ପିପିଏଫ୍ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ଆପଣଙ୍କୁ କେବଳ ଭଲ ସୁଧ ମିଳିନଥାଏ। ବରଂ ଟ୍ୟାକ୍ସ ରିହାତିରେ ବି ସହାୟକ ହୋଇଥାଏ। ପିପିଏଫ ଆକାଉଣ୍ଟ ୧୫ ବର୍ଷ ପୂରା ହେବା ପରେ ଏହାର ମ୍ୟାଚୁରିଟୀ ହୋଇଯାଏ। ଆଉ ଏହି ସମୟରେ ଆପଣଙ୍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିଥାଏ।
ସବୁ ମଣିଷ ଚାହାଁନ୍ତି ସେମାନଙ୍କ ଜୀବନ ସବୁବେଳେ ହସଖୁସିରେ ଆରାମଦାୟକ ରହୁ। ଆଉ ଏଥିପାଇଁ ଖୁବ୍ ପରିଶ୍ରମ ମଧ୍ୟ କରନ୍ତି, ଯାହାଦ୍ୱାରା ଭଲ ଟଙ୍କା କମାଇହେବ। ତେବେ ଟଙ୍କାକୁ ସଠିକ ସ୍ଥାନରେ ନିବେଶ କରିବା ବି ଜରୁରୀ। ଯଦି ଆପଣଙ୍କୁ ନିବେଶର ସଠିକ ତରିକା ପତ୍ତା ନଥିବ ତାହେଲେ ଆପଣଙ୍କର ସ୍ୱପ୍ନ ଅଧୁରା ରହିଯିବ। ବହୁତ ଲୋକ ସରକାରୀ ଏବଂ ବେସରକାରୀ ଅଲଗା ଅଲଗା ଯୋଜନାରେ ନିବେଶ କରନ୍ତି। ଯଦି ଆପଣଙ୍କର ମଧ୍ୟ ନିବେଶ କରିବାର ଯୋଜନା ରହିଛି, ତାହେଲେ ଆମର ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ। ଆଜି ଆମେ ଆପଣଙ୍କୁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ ବିଷୟରେ କହିବାକୁ ଯାଉଛୁ। ଏହି ସ୍କିମରେ ନିବେଶ କରିବା ଦ୍ୱାରା ଭଲ ସୁଧ ମିଳିବା ସିଂତ ଟ୍ୟାକ୍ସରେ ରିହାତି ମଧ୍ୟ ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟୟରେ ଅଧିକ କିଛି।
୫୦୦ ଟଙ୍କାରେ ଓପନ କରିପାରିବେ ଆକାଉଣ୍ଟ
ପିପିଏଫ୍ ଏକ ସରକାରୀ ସ୍କିମ ଅଟେ। ସବୁଠାରୁ ଖାସ୍ କଥା ହେଉଛି ଆବଶ୍ୟକ ପଡିଲେ ଏଥିରୁ ଆପଣ ଟଙ୍କା ବି ଉଠାଇପାରିବେ। ଯଦି ଆପଣ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପିପିଏଫ ଆକାଉଣ୍ଟ ଓପନ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଆକାଉଣ୍ଟକୁ ଆପଣ ୫୦୦ ଟଙ୍କାରୁ ବି ଆରମ୍ଭ କରିପାରିବେ। ଏହା ଏକ ସରକାରୀ ସଞ୍ଚୟ ଯୋଜନା ଏବଂ ଏହାର ସୁଧ ଦର ସରକାର ହିଁ ନିଷ୍ପତ୍ତି ନିଅନ୍ତି। ଏଥିରେ ନିଜ ସୁବିଧା ମୁତାବକ ଅଳ୍ପ ଅଳ୍ପ ଜମା ବି କରିପାରିବେ।
୭.୧ ପ୍ରତିଶତ ମିଳିଥାଏ ସୁଧ
ଆପଣ ବି ଯଦି ପିପିଏଫ ଆକାଉଣ୍ଟରେ ନିବେଶ କରୁଛନ୍ତି ତାହେଲେ ବର୍ଷକୁ ୭.୧ ପ୍ରତିଶତ ସୁଧ ମିଳିବ। ଏହାର ମ୍ୟାଚୁରିଟୀ ପିରିୟଡ ୧୫ ବର୍ଷ କରାଯାଇଛି। ଯଦି ଆପଣ ବର୍ଷସାରା ୫୦୦ ଟଙ୍କା ଜମା କରିନାହାଁନ୍ତି ତାହେଲେ ଆକାଉଣ୍ଟ ଡିଫଲ୍ଟ ଆକାଉଣ୍ଟ ହୋଇଯିବ। ଏହାକୁ ପୁନର୍ବାର ଚାଲୁ କରିବା ପାଇଁ ୫୦ ଟଙ୍କା ପେନାଲ୍ଟୀ ଏବଂ ବଳକା ଆମାଉଣ୍ଟ ଜମା କରିବାକୁ ହୋଇଥାଏ।
୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ ଆକାଉଣ୍ଟର ୧୫ ବର୍ଷ ପୂରା ହେବା ପରେ ଆପଣଙ୍କ ସମ୍ପୂର୍ଣ୍ଣ ଟଙ୍କା, ଜମା ଏବଂ ସୁଧକୁ ମିଶାଇ ଆପଣଙ୍କୁ ଫେରସ୍ତ ମିଳିଯାଏ। ଏହାପରେ ଆପଣଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ୧୦୦୦ ଟଙ୍କା ମାସକୁ ଜମା କରିବା ଦ୍ୱାରା ୩ ଲକ୍ଷ ୧୫ ହଜାର ୫୭୨ ଟଙ୍କା ମିଳିବ। ୨୦୦୦ ଟଙ୍କା ଜମା କରିବା ଦ୍ୱାରା ୬ ଲକ୍ଷ ୩୧ ହଜାର ୧୩୫ ଟଙ୍କା ମିଳିବ। ଏବଂ ୩୦୦୦ ଟଙ୍କା ଜମା କରିବା ଦ୍ୱାରା ୯ ଲକ୍ଷ ୪୬ ହଜାର ୭୦୪ ଟଙ୍କା ମିଳିବ।