ବ୍ୟବସାୟ ଓ ଅର୍ଥନୀତି

ସବୁଠାରୁ ବଢ଼ିଆ ପେଟ୍ରୋଲ ପମ୍ପ ବିଜନେସ, ଜାଣନ୍ତୁ ଲାଇସେନ୍ସ ପାଇବାରେ କେତେ ଟଙ୍କା ହୁଏ ଖର୍ଚ୍ଚ ଏବଂ କେତେ ହୁଏ ରୋଜଗାର

ଭାରତରେ ପେଟ୍ରୋଲ-ଡିଜେଲର ଦାମ୍‌ ଏବେ ଆକାଶଛୁଆଁ। ବର୍ତ୍ତମାନ ଏହାର ଡିମାଣ୍ଡ କହିଲେ କାହିଁରେ କେତେ। ଏବେ ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲର ବିକ୍ରି ବହୁତ ଜୋରସୋରରେ ହେଉଛି। ଯଦି ଆପଣ କୌଣସି ନୂଆ ବିଜନେସରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ପେଟ୍ରୋଲ ପମ୍ପ୍‌ ଖୋଲି ବଢ଼ିଆ ବିଜନେସ୍‌ କରିପାରିବେ। ପେଟ୍ରୋଲ ପମ୍ପର ବିଜନେସକୁ ସବୁଠାରୁ ବଢ଼ିଆ ଲାଭ ହେଉଥିବା ବିଜନେସ୍‌ କୁହାଯାଏ। ଭାରତରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଏସସାର ଏବଂ ରିଲାଏନ୍ସ ଭଳି ସରକାରୀ ଏବଂ ପ୍ରାଇଭେଟ କମ୍ପାନୀ ପେଟ୍ରୋଲ ପମ୍ପ ପାଇଁ ଲାଇସେନ୍ସ ଜାରି କରନ୍ତି। ପେଟ୍ରୋଲ ପମ୍ପର ଲାଇସେନ୍ସ ୨୧ରୁ ୫୫ ବର୍ଷର ବୟସର କୌଣସି ବି ବ୍ୟକ୍ତି ନେଇପାରିବେ। ଯଦି କୌଣସି ଗ୍ରାମୀଣ ଇଲାକାରେ ପେଟ୍ରୋଲ ପମ୍ପ୍‌ ଖୋଲିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ଲାଇସେନ୍ସ ପାଇଁ ଦଶମ ପାସ୍‌ ହେବା ଜରୁରୀ। ଏବଂ ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିଲେ ବ୍ୟକ୍ତିଙ୍କୁ ଅତିକମରେ ଦ୍ୱାଦଶ ପଢ଼ିଥିବା ଆବଶ୍ୟକ।

ମିଡିଆ ରିପୋର୍ଟ ଅନୁଯାୟୀ ଗ୍ରାମୀଣ ଇଲାକାରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କାର ନିବେଶ କରିବାକୁ ହେବ। ସେହିପରି ଯଦି ଆପଣ ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୩୦-୩୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଣ୍ଡିଆନ୍‌ ଅଏଲ ୱେବସାଇଟ ମୁତାବକ କମ୍ପାନୀ ଫିଲ୍ଡ ଟିମ ତରଫରୁ କରାଯାଇଥିବା ରିସର୍ଚ୍ଚ ଆଧାରରେ କୌଣସି ଜାଗା ରିଟେଲ ଆଉଟଲେଟ୍‌ ସ୍ଥାପିତ କରିଥାଏ। ଯଦି ସେହି ଜାଗା ବିଜନେସ ପାଇଁ ଉପଯୁକ୍ତ ସ୍ଥାନ ହୋଇଥାଏ ତାହେଲେ ମାର୍କେଟିଙ୍ଗ ପ୍ଲାନରେ ମଧ୍ୟ ସାମିଲ କରାଯାଇଥାଏ। ପେଟ୍ରୋଲ ପମ୍ପ୍‌ ଖୋଲିବା ପାଇଁ ଗାଇଡଲାଇନ୍ସ ଆପଣ ଇଣ୍ଡିଆନ୍‌ ଅଏଲର ଅଫିସିଆଲ ୱେବସାଇଟକୁ ଯାଇ ମଧ୍ୟ ଦେଖିପାରିବେ।

ଜାଣିନିଅନ୍ତୁ ଯେ ପେଟ୍ରୋଲ ପମ୍ପ୍‌ ଖୋଲିବା ପାଇଁ ନ୍ୟାସନାଲ ହାଇୱେରେ ଆପଣଙ୍କ ପାଖରେ ମିନିମମ୍‌ ୧୨୦୦ ସ୍କୋୟାର ମିଟର ଜମି ରହିବା ଉଚିତ। ସେହିପରି ସହରାଞ୍ଚଳରେ ପେଟ୍ରୋଲ ପମ୍ପ୍‌ ଖୋଲିବା ପାଇଁ ୮୦୦ ସ୍କୋୟାର ମିଟର ଜମି ହେବା ଉଚିତ। ଯଦି ଜମି ଆବେଦକଙ୍କ ନାମ ନଥାଏ ତାହେଲେ ତାଙ୍କୁ ସେହି ଜମିକୁ ଲମ୍ବା ଅବଧି ପାଇଁ ଲିଜରେ ନେବାକୁ ହେବ।

ଆଉ ଯଦି ପେଟ୍ରୋଲିୟମ୍‌ କମ୍ପାନୀକୁ କୌଣସି ନୂଆ ଇଲାକାରେ ପେଟ୍ରୋଲ ପମ୍ପ୍‌ ଖୋଲିବାର ଥାଏ ତାହେଲେ ଏଥିପାଇଁ ଖବର କାଗଜ ଏବଂ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ଦିଆଯାଇଥାଏ। ଏଥିରେ ଲଟେରୀ ସିଷ୍ଟମକୁ ବି ବ୍ୟବହାର କରାଯାଇଥାଏ। ପେଟ୍ରୋଲ-ଡିଜେଲ ବିକ୍ରି ହେବାର କମିଶନ୍‌ ବିଷୟରେ କଥା ହେବା ତ ସବୁ କମ୍ପାନୀରେ ଅଲଗା ଅଲଗା ପ୍ରତିଶତ କମିଶନ୍‌ ଦିଆଯାଇଥାଏ। ସବୁ ପେଟ୍ରୋଲ ପମ୍ପ୍‌ ଡିଲରଙ୍କୁ ପ୍ରତି ଲିଟର ପେଟ୍ରୋଲ ବିକ୍ରିରେ ପାଖାପାଖି ଅଢ଼େଇରୁ ତିନି ଟଙ୍କାର ଫାଇଦା ମିଳିଥାଏ। ଅର୍ଥାତ୍‌ ଯଦି ପ୍ରତି ଲିଟର ପିଛା ଏପରି ୩ ଟଙ୍କା ଲେଖାଏଁ ଫାଇଦା ହୁଏ ତେବେ ହେଲା ନା ଏହା ସବୁଠାରୁ ବଢ଼ିଆ ବିଜନେସ।

ଯଦି ଆପଣ କିଛି ନୂଆ ବିଜନେସ୍‌ ପ୍ଲାନ କରୁଛନ୍ତି ଆଉ କେଉଁ ବିଜନେସ୍‌ କରିବେ ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ତାହେଲେ ପେଟ୍ରୋଲ ପମ୍ପ ଆଇଡିଆ ଆପଣଙ୍କ ପାଇଁ ବଢ଼ିଆ ବିଜନେସ୍‌ ହେବ।

Pritiparna

Recent Posts

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 seconds ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

41 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

55 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago