ମନୋରଂଜନ

ହିନ୍ଦୀ ଭାଷାରେ ରିଲିଜ ହେବ ମାଲାୟଲମ ଫିଲ୍ମ ‘୨୦୧୮’, ବକ୍ସ ଅଫିରେ ୪୦ କୋଟି ବିଜନେସ

କେନ୍ୟୁଜ୍‌(ବ୍ୟୁରୋ): ହିନ୍ଦୀ ଭାଷାରେ ରିଲିଜ ହେବ ମାଲାୟଲମ ଫିଲ୍ମ ‘୨୦୧୮’ । ଗତ ମେ ୫ ତାରିଖରେ ଏହି ଫିଲ୍ମ କେରଳର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମଟି ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ । ଫିଲ୍ମର କାହାଣୀଠୁ ଆରମ୍ଭ କରି ନିର୍ଦ୍ଦେଶନା ବେଶ ଅଧିକ ପ୍ରଶଂସା ସାଉଁଟୁଛି । ଏପରିକି ଏହି ସିନେମାର କଳାକାର ମାନଙ୍କ ଅଭିନୟ ଦର୍ଶକଙ୍କ ମନକ୍‌ୁ ଅଧିକ ମାତ୍ରାରେ ଛୁଇଁ ପାରିଛି । ତୋବିନୋ ଥୋମାସ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

୨୦୧୮ରେ କେରଳରେ ଆସିଥିବା ବନ୍ୟାକୁ ନେଇ ଏହି ସିନେମା ନିର୍ମିତ ହୋଇଛି । ସିନେମାରେ ବନ୍ୟାର ବିକଳ ଚିତ୍ରକୁ ଦେଖା ଯାଇଛି । ବନ୍ୟାରେ କିପରି କେରଳ ବୁଡ଼ି ରହିଥିଲା ସେସବୁ ପ୍ରଦର୍ଶିତ ହୋଇଛି । ଏହାସହ ଲୋକଙ୍କୁ କିପରି ଉଦ୍ଧାର କରାଯାଇଥିଲା ଓ ସେମାନଙ୍କ ଠାରେ କିପରି ସହାୟତା ପହଁଞ୍ଚା ଯାଇଥିଲା ସିନେମାରେ ଦର୍ଶାଯାଇଛି । ଏହାସହ ଏହି ସମୟରେ ଗଣ ମାଧ୍ୟମର ଭୂମିକାକୁ ବି ଦେଖିବାକୁ ମିଳିଛି ସିନେ ପରଦାରେ । କେବଳ ଯେ ବନ୍ୟା ଆଧାରିତ କାହାଣୀ ତାହା ନୁହେଁ ସିନେମାରେ ଲଭ୍‌ ଓ ରୋମାନ୍ସ ବି ରହିଛି । ଲୋକଙ୍କ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ସଂଘର୍ଷକୁ ଦେଖିବାକୁ ମିଳିଛି । ଏହାସହ ସାହାସ ଓ ମାନବିକତାକୁ ବି ଏହି ସିନେମାରେ ଦର୍ଶାଯାଇଛି । ଏହାସହ ଏହି ସିନେମା ଅନେକ ପ୍ରେରଣା ମଧ୍ୟ ଯୋଗାଇଛି ।

ସିନେମା ହଲରେ ଟଙ୍ଗା ହୋଇଛି ହାଉସଫୁଲ ବୋର୍ଡ । ଏହାସହ ଦର୍ଶକ ଏହି ସିନେମାକୁ ଢେର ଭଲପାଇବା ଦେଇଛନ୍ତି । ପ୍ରଥମ ତିନି ଦିନରେ ପ୍ରାୟ ୯ କୋଟି ଉପରେ ବ୍ୟବସାୟ କରିଛି ଏହି ସିନେମା । ଶୁକ୍ରବାର ତଥା ରିଲିଜ ହେବାର ପ୍ରଥମ ଦିନରେ ଏହି ସିନେମା ୧.୭୫ କୋଟିର ବ୍ୟବସାୟ କରିଛି । ସେହିପରି ଦ୍ୱିତୀୟ ଦିନରେ ୩.୨୫ କୋଟିର ବ୍ୟବସାୟ କରିଥିଲା । ଏହାସହ ରବିବାର ତଥା ତୃତୀୟ ଦିନରେ ୪.୨୦ କୋଟି ଟଙ୍କାର ବ୍ୟବସାୟ କରିଛି । ଧିରେ ଧିରେ ଏହାର ବ୍ୟବସାୟରେ ବୃଦ୍ଧି ଦେଖିବାକୁ ମିଳିଛି ।

ଏହି ସିନେମାକୁ ନିର୍ମାଣରେ ପ୍ରାୟ ୧୨କୋଟି ଖର୍ଚ୍ଚ କରାଯାଇଥିବା କୁହାଯାଉଛି । ଏପରି ଭାବେ ଦେଖିଲେ ଖୁବ୍‌ କମ ବଜେଟରେ ଏହି ସିନେମାକୁ ନିର୍ମାଣ କରାଯାଇଛି । ଆଗକୁ ଏହି ସିନେମା ଆହୁରି ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜକ ସଂସ୍ଥା । ଏହି ସିନେମାକୁ ନିର୍ଦ୍ଦେଶନା ଦେଇଥିଲେ ଜୁଡ ଏନ୍ଥୋନୀ ଜୋସୋଫ । ତୋବିନୋ ଥୋମାସଙ୍କ ସହ କୁଞ୍ଚାକୋ ବୋବାନ୍‌, ଆସିଫ୍‌ ଅଲି, ଭିନେଥ୍‌ ଶ୍ରୀନିବାସନ୍‌, ଅପର୍ନା ବାଲାମୁରାଲୀ ଭଳି କଳାକାର ଏହି ସିନେମାରେ ନଜର ଆସିଛନ୍ତି ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 min ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

27 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

31 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

33 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

39 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

51 mins ago