଯାଇପାରେ।
ଏହି ଇଲେଟ୍ରିକ ସ୍କୁଟରରେ ଏଲଇଡି ହେଡଲାଇଟ ସହିତ ଡିଆରଏଲଏସ, ଡିଜିଟାଲ ଇଷ୍ଟରୁମେଣ୍ଟ କ୍ଲଷ୍ଟର, ୟୁଏସବି ମୋବାଲ ଚାର୍ଜ ପୋର୍ଟ, ଟ୍ୟୁବଲେସ ଟାୟାର୍ସ, ଡୁଆର ଟୋନ ବଡି କଲର ଓ ଗ୍ରାଫିକ୍ସ ଏବଂ ରିମୋଟ ବୁଡ ଡିକି ଭଳି ଫିଚର୍ସ ରହିଛି। ଯେଉଁଲୋକମାନେ ପ୍ରତିଦିନ ଅଫିସ କିମ୍ବା କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ବାଇକ ଏବଂ ସ୍କୁଟି ବ୍ୟବହାର କରୁଛନ୍ତି ସେମାନେ ଏହି ସ୍କୁଟରର ବ୍ୟବହାର କରିବା ଦ୍ୱାରା ବର୍ଷକୁ ୧ ଲକ୍ଷ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ବୋଲି କମ୍ପାନୀ ଦାବି କରିଛି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…