ଦେଶ ବିଦେଶ

ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପାର୍ଟିର ଭିଡିଓ ଲିକ୍‌; ମଦ ଓ ଡ୍ରଗ୍ସ ଖାଇ ଡ୍ୟାନ୍ସ କରିଥିବା ଅଭିଯୋଗ! ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଲେ ସନା ମରିନ୍‌

ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପିଏମ୍‌ ମଦ ପିଇ ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହାକୁ ନେଇ ବିରୋଧୀ ନେତାମାନେ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସନା ମରିନ୍‌ ପାର୍ଟିରେ ଡ୍ରଗ୍ସ ନେଇଛନ୍ତି। ତେଣୁ ତାଙ୍କର ଡ୍ରଗ୍ସ ଟେଷ୍ଟ୍‍ କରାଯାଉ। କିନ୍ତୁ ପିଏମ୍‌ ମରିନ୍‌ ଏହି ଅଭିଯୋଗକୁ ଖଣ୍ଡନ କରି ନିଜ ବୟାନରେ କହିଛନ୍ତି, ପାର୍ଟିରେ ସେ କେବଳ ମଦ୍ୟପାନ କରିଥିଲେ।

ମରିନ୍‌ଙ୍କ କହିବା ହେଲା, ଡ୍ରଗ୍ସ ନେବା କଥା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା। ସେ ଡ୍ରଗ୍ସ ଟେଷ୍ଟ କରାଇବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ‘ମୁଁ ନିଜ ସାଙ୍ଗମାନଙ୍କ ସହିତ ଥିଲି। ଆମେ ପାର୍ଟି କରିଥିଲୁ। ମୁଁ ଗୀତ ଗାଇଥିଲି ଏବଂ ଡ୍ୟାନ୍ସ ମଧ୍ୟ କରିଥିଲି। ମୁଁ ଆଦୌ ଡ୍ରଗ୍ସ ନେଇନାହିଁ। ମୋ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ଏହା ପ୍ରାଇଭେଟ୍‌ ଭିଡିଓ ଥିଲା। ଏହାକୁ ଏମିତି ଭାବେ ପବ୍ଲିକ୍‌ କରାଯିବାର ଉଚିତ୍‌ ନ ଥିଲା’।

photo: WION

ଏହି ଭିଡିଓକୁ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ପରେ ଭିଡିଓଟି ଭାଇରାଲ ହୋଇଥିଲା। ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛି ଜଣ ଏହାକୁ ନର୍ମାଲ ବୋଲି କହିଥିବା ବେଳେ ଆଉ କିଛି ଜଣ କହିଛନ୍ତି କି, ‘ସନା ମରିନ୍‌ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ରଖି ନାହାନ୍ତି’।

ଜଣେ ୟୁଜର ତାଙ୍କ ସମର୍ଥନରେ କହିଥିଲେ, ‘କାମ ପରେ ସେ କାହିଁକି ପାର୍ଟି କରିପାରିବେ ନାହିଁ? କ’ଣ ସେ ମଣିଷ ନୁହେଁ’? ଆଉ ଜଣେ ଲେଖିଥିଲେ, ‘କୌଣସି ପ୍ରଧାନମନ୍ତ୍ରୀଙ୍କ ଏମିତି ବ୍ୟବହାର କ’ଣ ସ୍ୱୀକାର୍ଯ୍ୟ କି? ମୋତେ ଲାଗୁଛି ନା’। କହି ରଖୁଛୁ, ୨୦୨୧, କରୋନା କାଳରେ ବି ମରିନ୍‌ ପାର୍ଟି କରୁଥିବାର ନଜର ଆସିଥିଲେ। ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago