ହୋଲି ଖେଳିବା ସମୟରେ ନିଜ ସ୍ମାର୍ଟଫୋନ ଉପରେ ରଖନ୍ତୁ ଧ୍ୟାନ, ଏପରି ଭାବେ ନିଅନ୍ତୁ ଫୋନର ସୁରକ୍ଷା

ହୋଲିର ପର୍ବ ଆରମ୍ଭ ହୋଇସାରିଛି। କିଏ କେବେ କାହାକୁ ରଙ୍ଗ ମାରିଦେବ ତାହା ଠିକ୍ ନାହିଁ। କିନ୍ତୁ ଏହି କଥାର ଗ୍ୟାରେଣ୍ଟି ଦେଇପାରିବୁ ଯେ ରଙ୍ଗ ଦ୍ବାରା ଆପଣଙ୍କ ଫୋନ ଓଦା ହୋଇପାରେ। ତାହା ଖରାପ ମଧ୍ୟ ହୋଇପାରେ। ଏମିତିରେ ଆପଣଙ୍କ ପାଇଁ ଜରୁରୀ ଯେ ହୋଲି ଖେଳିବା ପୂର୍ବରୁ ଫୋନର ସୁରକ୍ଷା କରିନେବା ଉଚିତ। ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଟିପ୍ସ ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିପାରିବେ।

-ବଜାରରେ କିଛି ଏମିତି ଲିକ୍ୟୁଡି ପ୍ରୋଟକସନ ଉପଲବ୍ଧ ରହିଛି, ଯାହାର ଉପଯୋଗ ଆପଣ ଫୋନକୁ ସୁରକ୍ଷିତ ରଖିବା ପାଇଁ କରିପାରିବେ। ଯଦି ଆପଣ କୌଣସି ପ୍ରକାରର କିଛି ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି ତେବେ ଏକ ଛୋଟ ପଲିଥିନରେ ରଖିପାରିବେ। ହୋଲି ଖେଳିବା ସମୟରେ କିମ୍ବା ତାର ପୂର୍ବରୁ ଆପଣ ଫୋନକୁ ପଲିଥିନ ଭିତରେ ରଖି ତାହାକୁ କିଛି ମାତ୍ରାରେ ସୁରକ୍ଷିତ ରଖିପାରିବେ।

-ସର୍ବପ୍ରଥମେ ଏହି ପୁରୁଣା ବିକଳ୍ପକୁ ଆପଣେଇ ପାରିବେ ଯେ ଆପଣ ଫୋନକୁ ଲାମିନେସନ କରିପାରିବେ। ଅବଶ୍ୟ ଏହା ଦ୍ବାରା ଫୋନର ଷ୍ଟାଇଲ କମିଯିବ କିନ୍ତୁ ଦାମୀ ଫୋନକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଏହା କରିବାକୁ ପଡିବ। ଲାମିନେସନର ଖର୍ଚ୍ଚ ମଧ୍ୟ ବହୁତ କମ୍।

ଏହା ସହିତ ପଢ଼ନ୍ତୁ :ହୋଲି ରଙ୍ଗରେ ପୋଷାକ ହୋଇଯାଇଛି କି ଖରାପ ? ତେବେ ଏପରି ଛଡ଼ାନ୍ତୁ ଦାଗ

-ଆପଣ ଚାହିଁଲେ ୱାଟରପ୍ରୁଫ୍ କଭର ମଧ୍ୟ ଲଗାଇପାରିବେ। ବଜାରରେ ଏହି କଭର ଉପଲବ୍ଧ ହେଉଛି। ଯଦି ଆପଣ ହୋଲି ଖେଳିବା ସମୟରେ ଘରର ଆଖ-ପାଖରେ ଥିବେ ତେବେ ଏମିତି ସ୍ଥିତିରେ ବ୍ଲୁଟୁଥ୍ ଡିଭାଇସ ପ୍ରୟୋଗ କରିପାରିବେ। ଅଧିକାଂଶ ବ୍ଲୁଟୁଥ୍ ୱାଟରପ୍ରୁଫ ହୋଇଥାଏ ଏବଂ ଫୋନ ସୁରକ୍ଷିତ ରହିବ। ନଚେତ ଶସ୍ତା ଇୟରଫୋନ ମଧ୍ୟ ନେଇପାରିବେ ଏବଂ ସେଥିରେ କଥା ହେବେ। ଯଦି ଖରାପ ହୋଇଯାଏ ତେବେ କୌଣସି କ୍ଷତି ମଧ୍ୟ ହେବନାହିଁ।

-ନିଜ ଫୋନର ସମସ୍ତ ଖୋଲା ସ୍ଥାନକୁ ଏକ ଟେପ୍ ସାହାଯ୍ୟରେ ଢ଼ାଙ୍କି ଦିଅନ୍ତୁ। ଯେମିତି କି ମାଇକ୍ଳ ମାଇକ୍ରୋ ୟୁଏସବି ପୋର୍ଟ, ଚାର୍ଜିଙ୍ଗ ପଏଣ୍ଟ, ଇୟରଫେନା ପଏଣ୍ଟକୁ ଟେପ୍ ଲଗାଇ ଢ଼ାଙ୍କି ଦିଅନ୍ତୁ।

-ଯଦି ଫୋନରେ ପାଣି ପସିଯାଉଛି ତେବେ ଏକ ପାତ୍ରରେ ଚାଉଳ ନିଅନ୍ତୁ ଏବଂ ସେଥିରେ ମୋବାଇଲ ରଖି ଦିଅନ୍ତୁ। ଏପରି କରି ରାତିସାରା ଛାଡି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏପରି କରିବା ପୂର୍ବରୁ ଫୋନରୁ ସିମ କାର୍ଡ ଏବଂ ବାକି ଜିନିଷ ବାହାର କରିଦିଅନ୍ତୁ। ମଝିରେ ମଝିରେ ଫୋନର ପଜିସନକୁ ବଦଳାଉଥାନ୍ତୁ। ଆପଣଙ୍କ ଫୋନରେ ପଶିଥିବା ସବୁ ପାଣି ବାହାରିଯିବ। ଚାଉଳ ସେହି ପାଣିକୁ ଶୋଷିନେବ।

-ଯେତେବେଳେ ବି ଫୋନରେ ପାଣି ପଶିଯିବ ତେବେ ତାହାକୁ ତୁରନ୍ତ ଅନ୍ କରିବାର ଭୁଲ କରନ୍ତୁ ନାହିଁ, ନଚେତ୍ ଶର୍ଟ ସକ୍ରିଟ ହୋଇପାରେ। ହେୟାର ଡ୍ରାୟରରେ ଶୁଖାଇବାର ଭୁଲ କରନ୍ତୁ ନାହିଁ।

-ଏକ ବେଲୁନ ନିଅନ୍ତୁ ଏବଂ ତାହାକୁ ଫୁଲାନ୍ତୁ। ଏହାପରେ ତାଉପରେ ନିଜ ଫୋନକୁ ରଖିଦିଅନ୍ତୁ। ସ୍କ୍ରିନକୁ ତଳ ଆଡକୁ କରି ରଖିଦିଅନ୍ତୁ। ପରେ ଧୀରେ ଧୀରେ ବେଲୁନରୁ ପବନ ବାହାର କରନ୍ତୁ। ଏହାଦ୍ବାରା ମଧ୍ୟ ଆପଣଙ୍କ ଫୋନ ରକ୍ଷା ପାଇଯିବ।

Pritiparna

Recent Posts

ସିରିଆ: ନଦୀରେ ଖସିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌; ୭ ମୃତ, ୨୦ ଆହତ

ଉତ୍ତର-ପଶ୍ଚିମ ସିରିଆରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ସ୍କୁଲ ବସ୍ ରାସ୍ତାରେ ଯାଉଥିବା…

14 mins ago

ଆଜି ପୁଣି ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ବର (କେନ୍ୟୁଜ): ଆଜି ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ । ବାଲେଶ୍ବର ଅଞ୍ଚଳରେ ଆକାଶରେ କ୍ରମାଗତ ଦୁଇ ଥର ଶବ୍ଦ…

16 mins ago

ଲଞ୍ଚ ହେବ ଟାଟା ମୋଟର୍ସର Altroz Racer, ଫିଚର୍ସ ରହିଛି ବଢ଼ିଆ

ଟାଟା ମୋଟର୍ସ ଭାରତରେ Altroz Racer ଦାମ୍‌ ଘୋଷଣା କରିବାକୁ ଯାଉଛି । କମ୍ପାନୀର ଏହି ପ୍ରିମିୟମ୍ ହ୍ୟାଚବ୍ୟାକ୍ ର…

18 mins ago

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ…

41 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ…

47 mins ago

ଲଞ୍ଚ ହେଲା Vivoର ପ୍ରଥମ ଫୋଲଡେବଲ୍‌ ଫୋନ, ମନ ଇଚ୍ଛା ଫୋଲ୍ଡ କରିବେ ୟୁଜର୍ସ

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । Vivo X Fold 3…

1 hour ago