ବ୍ୟବସାୟ ଓ ଅର୍ଥନୀତି

ଏବେ ଏଟିଏମରେ କ୍ୟାସ ଉଠାଇଲେ କେତେ ଦେବେ ଚାର୍ଜ ଓ ଟାକ୍ସ, ଜାଣନ୍ତୁ

ସାରା ଦେଶରେ ଥିବା ସମସ୍ତ ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ଏଟିଏମ ରୁ କ୍ୟାସ ଓ୍ଵିଥଡ୍ରଲ କରିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆପଣଙ୍କୁ ଗୋଟିଏ ମାସରେ ନିର୍ଦ୍ଧର୍ାରିତ ଏଟିଏମରୁ ଅଧିକ କ୍ୟାସ ଉଠାଇଲେ ଏଥିରେ ଥିବା କିଛି ସର୍ତ୍ତ ଆଡ୍‌ ହେବ। ଯାହାକି ନୂଆ କରି ଲାଗୁ ହୋଇଛି। ଏମିତିରେ ଗ୍ରାହକଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ହେବ। ଏହି ଶୁଳ୍କ ୨୦ ରୁ ୨୨ଟଙ୍କା ରହିଛି।

ସାରା ଦେଶରେ ଲୋକମାନେ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି। କେବଳ ଟଙ୍କା କାହିଁକି ସୁନା ଗହଣା ଆଦି ବି ବ୍ୟାଙ୍କ ଲକରରେ ରଖିଥାନ୍ତି। କାରଣ ଏହି ସ୍ଥାନ ଥାଏ ସବୁଠୁ ସୁରକ୍ଷିତ। ଏହାସହିତ ଟଙ୍କା ଲେଣ ଦେଣ କିମ୍ବା ଅନ୍ୟ କୌଣସି ବ୍ୟବହାର ପାଇଁ ଟଙ୍କା ଦରକାର ପଡ଼ିଲେ ଡିଜିଟାଲ ପେ ମାଧ୍ୟମରେ ସବୁ କାମ ହୋଇପାରୁଛି। ଏମିତିରେ ଓ୍ଵାଲେଟ ଚୋରି ହୋଇଗଲେ ବି କିଛି ସମସ୍ୟା ନାହିଁ। କାରଣ ଟଙ୍କା ଆପଣଙ୍କର ସବୁ ଆକାଉଣ୍ଟରେ ସେଫ୍‌ ହୋଇଥିବ।

ତେବେ ଏମିିତିରେ ଲୋକମାନେ ଦିନକୁ ଅନେକ ଥର ଏଟିଏମ ମାଧ୍ୟମରେ ଟଙ୍କା ଓ୍ଵିଥଡ୍ରଲ କରିଥାନ୍ତି। ଏହା ବାବଦରେ ବ୍ୟାଙ୍କ କିଛି ଶୁଳ୍କ ମଧ୍ୟ ନେଇଥାଏ। ତେବେ ଆଗରୁ ତ ଏହି ଶୁଳ୍କ କମ ଥିଲା। କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି।

ଏଟିଏମ ଓ୍ଵିଥଡ୍ରଲ ରେ ଫଇନାସିଆଲ ଓ ନନ୍‌ ଫାଇନାସିଆଲ ସର୍ଭିସ ସାମିଳ ରହିଛି। ଏଥିରେ ୩ ଥର ଟାଞ୍ଜାକସନ କଲେ ମାଗଣା ଥାଏ। ଏହାପରେ ଭିନ୍ନ ଭିନ୍ନ ବ୍ୟାଙ୍କ ପାଇଁ ବିଭିନ୍ନ ପ୍ରକାର ଚାର୍ଜ ଆଡ୍‌ ହୋଇଥାଏ।

ଏସବିଆଇ ଟ୍ରାଞ୍ଜାକସନ ରେ ଫ୍ରି ଲିମିଟ ରୁ ଅଧିକ ଟାଞ୍ଜାକସନ ହେଲେ ୫ଟଙ୍କାରୁ ୨୦ ଟଙ୍କାରର ଶୁଳ୍କ ନେଇଥାଏ। ଲିମିଟରୁ ଅଧିକ ରାଶି ର ଲେଣ ଦେଣ କଲେ ୧୦ ଟଙ୍କା ଚାର୍ଜ ଲାଗେ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଅତିରିକ୍ତ ବିତ୍ତୀୟ ଲେଣ ଦେଣ ପାଇଁ ଏସବିଆଇ ପ୍ରତିଥର ୨୦ ଟଙ୍କା ଚାର୍ଜ ନିଏ। ଏହାବାଦ ଜିଏସଟି ମଧ୍ୟ ଲାଗୁ ହୋଇଥାଏ। ଏହାବାଦ ଅନ୍ୟାନ୍ୟ ବ୍ୟାଙ୍କରେ ମଧ୍ୟ ତାର ନିର୍ଦ୍ଦିଷ୍ଟ ସୀମା ଅନୁଯାୟୀ ସର୍ତ୍ତ ଲାଗୁ ହୋଇଥାଏ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago