ବ୍ୟବସାୟ ଓ ଅର୍ଥନୀତି

ମେଡିକାଲ ଏମରଜେନ୍ସୀ ଅଛି କିନ୍ତୁ ଆକାଉଣ୍ଟରେ ଟଙ୍କା ନାହିଁ, ତେବେ ବ୍ୟସ୍ତ ନ ହୋଇ ପିଏଫ ଆକାଉଣ୍ଟରୁ ଉଠାନ୍ତୁ ଟଙ୍କା

ଅନେକ ଥର ବହୁତ ଅର୍ଜେଣ୍ଟଲୀ ଆମକୁ ଟଙ୍କା ଦରକାର ପଡିଥାଏ। ନା ସେତେବେଳେ ଆମ ପାଖରେ କ୍ୟାସ ଥାଏ ନା ଆକାଉଣ୍ଟରେ ବି ଟଙ୍କା ଥାଏ। ଏମିତି ପରିସ୍ଥିତିରେ କାହା ଠାରୁ ଧାର କରଜ କରିବାକୁ ପଡିଥାଏ ନଚେତ ଲୋନ୍‌ ନେବାକୁ ପଡିଥାଏ। ଆଉ ଅର୍ଜେଣ୍ଟ କେସରେ ଏତେ ଟଙ୍କା ଦରକାର ପଡୁଥିବାରୁ ଆପଣ ପୂରା ବିଚଳିତ ହୋଇପଡନ୍ତି ବ୍ୟସ୍ତ ହୋଇପଡନ୍ତି। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ନା ଆପଣଙ୍କୁ କାହା ଠାରୁ ଟଙ୍କା ଧାର କରିବାର ଅଛି ତା ନା ଲୋନ ନେବାର ଅଛି। ନିଜ ଟଙ୍କାକୁ ହିଁ ଆପଣ ବ୍ୟବହାର କରିପାରିବେ। ହଁ ଆଜ୍ଞା ଆପଣ ଯାହା ଶୁଣିଲେ ଏକଦମ୍‌ ଠିକ ଶୁଣିଲେ, ଯଦି ଆପଣଙ୍କର ସାଲାରୀରୁ ପିଏଫ କଟୁଛି ତାହେଲେ ଆପଣଙ୍କୁ କାହା ପାଖରେ ବି ହାତ ପତେଇବା ଦରକାର ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ମହାମାରୀ ସମୟରେ ସରକାର ଘୋଷଣା କରିଥିଲେ ଯେ କୌଣସି ବି ଏମରଜେନ୍ସୀରେ ଆପଣ ନିଜ ପିଏଫର କିଛି ଅଂଶକୁ ଓ୍ଵିଥଡ୍ର କରିପାରିବେ। ଏହା ଅନୁଯାୟୀ ଆପଣ ଇପିଏଫ ଆକାଉଣ୍ଟରୁ ଆଡଭାନ୍ସ ପିଏଫ ବାଲାନ୍ସ ବି ବାହାର କରିପାରିବେ। ଯେଉଁଥିରେ ୩ ମାସ (ବେସିକ ସାଲାରି + ଡିଏ) କିମ୍ବା ମୋଟ ଆମାଉଣ୍ଟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଆପଣ ଟଙ୍କା ଉଠାଇପାରିବେ। କେବଳ ଏତିକି ନୁହେଁ ସରକାର ଏହା ବି କହିଥିଲେ ଯେ ଲୋକ ମେଡିକାଲ ଏମରଜେନ୍ସୀରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ଏହି ଟଙ୍କା ଉଠାଇପାରିବେ।

କେମିତି ଉଠାଇବେ ଇପିଏଫଓରୁ ଟଙ୍କା

  • ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ https://unifiedportalmem.epfindia.gov.in/memberinterfaceକୁ ଯିବାକୁ ହେବ।
  • ଏହାପରେ ଆପଣଙ୍କୁ ଏଠାରେ ନିଜରUAN ନମ୍ବର ଏବଂ ପାସଓ୍ଵାର୍ଡ ପକାଇବାକୁ ହେବ। ଏହାକୁ ଆପଣ ଲଗଇନ୍‌ କରିପାରିବେ।
  • ଏବେ ଆପଣଙ୍କୁ Manage ଟ୍ୟାବ୍‌ ଦେଖାଯିବ। ଏହା ଉପରେ ଆପଣଙ୍କୁ KYC କରିବାକୁ ହେବ।
  • ଯେତେବେଳେ ଆପଣ KYC କରିନେବେ ତାହେଲେ ଆପଣଙ୍କୁ online services ର ବିକଳ୍ପ ଦେଖାଯିବ। ଏହି ବିକଳ୍ପକୁ ଯାଆନ୍ତୁ।
  • ଏଠାରେ ଆପଣଙ୍କୁ Claim (Form-31, 19 & 10C) କୁ ସିଲେକ୍ଟ କରିବାକୁ ହେବ।
  • ଏହାପରେ ଆପଣଙ୍କ ସାମ୍ନାରେ ଏକ ସ୍କ୍ରୀନ ଉପନ ହୋଇଯିବ, ଯାହା କ୍ଲେମ୍‌ ସ୍କ୍ରୀନ। ଏଠାରେ କେଓ୍ଵାଇସି, ମେମ୍ବର ଡିଟେଲ ସମତେ ଅନ୍ୟାନ୍ୟ ସର୍ଭିସେଜର ବିବରଣୀ ମହଜୁଦ ରହିଥିବ।
  • ଏବେ ଆପଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଲାଷ୍ଟ ୪ ଅଙ୍କ ଏଣ୍ଟର କରିବାକୁ ହେବ। ଏହାପରେYES ଉପରେ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ସାର୍ଟିଫିକେଟ ସାଇନ କରିବା ପାଇଁ କୁହାଯିବ।
  • ଯେତେବେଳେ ସାର୍ଟିଫିକେଟ ସାଇନ୍‌ ହୋଇଯିବ ସେତେବେଳେ ଆପଣଙ୍କୁ Proceed for Online Claim କୁ ଯିବାକୁ ହେବ।
  • ଏହାପରେ ଆପଣଙ୍କୁ ଡ୍ରପ-ଡାଉନ ମେନ୍ୟୁରେ କିଛି ବିକଳ୍ପ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ମେଡିକାଲ ଏମରଜେନ୍ସୀ ସିଲେକ୍ଟ କରିବାକୁ ହେବ।
  • ଏବେ ଯେତିକି ଆମାଉଣ୍ଟ ଆପଣ ଉଠାଇବାକୁ ଚାହୁଁଛନ୍ତି ସେତିକି ଏଣ୍ଟର କରନ୍ତୁ ଏବଂ ଚେକର ସ୍କାନଡ କପି ଅପଲୋଡ୍‌ କରନ୍ତୁ।
  • ଏହାପରେ ନିଜ ଆଡ୍ରେସ ଦିଅନ୍ତୁ। ଏବେ ଆପଣଙ୍କ ସାମ୍ନାରେ Get Aadhaar OTP ବିକଳ୍ପ ଦେଖାଯିବ ଯାହାଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରକୁ ଏକ ଓଟିପି ଆସିବ। ସେହି ଓଟିପି ଭରିବା ପରେ କ୍ଲେମ ଉପରେ କ୍ଲିକ କରନ୍ତୁ।

ଏହାପରେ ଆପଣଙ୍କୁ ଆପଣଙ୍କ ପିଏଫ ଟଙ୍କା ମିଳିଯିବ। ତେବେ ହେଲାନା ଆପଣଙ୍କ ପାଇଁ ବଢ଼ିଆ ଖବର।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

11 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

44 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

47 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

54 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago