Passport ପାଇଁ କେମିତି କରିବେ ଅନ୍‌ଲାଇନ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

ଭାରତ ସରକାର ସାଧାରଣ ଜନତାଙ୍କ ପାଇଁ ଏବେ ସବୁକିଛି ଜରୁରୀ କାଯ୍ୟର୍କୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇଛନ୍ତି। ଆର୍‌ଟିଆଇ ଫାଇଲ୍‌ କରିବାଠୁ ଆରମ୍ଭ କରି ପ୍ୟାନ୍‌ କାର୍ଡ ଯାଏ, ଏ ସମସ୍ତ କାଯ୍ୟର୍ ଅନ୍‌ଲାଇନ୍‌ ଜରିଆରେ ହୋଇପାରୁଛି। ଆଉ ଏବେ ପାସ୍‌ପୋର୍ଟ ପାଇଁ ଅନ୍‌ଲାଇନ୍‌ ଆବେଦନ କରିବା ବି ବହୁତ ସହଜ ହୋଇଯାଇଛି। ଏଣିକି ଆପଣଙ୍କୁ ଆଉ ଏଜେଣ୍ଟଙ୍କ ସାହାଯ୍ୟ ନେବାକୁ ପଡ଼ିବନି। ଆସନ୍ତୁ ଜାଣିବା ପାସ୍‌ପୋର୍ଟ ତିଆରି କରିବାର ଅନ୍‌ଲାଇନ୍‌ ପ୍ରକ୍ରିୟା ବିଷୟରେ।

୧. ପାସ୍‌ପୋର୍ଟ ସେବାର େଓ୍ଵବ୍‌ସାଇଟକୁ ଯାଆନ୍ତୁ।

୨. ନ୍ୟୁ ୟୁଜର ବକ୍ସରେ କ୍ଲିକ୍‌ କରନ୍ତୁ। ଏହା ଆପଣଙ୍କୁ ରେଜିଷ୍ଟ୍ରେଶନ ପେଜ୍‌କୁ ନେଇଯିବ।

୩. ଏବେ ପାସ୍‌ପୋର୍ଟ ସେବା େଓ୍ଵବ୍‌ସାଇଟ ଯାଆନ୍ତୁ। ଆପଣ ଯେଉଁ ସହରରେ ରହୁଛନ୍ତି, ତାହାର ପାସ୍‌ପୋର୍ଟ ଅଫିସ୍‌ ସିଲେକ୍ଟ କରନ୍ତୁ। ନିଶ୍ଚିତ ହୁଅନ୍ତୁ କି ଆପଣ ଆପଣଙ୍କ ନାଁ ଡକ୍ୟୁମେଣ୍ଟ ଅନୁସାରେ ଲେଖିଛନ୍ତି।

୪. ଯେତେବେଳେ କାମ ପୂରା ହୋଇଯିବ, ରେଜିଷ୍ଟ୍ରର୍‌ ଉପରେ କ୍ଲିକ୍‌ କରନ୍ତୁ।

୫. ଯେତେବେଳେ ଆପଣ ନିଜର ଆକାଉଣ୍ଟ କ୍ରିଏଟ୍‌ କରିନେଇଛନ୍ତି, ସେତେବେଳେ ପାସ୍‌ପୋର୍ଟ ସେବା େଓ୍ଵବ୍‌ସାଇଟକୁ ପୁଣି ଫେରନ୍ତୁ।

୬. ସବୁଜ ରଙ୍ଗର ଲଗ୍‌ଇନ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ।

୭. ନିଜର ଇମେଲ୍‌ ଆଇଡି ଲେଖନ୍ତୁ ଏବଂ Continue ଉପରେ କ୍ଲିକ୍‌ କରନ୍ତୁ।

୮. ନିଜର ଇମେଲ୍‌, ପାସ୍‌ଓ୍ଵାର୍ଡ ଏବଂ ଇମେଜରେ ଥିବା କ୍ୟାରେକ୍ଟର୍ସକୁ ଟାଇପ୍‌ କରନ୍ତୁ। ଏହାପରେ ଲଗ୍‌ଇନ ଉପରେ କ୍ଲିକ୍‌ କରନ୍ତୁ।

୯. Apply for Fresh Passport/Reissue of Passport ଉପରେ କ୍ଲିକ୍‌ କରନ୍ତୁ।

୧୦. ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଆପଣ ଫର୍ମକୁ ଡାଉନ୍‌ଲୋଡ କରି ଏହାକୁ ଭରି ପୁଣିଥରେ େଓ୍ଵବ୍‌ସାଇଟରେ ଅପ୍‌ଲୋଡ କରିପାରିବେ। ନଚେତ୍‌ ଏହାକୁ ଅନ୍‌ଲାଇନରେ ହିଁ ଭରିପାରିବେ। ଯଦି ଆପଣ ଫର୍ମକୁ ଡାଉନ୍‌ଲୋଡ କରି ଭରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ Click here to download the soft copy of the form ଉପରେ କ୍ଲିକ୍‌ କରନ୍ତୁ। ଏହା Alternative 1 ପେଜ୍‌ରେ ପୂର୍ବରୁ ସବ୍‌ହେଡିଙ୍ଗ୍‌ରେ ଉପଲବ୍ଧ ରହିଥାଏ।

୧୧. ଯଦି ଅନ୍‌ଲାଇନ୍‌ରେ ଫର୍ମ ଭରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ Click here to fill the application form online ଅପ୍‌ଶନରେ କ୍ଲିକ୍‌ କରନ୍ତୁ। ଏହା Alternative 2 ପେଜ୍‌ରେ ମହଜୁଦ୍‌ ରହିଥାଏ। ତେବେ ଏହା ସବୁଠାରୁ ସହଜ ତରିକା।

୧୨. ଆଉ ଏକ ପେଜ୍‌ରେ ଆପଣଙ୍କୁ ନୂଆ ପାସ୍‌ପୋର୍ଟ ବା ରି-ଇସ୍ୟୁ, ସାମାନ୍ୟ କିମ୍ବା ତତ୍କାଳ, ୩୮ ପେଜ୍‌ କିମ୍ବା ୬୦ ପେଜ୍‌ ମଧ୍ୟରେ ଗୋଟିଏକୁ ବାଛିବାକୁ ହେବ। ନିଜର ସୁବିଧା ଏବଂ ଆବଶ୍ୟକତା ଅନୁସାରେ ବିକଳ୍ପ ବାଛନ୍ତୁ ଏବଂ ପରବର୍ତ୍ତୀ ପେଜ୍‌କୁ ଯାଆନ୍ତୁ।

୧୩. ପରବର୍ତ୍ତୀ ପେଜ୍‌ରେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ହେବ। ଆପଣଙ୍କ ପାଖରେ ଥିବା ଡକ୍ୟୁମେଣ୍ଟ ଦେଖି ଧ୍ୟାନର ସହ ତଥ୍ୟ ଦିଅନ୍ତୁ। ଯଦି କିଛି ଆଶଙ୍କା ରୁହେ, ତା’ହେଲେ ଆପଣ official instruction bookletକୁ ଯାଞ୍ଚ୍‌ କରିପାରିବେ। ଫର୍ମ ଭରିବା ପରେ ତଳେ ଡାହାଣ ପଟକୁ ଥିବା Submit Application ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ।

୧୪. ଫର୍ମ ଭରିବା ପରେ ଆଉଥରେ ସେହି େଓ୍ଵବ୍‌ ପେଜ୍‌କୁ ଯାଆନ୍ତୁ।

୧୫. View Saved/Submitted Applications ଉପରେ କ୍ଲିକ୍‌ କରନ୍ତୁ।

୧୬. ଆପଣ ସେହି ଆପ୍ଲିକେଶନକୁ ଦେଖିପାରିବେ, ଯାହାକୁ କିଛି ସମୟ ପୂର୍ବରୁ ସବ୍‌ମିଟ କରିଥିଲେ। ଏହା ପାର୍ଶ୍ୱରେ ଥିବା ରେଡିଓ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ Pay and Schedule Appointment ଉପରେ କ୍ଲିକ୍‌ କରନ୍ତୁ।

୧୭. Online Paymentକୁ ସିଲେକ୍ଟ କରନ୍ତୁ ଏବଂ Next ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କ ସହରରେ ଉପଲବ୍ଧ ଥିବା ପାସ୍‌ପୋର୍ଟ ସେବା କେନ୍ଦ୍ରର ତାଲିକା ସ୍କ୍ରିନ୍‌ ଉପରେ ଆସିବ। ଏଥିରେ Appointment ପାଇଁ ସବୁଠାରୁ ନିକଟତମ ତାରିଖ ଏବଂ ସମୟ ବିଷୟରେ ଉଲ୍ଲେଖ ଥିବ।

୧୮. PSK Location ପାର୍ଶ୍ୱରେ ଥିବା ଡ୍ରପ୍‌ ଡାଉନ୍‌ ମେନ୍ୟୁ ମଧ୍ୟରୁ ନିଜର ସୁବିଧା ଅନୁସାରେ ଏକ ବିକଳ୍ପକୁ ବାଛନ୍ତୁ।

୧୯. ଏହାପରେ ଇମେଜ୍‌ରେ ଥିବା କ୍ୟାରେକ୍ଟର୍ସକୁ ଟାଇପ୍‌ କରନ୍ତୁ ଏବଂ Next ଉପରେ କ୍ଲିକ୍‌ କରନ୍ତୁ।

୨୦. Pay and Book Appointment ଉପରେ କ୍ଲିକ୍‌ କରନ୍ତୁ।

୨୧. ଏହା ଆପଣଙ୍କୁ ପେମେଣ୍ଟ ଗେଟ୍‌େଓ୍ଵକୁ ନେଇଯିବ। ଯେତେବେଳେ ଆପଣଙ୍କ ପେମେଣ୍ଟ ପୂରା ହୋଇଯିବ, ଆପଣ ପୁଣିଥରେ Passport Seva େଓ୍ଵବ୍‌ସାଇଟରେ ପହଞ୍ଚିଯିବ।

୨୨. ଏବେ ଆପଣ ଏକ ପେଜ୍‌ ଦେଖିପାରିବେ, ଯେଉଁଥିରେ Appointment Confirmation ଲେଖା ହୋଇଥିବ। ଏହି ପେଜ୍‌ରେ Passport Seva Kendra (PSK)ରୁ ମିଳିଥିବା Appointmentର ପୂରା ଡିଟେଲ ମହଜୁଦ୍‌ ଥିବ।

୨୩. Print Application Receipt ଉପରେ କ୍ଲିକ୍‌ କରନ୍ତୁ। ଆଉ ଏକ ପେଜ୍‌ରେ ଆପଣ ନିଜ Appointmentର ଡିଟେଲ୍ସ ଭ୍ୟୁ ଦେଖିପାରିବେ। ପୁଣିଥରେ Print Application Receipt ଉପରେ କ୍ଲିକ୍‌ କରନ୍ତୁ।

୨୪. ଅଲଗା ପେଜ୍‌ରେ ଆପଣ Receiptର ପ୍ରିଭ୍ୟୁ ଦେଖିପାରିବେ। ପୁଣିଥରେ Print Application Receipt ଉପରେ କ୍ଲିକ୍‌ କରିବା ପରେ ଆପଣ ନିଜର appointment confirmationର ପ୍ରିଣ୍ଟ୍‌ ଆଉଟ୍‌ ନେଇପାରିବେ।

୨୫. ଆପଣଙ୍କୁ ପାସ୍‌ପୋର୍ଟ ସେବା କେନ୍ଦ୍ରରେ ଏଣ୍ଟ୍ରି ପାଇଁ ଏହି Receiptର ପ୍ରିଣ୍ଟ ଆଉଟ୍‌ ବହୁତ ଜରୁରୀ ହୋଇଥାଏ।

Roshni

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

32 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

54 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago