ବ୍ୟବସାୟ ଓ ଅର୍ଥନୀତି

ବଢ଼ିଆ ସ୍କିମ୍‌ : ମାତ୍ର ୫୦୦ ଟଙ୍କା ଜମା କରନ୍ତୁ, ମ୍ୟାଚୋରିଟୀରେ ପାଆନ୍ତୁ ୪୦ ଲକ୍ଷ

ପିପିଏଫ୍‌ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ଆପଣଙ୍କୁ କେବଳ ଭଲ ସୁଧ ମିଳିନଥାଏ। ବରଂ ଟ୍ୟାକ୍ସ ରିହାତିରେ ବି ସହାୟକ ହୋଇଥାଏ। ପିପିଏଫ ଆକାଉଣ୍ଟ ୧୫ ବର୍ଷ ପୂରା ହେବା ପରେ ଏହାର ମ୍ୟାଚୁରିଟୀ ହୋଇଯାଏ। ଆଉ ଏହି ସମୟରେ ଆପଣଙ୍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିଥାଏ।

ସବୁ ମଣିଷ ଚାହାଁନ୍ତି ସେମାନଙ୍କ ଜୀବନ ସବୁବେଳେ ହସଖୁସିରେ ଆରାମଦାୟକ ରହୁ। ଆଉ ଏଥିପାଇଁ ଖୁବ୍‌ ପରିଶ୍ରମ ମଧ୍ୟ କରନ୍ତି, ଯାହାଦ୍ୱାରା ଭଲ ଟଙ୍କା କମାଇହେବ। ତେବେ ଟଙ୍କାକୁ ସଠିକ ସ୍ଥାନରେ ନିବେଶ କରିବା ବି ଜରୁରୀ। ଯଦି ଆପଣଙ୍କୁ ନିବେଶର ସଠିକ ତରିକା ପତ୍ତା ନଥିବ ତାହେଲେ ଆପଣଙ୍କର ସ୍ୱପ୍ନ ଅଧୁରା ରହିଯିବ। ବହୁତ ଲୋକ ସରକାରୀ ଏବଂ ବେସରକାରୀ ଅଲଗା ଅଲଗା ଯୋଜନାରେ ନିବେଶ କରନ୍ତି। ଯଦି ଆପଣଙ୍କର ମଧ୍ୟ ନିବେଶ କରିବାର ଯୋଜନା ରହିଛି, ତାହେଲେ ଆମର ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ। ଆଜି ଆମେ ଆପଣଙ୍କୁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ ବିଷୟରେ କହିବାକୁ ଯାଉଛୁ। ଏହି ସ୍କିମରେ ନିବେଶ କରିବା ଦ୍ୱାରା ଭଲ ସୁଧ ମିଳିବା ସିଂତ ଟ୍ୟାକ୍ସରେ ରିହାତି ମଧ୍ୟ ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟୟରେ ଅଧିକ କିଛି।

୫୦୦ ଟଙ୍କାରେ ଓପନ କରିପାରିବେ ଆକାଉଣ୍ଟ

ପିପିଏଫ୍‌ ଏକ ସରକାରୀ ସ୍କିମ ଅଟେ। ସବୁଠାରୁ ଖାସ୍‌ କଥା ହେଉଛି ଆବଶ୍ୟକ ପଡିଲେ ଏଥିରୁ ଆପଣ ଟଙ୍କା ବି ଉଠାଇପାରିବେ। ଯଦି ଆପଣ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପିପିଏଫ ଆକାଉଣ୍ଟ ଓପନ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଆକାଉଣ୍ଟକୁ ଆପଣ ୫୦୦ ଟଙ୍କାରୁ ବି ଆରମ୍ଭ କରିପାରିବେ। ଏହା ଏକ ସରକାରୀ ସଞ୍ଚୟ ଯୋଜନା ଏବଂ ଏହାର ସୁଧ ଦର ସରକାର ହିଁ ନିଷ୍ପତ୍ତି ନିଅନ୍ତି। ଏଥିରେ ନିଜ ସୁବିଧା ମୁତାବକ ଅଳ୍ପ ଅଳ୍ପ ଜମା ବି କରିପାରିବେ।

୭.୧ ପ୍ରତିଶତ ମିଳିଥାଏ ସୁଧ

ଆପଣ ବି ଯଦି ପିପିଏଫ ଆକାଉଣ୍ଟରେ ନିବେଶ କରୁଛନ୍ତି ତାହେଲେ ବର୍ଷକୁ ୭.୧ ପ୍ରତିଶତ ସୁଧ ମିଳିବ। ଏହାର ମ୍ୟାଚୁରିଟୀ ପିରିୟଡ ୧୫ ବର୍ଷ କରାଯାଇଛି। ଯଦି ଆପଣ ବର୍ଷସାରା ୫୦୦ ଟଙ୍କା ଜମା କରିନାହାଁନ୍ତି ତାହେଲେ ଆକାଉଣ୍ଟ ଡିଫଲ୍ଟ ଆକାଉଣ୍ଟ ହୋଇଯିବ। ଏହାକୁ ପୁନର୍ବାର ଚାଲୁ କରିବା ପାଇଁ ୫୦ ଟଙ୍କା ପେନାଲ୍ଟୀ ଏବଂ ବଳକା ଆମାଉଣ୍ଟ ଜମା କରିବାକୁ ହୋଇଥାଏ।

୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ ଆକାଉଣ୍ଟର ୧୫ ବର୍ଷ ପୂରା ହେବା ପରେ ଆପଣଙ୍କ ସମ୍ପୂର୍ଣ୍ଣ ଟଙ୍କା, ଜମା ଏବଂ ସୁଧକୁ ମିଶାଇ ଆପଣଙ୍କୁ ଫେରସ୍ତ ମିଳିଯାଏ। ଏହାପରେ ଆପଣଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ୧୦୦୦ ଟଙ୍କା ମାସକୁ ଜମା କରିବା ଦ୍ୱାରା ୩ ଲକ୍ଷ ୧୫ ହଜାର ୫୭୨ ଟଙ୍କା ମିଳିବ। ୨୦୦୦ ଟଙ୍କା ଜମା କରିବା ଦ୍ୱାରା ୬ ଲକ୍ଷ ୩୧ ହଜାର ୧୩୫ ଟଙ୍କା ମିଳିବ। ଏବଂ ୩୦୦୦ ଟଙ୍କା ଜମା କରିବା ଦ୍ୱାରା ୯ ଲକ୍ଷ ୪୬ ହଜାର ୭୦୪ ଟଙ୍କା ମିଳିବ।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

40 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

46 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago