ରାଜ୍ୟ

ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର: ବୟଫ୍ରେଣ୍ଡ ଚିତ୍ତରଞ୍ଜନକୁ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ କଲା ଖାରବେଳ ନଗର ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଶାସ୍ତ୍ରୀନଗରରେ ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର । ଅଭିଯୁକ୍ତ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ସାଙ୍ଗରେ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ କଲା ଖାରବେଳ ନଗର ଥାନା ପୋଲିସ । ତାକୁ କଡ଼ା ସୁରକ୍ଷା ଭିତରେ ଖାରବେଳନଗର ଥାନାରୁ ଶୁଭଶ୍ରୀ ରହୁଥିବ ଭଡ଼ା ଘରକୁ ନିଆଯାଇଥିଲା । ଶୁଭଶ୍ରୀଙ୍କ ମୃତଦେହକୁ କିଭଳି ଓହ୍ଲାଇଲା ଅଭିଯୁକ୍ତ ? ସେଠାରେ କଣ ସବୁ କରିଥିଲା ? କିଭଳି ଓଢ଼ଣୀ ନେଇ ଫିଙ୍ଗିଲା ? ପୋଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ଚିତ୍ତରଞ୍ଜନ ଜେନା ।

ଅଧିକ ତଥ୍ୟ ହାସଲ ପାଇଁ ତାକୁ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି । ୨୯ ତାରିଖରେ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ଘଟଣା ପୂର୍ବରୁ କ୍ୟାପିଟାଲ ହସପିଟାଲକୁ ଜଣେ ବ୍ୟକ୍ତିଙ୍କ ସହ ଯାଇଥିଲେ ଶୁଭଶ୍ରୀ । ଯାହାକୁ ନେଇ ଚିତ୍ତରଞ୍ଜନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଶୁଭଶ୍ରୀଙ୍କ ସହ ସମ୍ପର୍କ କାଟି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ସେହିପରି ଜୁଲାଇ ୨ ତାରିଖରେ ଚିତ୍ତରଞ୍ଜନର ଅନ୍ୟ ଏକ ଝିଅ ସହ ନିର୍ବନ୍ଧ ହୋଇଥିଲା । ଏହି ଘଟଣା ସହ ଝଗଡ଼ାକୁ ନେଇ ଅବସାଦକୁ ଚାଲିଯାଇଥିଲେ ଶୁଭଶ୍ରୀ । ଆତ୍ମହତ୍ୟା କରିବାକୁ ଯାଉଥିବା କଥା ମୋବାଇଲ ଫୋନରେ ତାଙ୍କ ଭାଇ ଓ ଚିତ୍ତରଞ୍ଜନକୁ କହିଥିଲେ ଶୁଭଶ୍ରୀ । ତାପରେ ଆତ୍ମହତ୍ୟା କରିଥିଲେ ।

 

 

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

29 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

43 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

58 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago