ବ୍ୟବସାୟ ଓ ଅର୍ଥନୀତି

ଆପଣ କେତୋଟି ବ୍ୟାଙ୍କରେ ଆକାଉଣ୍ଟ ରଖିପାରିବେ ? ଜାଣନ୍ତୁ କଣ ରହିଛି ନିୟମ

ଆର୍ଥିକ ନେଣଦେଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହା ସହ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପାଖରେ ଏକ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ପାଖରେ ସର୍ବାଧିକ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ? ଏଥିପାଇଁ ମଧ୍ୟ ସରକାରଙ୍କର ନିୟମ ରହିଛି ।

ବ୍ୟାଙ୍କରେ ବିଭିନ୍ନ ପ୍ରକାରର ଆକାଉଣ୍ଟ ଖୋଲାଯାଇଥାଏ ଯେପରିକି ସେଭିଙ୍ଗସ ଅକାକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସାଲାରୀ ଆକାଉଣ୍ଟ ଏବଂ ଜଏଣ୍ଟ ଆକାଉଣ୍ଟ ଇତ୍ୟାଦି । ତେବେ ଲୋକମାନେ ମୁଖ୍ୟତଃ ସେଭିଙ୍ଗସ ଅକାକାଉଣ୍ଟକୁ ପ୍ରାଧାନ୍ୟ ଦେଇଥାନ୍ତି । ଏଥିରେ ସାଧାରଣତଃ ପୁଞ୍ଜି ଜମା ରଖିବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ, ଏବଂ ଏଥିରେ ବ୍ୟାଙ୍କ ତରଫରୁ ସୁଧ ମଧ୍ୟ ଦେଇଥାଏ । ସେହିପରି ବ୍ୟବସାୟ କିମ୍ବା ଅଧିକ ଟ୍ରାଞ୍ଜାକ୍ସନ କରୁଥିବା ବ୍ୟକ୍ତି କରେଣ୍ଟ ଆକାଉଣ୍ଟ ଖୋଲିଥାନ୍ତି । ଏହାବ୍ୟତୀତ ମାସିକ ଦରମା ପାଉଥିବା ବ୍ୟକ୍ତିଙ୍କ ପାଇଁ ସାଲାରୀ ଆକାଉଣ୍ଟ ଖୋଲା ଯାଇଥାଏ । ତେବେ ଏହି ଆକାଉଣ୍ଟ ଗୁଡିକର ମଧ୍ୟ ଭିନ୍ନ ଭିନ୍ନ ଫାଇଦା ରହିଥାଏ । ତେବେ ନିୟମିତ ଦରମା ଆସୁଥିବାରୁ ଏହି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମଧ୍ୟ ରଖିବାକୁ ପଡିନଥାଏ । ତେବେ ଅଫିସ ବଦଳାଇବା ସମୟରେ ଆପଣ ଏହାକୁ ବନ୍ଦ କରିପାରିବେ ।

ତେବେ ଯଦି ଜଣେ ବ୍ୟକ୍ତିଙ୍କ ନାଁ ଥିବା ବ୍ୟାଙ୍କ ଆକାଉଣ୍ଟର ସଂଖ୍ୟା ବିଷୟରେ କୁହାଯାଏ, ତେବେ ସରକାରଙ୍କ ପକ୍ଷରୁ ସେ ନେଇ କୌଣସି ନିର୍ଦ୍ଧାରିତ ସଂଖ୍ୟା ଧାର୍ଯ୍ୟ ହୋଇ ନାହିଁ । ନିଜ ଆବଶ୍ୟକତା ଅନୁସାରେ, ଜଣେ ବ୍ୟକ୍ତି ଏକାଧିକ ଆକାଉଣ୍ଟ ଖୋଲିପାରିବେ । ତେବେ ଅର୍ଥ ବିଶେଷଜ୍ଞଙ୍କ ଅନୁସାରେ, ୩ରୁ ଅଧିକ ସେଭିଙ୍ଗ ଆକାଉଣ୍ଟ ନ ଖୋଲିବା ପାଇଁ ପରାମର୍ଶ ଦେଉଛନ୍ତି । କାରଣ ଏ ସମସ୍ତ ଆକାଉଣ୍ଟକୁ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଖାତାରେ ସବନିମ୍ନ ରାଶି ରହିବା ଆବଶ୍ୟକ ହୋଇଥାଏ । ସେହିପରି କିଛି ସମୟ ଆକାଉଣ୍ଟ ବ୍ୟବହାର କରା ନ ଗଲେ ଏହି ଆକାଉଣ୍ଟ ନିଷ୍କ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜଣେ ବ୍ୟକ୍ତି ନିଜ ଆବଶ୍ୟକତା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ ।

Pritiparna

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

6 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

31 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

35 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

37 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

43 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

55 mins ago