Below header

ଜଟଣୀ ବାଇପାସ ନିକଟରେ STFର ଛାପା: ୨ କେଜି ବ୍ରାଉନସୁଗର ଜବତ ସହ ବେପାରୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ନିଶା ବେପାରୀଙ୍କୁ କାବୁ କଲା ସ୍ପେଶାଲ ଟାସ୍କଫୋର୍ସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ STF ର ଛାପା। ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ ଗିରଫ। ଅଭିଯୁକ୍ତ ଠାରୁ ୨ କେଜି ବ୍ରାଉନସୁଗର ଜବତ।  ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟି ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଥିବା ରାକେଶ ୨୦୧୮ରେ ଖଣ୍ଡଗିରି ପୋଲିସ ଦ୍ୱାରା ଗିରଫ ହୋଇଥିଲା। ନିକଟରେ ଜାମିନରେ ଆସି ପୁଣି ନିଶା କାରବାର ଚଳାଇଥିଲା।

ନିଶା ବିରୋଧରେ STF ପକ୍ଷରୁ ଚାଲିଛି ସ୍ପେଶାଲ ଡ୍ରାଇଭ।୨୦୨୦ରୁ ଆଜି ଯାଏଁ ୬୧ କେଜି ବ୍ରାଉନସୁଗର ଓ ହେରୋଇନ ଜବତ। ୧୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି STF। ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି STF ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.