ବ୍ୟବସାୟ ଓ ଅର୍ଥନୀତି

ମାରୁତି ସୁଜୁକି କାରରେ ମିଳୁଛି ଦମଦାର ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ଏହି ଅଫର

ମାରୁତି ସୁଜୁକି ନିଜ କାରରେ ଲଗାତାର ଡିସକାଉଣ୍ଟ ଅଫର ଦେଉଛି । ଫେବୃଆରୀ ୨୦୨୪ରେ ଲୋକମାନେ ଏହାର ନୂଆ କାର କିଣିଲେ ବଡ଼ ଡିସକାଉଣ୍ଟ ପାଇବେ । ଏଭଳି କିଛି ନୂଆ ଅଫର ନେଇ ସାମ୍ନାକୁ ଆସିଛି ମାରୁତି ସୁଜୁକି, ଯାହା ଲୋକଙ୍କୁ ଖୁବ୍‌ ଆକର୍ଷିତ କରୁଛି । ତେବେ କାର ଡିଲରମାନଙ୍କ ପାଖରେ ଏବେ ବି ୨୦୨୩ ମଡେଲର କିଛି କାର ରହିଯାଇଛି, ଯାହା ବିକ୍ରି ହୋଇପାରି ନାହିଁ । ତେଣୁ ଡିଲରସିପ୍ ଙ୍କ ପାଖରେ ଗାଡ଼ିର ଷ୍ଟକ୍ ବଢ଼ିଯାଇଛି, ଯାହାକୁ କମ୍‌ କରିବା ପାଇଁ ଏଭଳି କିଛି ଅଫର ଦିଆଯାଉଛି । ଏଥିପାଇଁ ମାରୁତି ନେକ୍ସା ଡିଲରସିପ୍ Jimny, Grand Vitara ଏବଂ Fronx ପରି ଲୋକପ୍ରିୟ କାର ଉପରେ ଡିସକାଉଣ୍ଟ ଦେଉଛି । ଯଦି ଆପଣ ଏହି କାର କଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଉପରେ ଥରେ ନଜର ପକାନ୍ତୁ ।

ମାରୁତି ସୁଜୁକିର ପ୍ରିମିୟମ୍ କାର୍ ଡିଲରସିପ୍ ନେକ୍ସା, ଅନେକ କାର ଉପରେ ଦମଦାର ଅଫର ଦେଉଛି । ଗାଡ଼ିମାନଙ୍କର ଷ୍ଟକ୍ ଶେଷ କରିବା ପାଇଁ ଡିଲରସିପ୍ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାଁନ୍ତି । ଯଦି ଆପଣ ଏହି ମାସରେ ୨୦୨୩ ମଡେଲ୍ କାର୍ କିଣିବେ ତେବେ ଆପଣ ଏକ ବଡ଼ ଡିସକାଉଣ୍ଟର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଏହି ଅଫର୍ସର ଡିଟେଲ୍ସ ଜାଣିବା ।

Maruti Fronx ଏବଂ Grand Vitara ଅଫର୍ସ
୨୦୨୩ ମଡେଲର ମାରୁତି ସୁଜୁକି ଫ୍ରଙ୍କସ୍‌ ଏବଂ ଗ୍ରାଣ୍ଡ ଭିଟାରା ଏସୟୁଭିରେ ଡିସକାଉଣ୍ଟ ମିଳୁଛି । ଫେବୃଆରୀ ମାସରେ ଯଦି ଆପଣ ଗ୍ରାଣ୍ଡ ଭିଟାରା କିଣୁଛନ୍ତି ତେବେ ଆପଣଙ୍କର ୭୯,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ଅନ୍ୟପଟେ ଫ୍ରଙ୍କସ୍‌ ରେ ୮୩,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ କମ୍ପାନୀ ସମସ୍ତ ମଡେଲରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ ଡିସକାଉଣ୍ଟ ପ୍ରଦାନ କରୁଛି । ଏଭଳି ଭାବେ ଆପଣ ମୋଟ୍‌ ୧.୩୦ ଲକ୍ଷ ଟଙ୍କାର ଡିସକାଉଣ୍ଟ ପାଇ ପାରିବେ ।

Maruti Ignis ଓ Ciaz ର ଅଫର :

୨୦୨୩ ମଡେଲ୍ ଇଗ୍ନିସ୍ ଏବଂ ସିଆଜ୍ ଉପରେ ମଧ୍ୟ ଜବରଦସ୍ତ ଡିସକାଉଣ୍ଟ ମିଳୁଛି । ଇଗ୍ନିସ୍ କିଣିଲେ ଆପଣ ୬୧,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇବେ । ସିଆଜ ଉପରେ ୪୮,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁଇଟି କାର ଉପରେ ଅନେକ ସ୍ଥାନରେ ୧ ଲକ୍ଷରୁ ଅଧିକ ଡିସକାଉଣ୍ଟ ମିଳୁଛି ।

Jimny ଉପରେ ସଞ୍ଚୟ ହେବ ୧.୫୦ ଲକ୍ଷ
ମାରୁତି ସୁଜୁକି Jimnyରେ ସବୁଠାରୁ ଅଧିକ ଡିସକାଉଣ୍ଟ ମିଳୁଛି । ୧.୫୦ ଲକ୍ଷ ଟଙ୍କା ଡିସକାଉଣ୍ଟ ବ୍ୟତୀତ ଥଣ୍ଡର ଏଡିିସନ୍‌ ଦ୍ୱାରା Jimnyର ମୂଲ୍ୟ କମ୍‌ କରାଯାଇଛି । ଥଣ୍ଡର ଏଡିସନ୍‌ର ବିକ୍ରି ବନ୍ଦ ହୋଇଯାଇଛି କିନ୍ତୁ ଡିଲରମାନେ Jimny ଉପରେ ୫୦,୦୦୦ ଟଙ୍କାରୁ ବି ଅଧିକ ଟଙ୍କାର ଡିସକାଉଣ୍ଟ ଦେଉଛନ୍ତି ।

Subhalaxmi Das

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

4 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

12 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

29 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

44 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

56 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

57 mins ago